Advertisment

ମସ୍କଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଟ୍ୱିଟର, ବିକ୍ରି କରିଦେବେ!

ଟେସଲା କମ୍ପାନୀର ମୁଖିଆ ମସ୍କ ବିବିସିକୁ ସାକ୍ଷାତକାର ଦେବା ବେଳେ ଏପରି କହିଛନ୍ତି।

Musk

Musk

Advertisment

ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ପାଇଁ ଟ୍ୱିଟର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତବର୍ଷ ଅକ୍ଟୋବର ମାସରେ ସେ ଟ୍ୱିଟରକୁ ୪୪ ବିଲିୟନ ଡଲାର ଦେଇ କିଣିଥିଲେ। ହେଲେ ଏହି ଡିଲ୍‌ ପରେ ସେ ବହୁତ କଷ୍ଟ ସହୁଛନ୍ତି ଓ ତାଙ୍କ ମୁଣ୍ଡ ବିନ୍ଧା ବାହାରି ଗଲାଣି। ତେଣୁ ସେ ଉପଯୁକ୍ତ ଲୋକ ପାଇଲେ ଟ୍ୱିଟରକୁ ବିକ୍ରି ମଧ୍ୟ କରିଦେବେ ବୋଲି କହିଛନ୍ତି।

Advertisment

ଟେସଲା କମ୍ପାନୀର ମୁଖିଆ ମସ୍କ ବିବିସିକୁ ସାକ୍ଷାତକାର ଦେବା ବେଳେ ଏପରି କହିଛନ୍ତି। ବୁଧବାର ଏହା ଟ୍ୱିଟରରେ ମଧ୍ୟ ସିଧାପ୍ରସାରଣ ହୋଇଥିଲା। ବିବିସିର ଟ୍ୱିଟର ଆକାଉଣ୍ଟକୁ ସରକାରୀ ଅନୁଦାନପ୍ରାପ୍ତ ମିଡିଆ ଭାବେ ଦର୍ଶାଇବାର ଗୋଟିଏ ଦିନ ପରେ ଏପରି ସାକ୍ଷାତାକାର ଦେଇଛନ୍ତି ମସ୍କ।

କମ୍ପାନୀ ପକ୍ଷରୁ ବିବିସିର ଟ୍ୱିଟର ଆକାଉଣ୍ଟକୁ ସରକାରୀ ଅନୁଦାନପ୍ରାପ୍ତ ମିଡିଆ ଭାବେ ଦର୍ଶାଯାଇଥିବାରୁ ଏହାକୁ ଉକ୍ତ ଗଣମାଧ୍ୟମ ବିରୋଧ କରିଥିଲା। ଏଥିସହ ବିବିସି ଗୋଟିଏ ସ୍ୱାଧୀନ ସଂସ୍ଥା ବୋଲି ସଫେଇ ଦେଇଥିଲା

Advertisment

ଏସବୁ ଭିତରେ ବିବିସିକୁ ସାକ୍ଷାତକାର ଦେଇ ମସ୍କ କହିଛନ୍ତି, “ଏହା ଅତ୍ୟନ୍ତ ବୋରିଂ। ଏହା ଅତ୍ୟନ୍ତ ମୁଣ୍ଡବିନ୍ଧାର କାରଣ। ବିଗତ କିଛି ମାସ ହେଲାଣି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ମାନସିକ ଚାପ ବଢ଼ି ଯାଇଛି। କିନ୍ତୁ କମ୍ପାନୀକୁ କିଣି ଠିକ କରିଛି। କାମ କରିବାର ଚାପର ଅର୍ଥ ବେଳେବେଳେ ମୁଁ ଅଫିସରେ ଶୋଇପଡ଼େ। ହେଲେ ଏବେ ଉପଯୁକ୍ତ ଲୋକ ମିଳିଲେ ଟ୍ୱିଟରକୁ ବିକ୍ରି କରିଦେବି।” 

Elon Musk Twitter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe