Advertisment

ବାପାମାଆ ଧ୍ୟାନ ଦିଅନ୍ତୁ! ଟିନ୍ ଆକାଉଣ୍ଟ ଆଣୁଛି ଇନଷ୍ଟାଗ୍ରାମ, ରହିବ ଏହି ସବୁ କଟକଣା

୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଆକାଉଣ୍ଟ ଲଞ୍ଚ୍ କରୁଛି ଇନଷ୍ଟାଗ୍ରାମ। ଦିନକୁ ଘଣ୍ଟାଏରୁ ଅଧିକ ବ୍ୟବହାର କଲେ ଆସିବ ନୋଟିଫିକେସନ।

author-image
Debibandita Barick
ଅଦ୍ୟତନ ହୋଇଛି
Girl using phone

Girl using phone

ସୋଶାଲ ମିଡିଆ ଯୁଗରେ ଇନଷ୍ଟାଗ୍ରାମର ଆଦୃତି ଦିନକୁ ଦିନ ବଢ଼ିଚାଲିଛି। ରିଲ୍ସ କ୍ରିଏଟ୍ ସହ ବିଭିନ୍ନ ଫିଚର୍ସ ଏହାର ମୁଖ୍ୟ କାରଣ ହୋଇପାରେ। ରିପୋର୍ଟ ଅନୁସାରେ, ପ୍ରତି ମାସରେ ପ୍ରାୟ ୨୦୦ କୋଟି ଲୋକ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି। ଏହାର ଅର୍ଥ ବିଶ୍ୱ ଜନସଂଖ୍ୟାର ୨୫% ଲୋକ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି। ସବୁଠୁ ବଡ଼ କଥା ହେଉଛି ବ୍ୟବହାରକାରୀଙ୍କ ମଧ୍ୟରେ ସର୍ବାଧିକ କିଶୋର ଏବଂ ଯୁବକ ଅଛନ୍ତି।

Advertisment

ବର୍ତ୍ତମାନ ସମୟରେ କିଶୋର ବର୍ଗର ପିଲାମାନଙ୍କର ଇନଷ୍ଟାଗ୍ରାମ ବ୍ୟବହାର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। କାରଣ ଅନେକ ସମୟରେ ପିଲାମାନେ ବିବାଦୀୟ କଣ୍ଟେଣ୍ଟ ଦେଖୁଛନ୍ତି ଏବଂ ସେଥିରୁ ନକାରାତ୍ମକ ଶିକ୍ଷା ଆହରଣ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଚିନ୍ତା ପ୍ରକଟ ହେବା ପରେ ଏବେ ଇନଷ୍ଟାଗ୍ରାମ ଟିନ୍ ଏଜର୍ସ ଅର୍ଥାତ୍ କିଶୋର ବର୍ଗର ପିଲାମାନଙ୍କ ପାଇଁ କିଛି କଟକଣା ଆଣିବାକୁ ଯାଉଛି।  

ତିନି ବର୍ଷ ପରେ ମେଟା କିଶୋରମାନଙ୍କ ପାଇଁ ଏକ ଆକାଉଣ୍ଟ୍ ଲଞ୍ଚ କରିଛି। ଏହି ଆକାଉଣ୍ଟରେ କିଶୋରମାନଙ୍କ ପାଇଁ ସ୍ୱତନ୍ତ୍ର କଟକଣା ରହିବ। କିନ୍ତୁ ବିଶେଷଜ୍ଞମାନେ ବାସ୍ତବରେ କେଉଁ ସବୁ କଟକଣା ଲାଗୁ ହେବ ସେନେଇ ସ୍ପଷ୍ଟ ନାହାନ୍ତି, ତଥାପି କିଛି ଦିଗ ଉପରେ ଇନଷ୍ଟାଗ୍ରାମ ଧ୍ୟାନ ଦେଉଥିବା କୁହାଯାଉଛି। ତେବେ ସେ ସବୁ ଦିଗ କଣ, ଜାଣନ୍ତୁ...

Advertisment

କିଶୋରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ କଣ?
ଆସନ୍ତା ଦୁଇ ମାସ ମଧ୍ୟରେ ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଟିନ୍ ଆକାଉଣ୍ଟ ଆରମ୍ଭ ହେବ। ଭାରତ ସମେତ ଅନ୍ୟ ଦେଶରେ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଏହା ଆରମ୍ଭ ହେବ। ୧୬ ବର୍ଷରୁ କମ୍ ବୟସର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏହି ଆକାଉଣ୍ଟ ଦିଆଯିବ। ଏଥିରେ କିଛି ନିର୍ଦ୍ଦିଷ୍ଟ ଫିଚର୍ ରହିବ, ସେଗୁଡ଼ିକ ହେଉଛି....

ପ୍ରାଇଭେଟ ଆକାଉଣ୍ଟ
ଟିନ୍ ଆକାଉଣ୍ଟ୍ ଏକ ଡିଫଲ୍ଟ ପ୍ରାଇଭେଟ ଆକାଉଣ୍ଟ୍ ଭାବେ ରହିବ। ଏହି ଆକାଉଣ୍ଟରେ କିଛି ନିର୍ଦ୍ଦିଷ୍ଟ କଟକଣା ରହିବ, ଯେପରିକି ସେମାନେ ଫଲୋ କରୁନଥିବା ଆକାଉଣ୍ଟର କଣ୍ଟେଣ୍ଟ ସେମାନଙ୍କ ପାଖକୁ ଆସିବ ନାହିଁ, କି ସେମାନେ ଦେଖିପାରିବେ ବି ନାହିଁ। 

ମେସେଜିଂ ରେଷ୍ଟ୍ରିକସନ୍ ବା କଟକଣା
ମେଟା ଅନୁଯାୟୀ, କିଶୋରମାନଙ୍କୁ 'ଷ୍ଟ୍ରିକ୍ଟ ମେସେଜିଂ ସେଟିଂ'ରେ ରଖାଯିବ। ଏହି ଫିଚର୍ସର ଅର୍ଥ- କିଶୋରମାନେ ବ୍ୟବହାର କରୁଥିବା ଆକାଉଣ୍ଟକୁ ଅନ୍ୟ କେହି ମେସେଜ୍ କରିପାରିବେ ନାହିଁ। ସେମାନେ ଫଲୋ କରୁନଥିବା ବ୍ୟକ୍ତି ମେସେଜ୍ କରିପାରିବେ ନାହିଁ।

ସେନସିଟିଭ୍ କଣ୍ଟେଣ୍ଟ ରେଷ୍ଟ୍ରିକସନ୍
ମେଟା ଅନୁସାରେ, କିଶୋରମାନଙ୍କ ଆକାଉଣ୍ଟରେ ସ୍ୱୟଂଚାଳିତ ଭାବରେ ସେନସିଟିଭ୍ କଣ୍ଟେଣ୍ଟକୁ ହଟାଇ ଦିଆଯିବ। ସେମାନେ ସେନସିଟିଭ୍ କଣ୍ଟେଣ୍ଟ ବା ସମ୍ବେଦନଶୀଳ ବିଷୟବସ୍ତୁ ଦେଖିପାରିବେ ନାହିଁ। ଏହାର ଅର୍ଥ- କୌଣସି ଯୁଦ୍ଧର ଦୃଶ୍ୟ, କସମେଟିକ୍ ପ୍ରଡକ୍ଟକୁ ପ୍ରୋତ୍ସାହିତ କରୁଥିବା ଭଳି ରିଲ୍ସ କିମ୍ବା କଣ୍ଟେଣ୍ଟ ରହିବ ନାହିଁ।  

ସୀମିତ ଯୋଗାଯୋଗ
ଟିନ୍ ଆକାଉଣ୍ଟରେ ଟ୍ୟାଗ୍ ଏବଂ ମେନସନ ଫିଚର୍ସକୁ ସୀମିତ କରାଯିବ। ସେମାନେ ଫଲୋ କରୁଥିବା ବ୍ୟକ୍ତି ତାଙ୍କୁ ଟ୍ୟାଗ୍ କିମ୍ବା ମେନ୍ସନ କରିପାରିବେ। ଏପରିକି ଆପତ୍ତିଜନକ କମେଣ୍ଟ କିମ୍ବା ମେସଜକୁ ଅଟୋମୋଟିକ୍ ଡିଲିଟ୍ କରାଯିବାର ଫିଚର୍ ରହିବ।

ଟାଇମ୍ ଲିମିଟ୍ ରିମାଇଣ୍ଡର
ଏହି ଫିଚର୍ସର ଆଉ ଏକ ଭଲ ଦିଗ ହେଉଛି କି, ସମୟ ଅପଚୟକୁ ରୋକିବାର ପ୍ରୟାସ। ଅର୍ଥାତ୍, ଦିନକୁ ଯଦି ଜଣେ ଟିନ୍ ଆକାଉଣ୍ଟ ବ୍ୟବହାରକାରୀ ଘଣ୍ଟାଏରୁ ଅଧିକ ସମୟ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି, ତେବେ ତାଙ୍କୁ ଆକାଉଣ୍ଟ ବନ୍ଦ କରିବା ପାଇଁ ଏକ ନୋଟିଫକେସନ ଯିବ। 

ସ୍ଲିପିଂ ମୋଡ୍ ସିଷ୍ଟମ୍
ସ୍ଲିପିଂ ମୋଡ୍ ସିଷ୍ଟମ୍ ମଧ୍ୟ ରହିବ। ରାତି ୧୦ଟାରୁ ସକାଳ ୭ଟା ମଧ୍ୟରେ ଏହି ସିଷ୍ଟମ୍ ଟର୍ନ୍ ଅନ୍ ହେବ। ଫଳରେ ରାତିରେ ନୋଟିଫିକେସନ ମ୍ୟୁଟ୍ ହୋଇଯିବା ସହ ଡାଇରେକ୍ଟ ମେସେଜକୁ ଅଟୋମେଟିକ୍ ଜବାବ କରିବ।

ଅଭିଭାବକଙ୍କ ତତ୍ତ୍ୱାବଧାନ
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ହେଉଛି, ପିଲାମାନଙ୍କୁ ନିୟନ୍ତ୍ରଣରେ ରଖିବା। ଏହାର ଅର୍ଥ ଯଦି ଟିନ୍ ଆକାଉଣ୍ଟ ୟୁଜର୍ସ ଏସବୁ ସେଟିଂକୁ ବଦଳାଇବାକୁ ଚାହାନ୍ତି, ତେବେ ଏଥିପାଇଁ ତାଙ୍କୁ ବାପାମାଆଙ୍କ ଅନୁମତି ନେବାକୁ ପଡିବ। 

ତେବେ ଇନଷ୍ଟାଗ୍ରାମର ଏସବୁ ଫିଚର୍ସର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି। ଏପରି କଟକଣା ଦ୍ୱାରା ବାପାମାଆ ଏବଂ ପିଲାମାନଙ୍କ ମଧ୍ୟରେ ଏକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମୁମ୍ବାଇର ଜଣେ ମନତତ୍ତ୍ୱବିତ୍ ରିଦ୍ଧି ଦୋଶୀ ପଟେଲ କହିଛନ୍ତି, କିଶୋର ପିଲାମାନେ ଏପରି ବୟସରେ ଥାଆନ୍ତି, ସେମାନଙ୍କୁ କଟକଣା ଆଦୌ ପସନ୍ଦ ନଥାଏ। କିମ୍ବା ଯେଉଁମାନେ ସେମାନଙ୍କୁ ନଜରରେ ରଖୁଛନ୍ତି ବୋଲି ଭାବନ୍ତି, ସେମାନଙ୍କ ସହ ସେମାନେ ଭଲ ବ୍ୟବହାର କରନ୍ତି ନାହିଁ, ବିଶେଷ କରି ଅନଲାଇନ ସମୟରେ। 

ଏହି ପ୍ରତିବନ୍ଧକ ବିଶେଷ କରି ଭାରତରେ ପରିଲକ୍ଷିତ ହୋଇପାରେ। କାଣର ଭାରତର ପିତାମାତାମାନେ ପିଲାମାନଙ୍କୁ ଅଧିକ ଆକଟ କରିଥାନ୍ତି। ତେଣୁ ସେମାନଙ୍କୁ ନ ଡରାଇ, ନ ଧମକାଇ ସେମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମନର କଥା ପରିପ୍ରକାଶ କରିବା ପାଇଁ ବିଶ୍ୱାସ ଦେବା ଜରୁରୀ। ଏହା ଦ୍ୱାରା ସେମାନେ କମ୍ଫର୍ଟ ହୋଇପାରିବେ, ବାପାମାଆଙ୍କୁ ଶତ୍ରୁ ନ ଭାବି ଭଲ ବ୍ୟବହାର କରିବେ ବୋଲି ଡକ୍ଟର ରିଦ୍ଧି କହିଛନ୍ତି। 

Instagram Meta Instagram Teen Accounts