Advertisment

ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ୍‌ ହେବ କାଇନେଟିକ୍‌ର ଏହି ଜବରଦସ୍ତ ବାଇକ୍‌

ନୂଆଦିଲ୍ଲୀ: ବିଦେଶୀ ଟୁ ହୁଇଲର୍‌ ନିର୍ମାତା କମ୍ପାନୀ କାଇନେଟିକ୍‌ ନିଜର moto mondial 300 ବାଇକ୍‌କୁ ଏଇ ମାସରେ ଲଞ୍ଚ୍‌ କରିବାକୁ ଯୋଜନା ରଖିଛି। ଏହାର ଆକର୍ଷଣୀୟ ଲୁକ୍‌ ସହିତ ଅତ୍ୟାଧୁନିକ ସୁବିଧା ଗ୍ରାହକମାନଙ୍କୁ ନିଶ୍ଚୟ ଆକୃଷ୍ଟ କରିବ। ଲଞ୍ଚ୍‌ ହେବା ପୂର୍ବରୁ ଆସନ୍ତୁ ଏହି ବାଇକ୍‌ର କିଛି ଖାସ୍‌ ସୁବିଧା ବିଷୟରେ ଜାଣିବା। ଇଞ୍ଜିନ୍‌ ପାୱାର୍ ସୂଚନା ଅନୁସାରେ କାଇନେଟିକ୍‌ର moto mondial 300 ବାଇକ୍‌ରେ ୩୦୦ ସିସି ଇଞ୍ଜିନ୍‌ ଦିଆଯାଇଛି, ଯାହା ୨୫ ବିଏଚ୍‌ପି […]

author-image
Abinash Pati
ଅଦ୍ୟତନ ହୋଇଛି
ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ୍‌ ହେବ କାଇନେଟିକ୍‌ର ଏହି ଜବରଦସ୍ତ ବାଇକ୍‌

kainatic

ନୂଆଦିଲ୍ଲୀ: ବିଦେଶୀ ଟୁ ହୁଇଲର୍‌ ନିର୍ମାତା କମ୍ପାନୀ କାଇନେଟିକ୍‌ ନିଜର moto mondial 300 ବାଇକ୍‌କୁ ଏଇ ମାସରେ ଲଞ୍ଚ୍‌ କରିବାକୁ ଯୋଜନା ରଖିଛି। ଏହାର ଆକର୍ଷଣୀୟ ଲୁକ୍‌ ସହିତ ଅତ୍ୟାଧୁନିକ ସୁବିଧା ଗ୍ରାହକମାନଙ୍କୁ ନିଶ୍ଚୟ ଆକୃଷ୍ଟ କରିବ। ଲଞ୍ଚ୍‌ ହେବା ପୂର୍ବରୁ ଆସନ୍ତୁ ଏହି ବାଇକ୍‌ର କିଛି ଖାସ୍‌ ସୁବିଧା ବିଷୟରେ ଜାଣିବା।

Advertisment

ଇଞ୍ଜିନ୍‌ ପାୱାର୍

ସୂଚନା ଅନୁସାରେ କାଇନେଟିକ୍‌ର moto mondial 300 ବାଇକ୍‌ରେ ୩୦୦ ସିସି ଇଞ୍ଜିନ୍‌ ଦିଆଯାଇଛି, ଯାହା ୨୫ ବିଏଚ୍‌ପି ପାୱାର୍‌ ଓ ୨୨ ଟ୍ୟୁଟନ୍‌ ମିଟର୍‌ ଟର୍କ ଜେନେରେଟ୍‌ କରିଥାଏ। ଏହାଛଡ଼ା ଏଥିରେ ୬ଟି ଗିୟର୍‌ ସ୍ପିଡ୍‌ ଦିଆଯାଇଛି।

[caption id="attachment_270879" align="aligncenter" width="750"]publive-image photo-samacharnama.com[/caption]

Advertisment

ଆକର୍ଷଣୀୟ ଲୁକ୍ ଓ ଅନ୍ୟାନ୍ୟ ସୁବିଧା

ଯୁବପିଢ଼ିଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି କମ୍ପାନୀ moto mondial 300 ବାଇକ୍‌ଟିକୁ  ଖୁବ୍‌ ଆକର୍ଷଣୀୟ କରି ତିଆରି କରିଛି। ଏଥିରେ ୧୭ ଇଞ୍ଚ୍‌ର ବଡ଼ ଏଲୟ ହ୍ୱିଲ୍‌ସ ସହିତ ଟ୍ୟୁବ୍‌ ଲେସ୍‌ ଟାୟର୍ସ ଦିଆଯାଇଛି।

ଖାଲି ସେତିକି ନୁହେଁ, ଆରାମଦାୟକ ଡ୍ରାଇଭିଂ ପାଇଁ ଏଥିରେ ଫ୍ରଣ୍ଟ୍‌ ୟୁଏସ୍‌ଡି ଫୋର୍କ୍‌ ଓ ରିୟର୍‌ରେ ଡ୍ୟୁଲ୍‌ ଶକ୍ ଅବଜର୍ବର୍‌ ସୁବିଧା ଦିଆଯାଇଛି। moto mondial 300 ବାଇକ୍‌ରେ ଫ୍ରଣ୍ଟ୍ ଓ ରିୟର୍‌ରେ ଡିସ୍କ୍‌ ବ୍ରେକ୍‌ ସୁବିଧା ଦିଆଯାଇଛି। ତେବେ ଏହାର ମୂଲ୍ୟ ନେଇ ଏପର୍ଯ୍ୟନ୍ତ କୌଣସି ଖବର ସାମ୍ନାକୁ ଆସି ନାହିଁ।