/odisha-reporter/media/post_attachments/uploads/2018/09/moto.jpg)
moto
ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର୍): ଭାରତୀୟ ବଜାରରେ ଲେନେଭୋର ଆଉ ଏକ ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହା ହେଲା ମୋଟୋରୋଲାର Moto G6 Plus । ଏହା ପୂର୍ବରୁ କମ୍ପାନୀ ଚଳିତବର୍ଷ ଜୁନ୍ରେ Moto G6 ଓ Moto G6 Playକୁ ଭାରତରେ ଲଞ୍ଚ କରିଥିଲା। କମ୍ପାନୀ ପକ୍ଷରୁ Moto G6 Plusର ମୂଲ୍ୟ ୨୨,୪୯୯ ଟଙ୍କା ରଖାଯାଇଛି।
6GB ରାମ୍ ଓ 64GB ଷ୍ଟୋରେଜ୍ କାପାସିଟି ଭେରିଏଣ୍ଟରେ ଏହାକୁ ଲଞ୍ଚ କରାଯାଇଛି। କେବଳ ଇଣ୍ଡିଗୋ ବ୍ଲାକ୍ କଲର୍ ଅପସନ୍ରେ ଏହାକୁ ବଜାରକୁ ଛଡ଼ାଯାଇଛି।
ଆମାଜନ୍ ଇଣ୍ଡିଆ ୱେବସାଇଟ୍, ମୋଟୋ ହବ୍ ଓ ମୋଟୋରୋଲାର ଅଫ୍ଲାଇନ୍ ରିଟେଲର୍ ପାର୍ଟନର୍ସଙ୍କ ପାଖରୁ ଏହାକୁ କିଣି ହେବ।
Paytm Mall ଗ୍ରାହକ ଆପ୍ ଜରିଆରେ ମୋବାଇଲ୍ କିଣିଲେ ୩୦୦୦ ଟଙ୍କା କ୍ୟାସ୍ବ୍ୟାକ୍ ଦିଆଯାଉଛି। ସେହିପରି ଜିଓ ଗ୍ରାହକଙ୍କୁ ୧୯୮ ଓ ୨୯୯ ଟଙ୍କାର ରିଚାର୍ଜରେ ୪୪୫୦ ଟଙ୍କାର କ୍ୟାସ୍ବ୍ୟାକ୍ ଦିଆଯାଉଛି।
ଡୁଆଲ୍ ସିମ୍ ନାନୋ ସପୋର୍ଟ ବାଲା ଏହି ଫୋନ୍ Android 8.0 orioରେ ଚାଲୁଛି। ଶୀଘ୍ର ଏଥିରେ Android P ଅପ୍ଲୋଡ଼ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏଥିରେ 18:9 ରେସିଓ ସହ 5.93 ଇଞ୍ଚ ଫୁଲ୍ ଏଚ୍ଡି ପ୍ଲସ୍ (1080x2160 pixels) ଡିସ୍ପ୍ଲେ ଦିଆଯାଇଛି। 6GB ରାମ ଓ Adreno 508 GPU ସହ 2.2GHz Octa-core snapdragon 630 processor ଦିଆଯାଇଛି।
ଫଟୋଗ୍ରାଫି ପାଇଁ G6 Plus ରିୟରରେ ଡୁଆଲ୍ କ୍ୟାମେରା ଦିଆଯାଇଛି। ପ୍ରାଇମେରୀ କ୍ୟାମେରା 12 Megapixel ଓ ସେକେଣ୍ଡାରୀ କ୍ୟାମେରା 5 Megapixelର ରହିଛି। ସେହିପରି ଫ୍ରଣ୍ଟ କ୍ୟାମେରା 8 Megapixelର ରହିଛି। ଉଭୟ ଫ୍ରଣ୍ଟ ଓ ରିୟରରେ ସେଲ୍ଫି ସୁବିଧା ରହିଛି।
ଏହାସହ ଏଥିରେ 4G LTE, Wi-Fi, Bluetooth 5.0, USB Type-C, NFC ଓ 3.5mm audio jackର ସପୋର୍ଟ ରହିଛି। ଏହାର ବ୍ୟାଟେରୀ 3,200mAh ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
