/odisha-reporter/media/post_attachments/uploads/2018/08/roya.jpg)
royal enfield
ନୂଆଦିଲ୍ଲୀ: ମୋଟର୍ସାଇକେଲ୍ ନିର୍ମାତା କମ୍ପାନୀ ରୟାଲ୍ ଏନ୍ଫିଲ୍ଡ୍ classic 350 ବୁଲେଟ୍ର ନୂଆ ABS ଏଡିସନ୍ ଲଞ୍ଚ୍ କରିଛି। ଏହି ବୁଲେଟ୍ରେ ଡୁଆଲ୍ ଚ୍ୟାନେଲ୍ ଏଣ୍ଟିଲକ୍ ବ୍ରେକିଂ ସିଷ୍ଟମ୍ ଦିଆଯାଇଛି। ଭାରତରେ ଯୁବପିଢ଼ିଙ୍କ ଡିମାଣ୍ଡକୁ ଦେଖି କମ୍ପାନୀ ଏହି ବୁଲେଟ୍କୁ ଲଞ୍ଚ୍ କରିଛି।
[caption id="attachment_270081" align="aligncenter" width="896"]
sanjeevnitoday.com[/caption]
ଏହି ବାଇକ୍ରେ 35mm ଫ୍ରଣ୍ଟ୍ ଟେଲିସ୍କୋପିକ୍ ଫୋର୍କ୍ସ ଓ ଗ୍ୟାସ୍ ଚାର୍ଜଡ୍ ଟ୍ୱିନ ଶକ ଆବଜର୍ବରର ସୁବିଧା ଦିଆଯାଇଛି। ଏଥିରେ ୪୦ରୁ ଅଧିକ ଅନ୍ୟାନ୍ୟ ଉପକରଣ ମଧ୍ୟ ଦିଆଯାଇଛି।
ଇଞ୍ଜିନ୍: classic 350 ବୁଲେଟ୍ରେ 346ccର ସିଙ୍ଗଲ୍ ସିଲିଣ୍ଡର୍ ଓ ଏୟାର୍ କୁଲ୍ଡ ଇଞ୍ଜିନ୍ ଲାଗିଛି। ଯାହା 5250 rpm ରେ 19bhp ପାୱାର୍ ସହିତ ୨୮ ନ୍ୟୁଟନ୍ ଟର୍କ ଜେନେରେଟ୍ କରିଥାଏ।
[caption id="attachment_270082" align="aligncenter" width="877"]
photo-sanjeevnitoday.com[/caption]
ମୂଲ୍ୟ: classic 350 ବୁଲେଟ୍ର ନୂଆ ସିଙ୍ଗଲ୍ ଏଡିଶନ୍ ଦୁଇଟି ରଙ୍ଗରେ ଉପଲବ୍ଧ। ଗୋଟିଏ ଏୟାର୍ବର୍ଣ୍ଣ ବ୍ଲୁ ଓ ଅନ୍ୟଟି ଷ୍ଟର୍ମ ରାଇଡର୍ ସ୍ୟାଣ୍ଡ୍।
ଏହାର ମୂଲ୍ୟ ୧.୬୨ ଲକ୍ଷ ଟଙ୍କା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
