/odisha-reporter/media/post_attachments/uploadimage/library/16_9/16_9_0/Linkedin_1711686859.jpg)
ଜବ୍-ସର୍ଚ୍ଚ ବା ଚାକିରି-ସନ୍ଧାନ ପ୍ଲାଟଫର୍ମ ଲିଙ୍କଡଇନର ଲକ୍ଷ ଲକ୍ଷ ୟୁଜର୍ ବା ବ୍ୟବହାରକାରୀ ଅଛନ୍ତି। ଏହି ପ୍ଲାଟଫର୍ମ ଚାକିରି ସନ୍ଧାନ କ୍ଷେତ୍ରରେ ସହାୟକ ହୋଇଥାଏ। ବିଶେଷ କରି ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଁ ଲିଙ୍କଡଇନ କୋଟି କୋଟି ଲୋକଙ୍କୁ ଦେଇଥାଏ ସୁଯୋଗ। ଏବେ ଏହି ପ୍ଲାଟଫର୍ମ ୟୁଜରଙ୍କ ମନୋରଞ୍ଜନ ପାଇଁ ଚିନ୍ତା କରୁଛି। ଏକ ରିପୋର୍ଟ ଅନୁସାରେ, ଲିଙ୍କଡଇନ ଇନଷ୍ଟାଗ୍ରାମ ଓ ଫେସବୁକ୍ ପରି ରିଲ୍ସ ଭିଡିଓ ଫିଚର୍ ଆଣିବାକୁ ଯାଉଛି।
ଟେକକ୍ରଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଲିଙ୍କଡଇନ୍ ପ୍ଲାଟଫର୍ମରେ ସର୍ଟ ଫର୍ମ ଭିଡିଓ ଫିଡ୍ ଉପସ୍ଥାପନ କରିବାକୁ ପରୀକ୍ଷା କରୁଛି। ଏହା ମାଧ୍ୟମରେ ପ୍ଲାଟଫର୍ମରେ ଥିବା କମ୍ୟୁନିଟି ମଧ୍ୟରେ ଯୋଗାଯୋଗ ସରଳ ହୋଇପାରିବେ। ଉପଭୋକ୍ତାମାନେ କିପରି ସହଜରେ ପ୍ରାସଙ୍ଗିକ ଭିଡିଓ ପାଇପାରିବେ, ସେଥିପାଇଁ ଫିଚର୍ସ ଟେଷ୍ଟ ଚାଲିଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏହି ଫିଚର୍ସ ସାମୂହିକ ଶିକ୍ଷାର ଏକ ହବ୍ ହେବ। କମ୍ପାନୀଠୁ ନେଇ ଚାକିରି ଆଶାୟୀ ସମସ୍ତେ ବ୍ୟବହାର ଉପଯୋଗୀ କଣ୍ଟେଣ୍ଟ ପାଇପାରିବେ। ଫିଚର୍ସ ପ୍ରାରମ୍ଭିକ ପରୀକ୍ଷଣ ପର୍ଯ୍ୟାୟରେ ଅଛି, ବର୍ତ୍ତମାନ ଅଧିକାଂଶ ଲୋକ ଏହାକୁ ବ୍ୟବହାର କରିପାରିବେ ନାହିଁ।
ଲିଙ୍କଡଇନ୍ ମଧ୍ୟ ପ୍ଲାଟଫର୍ମରେ ଗେମକୁ ସାମିଲ କରିବାକୁ ଯୋଜନା କରୁଛି। ଏଥିପାଇଁ କମ୍ପାନୀ କୁଇନ୍ସ, ଇନଫେରେନ୍ସ ଏବଂ କ୍ରସକ୍ଲିମ୍ ନାମକ ଏକ ପଜଲ୍ ଗେମ୍ ବିକଶିତ କରୁଛି। କିନ୍ତୁ ଏହା କେବେ ଲଞ୍ଚ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଟେକ୍ କ୍ରଞ୍ଚ ସହିତ କଥା ହେବାବେଳେ ଜଣେ ଲିଙ୍କଡଇନ୍ ମୁଖପାତ୍ର କହିଛନ୍ତି ଯେ, ଏହି ପଜଲ୍ ଗେମଗୁଡିକ ପ୍ଲାଟଫର୍ମରେ ମନୋରଞ୍ଜନ, ଯୋଗାଯୋଗକୁ ମଜବୁତ କରିବା ସହ ବାର୍ତ୍ତାଳାପକୁ ଉତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
