Advertisment

ହ୍ୱାଟସଆପ୍ ଅପଡେଟ୍ ନୋଟିଫିକେସନ ଆସିଛି କି?

ଏବେ ସମସ୍ତ ହ୍ୱାଟସଆପ୍ ୟୁଜରଙ୍କୁ କମ୍ପାନୀ ଏକ ଅପଡେଟ୍ ନୋଟିଫିକେସନ ପଠାଇଛି। ଯେଉଁଥିରେ କମ୍ପାନୀ ପ୍ରାଇଭେସି ପଲିସିରେ ପରିବର୍ତ୍ତନ କରିଛି। ସେଥିପାଇଁ ଏହି ନୋଟିଫିକେସନ ପଠାଇଛି। ଯଦି ଆପଣ ଅପଡେଟ୍ ପାଇଁ ରାଜି (ALLOW) ନହେବେ ତାହେଲେ ଫେବୃଆରୀ ୮ ପରେ ଆପଣ ଆଉ ହ୍ୱାଟସଆପ ବ୍ୟବହାର କରିପାରିବେ ନାହିଁ। ଅପଡେଟ୍ ପଛର କାରଣ ଅପଡେଟ୍ ପରେ ହ୍ୱାଟସଆପ ଷ୍ଟାଟସରେ ବିଜ୍ଞାପନ ଆସିବ ବୋଲି ଜଣାପଡ଼ିଛି। ହ୍ୱାଟସଆପ ଏକ ଫ୍ରି ଚାଟ୍ ଆପ୍। ଯେଉଁଥିରେ ସମସ୍ତେ ଫ୍ରୀରେ […]

ଅଦ୍ୟତନ ହୋଇଛି
ହ୍ୱାଟସଆପ୍ ଅପଡେଟ୍ ନୋଟିଫିକେସନ ଆସିଛି କି?

whatsapp-update

Advertisment

ଏବେ ସମସ୍ତ ହ୍ୱାଟସଆପ୍ ୟୁଜରଙ୍କୁ କମ୍ପାନୀ ଏକ ଅପଡେଟ୍ ନୋଟିଫିକେସନ ପଠାଇଛି। ଯେଉଁଥିରେ କମ୍ପାନୀ ପ୍ରାଇଭେସି ପଲିସିରେ ପରିବର୍ତ୍ତନ କରିଛି। ସେଥିପାଇଁ ଏହି ନୋଟିଫିକେସନ ପଠାଇଛି। ଯଦି ଆପଣ ଅପଡେଟ୍ ପାଇଁ ରାଜି (ALLOW) ନହେବେ ତାହେଲେ ଫେବୃଆରୀ ୮ ପରେ ଆପଣ ଆଉ ହ୍ୱାଟସଆପ ବ୍ୟବହାର କରିପାରିବେ ନାହିଁ।

Advertisment

ଅପଡେଟ୍ ପଛର କାରଣ

ଅପଡେଟ୍ ପରେ ହ୍ୱାଟସଆପ ଷ୍ଟାଟସରେ ବିଜ୍ଞାପନ ଆସିବ ବୋଲି ଜଣାପଡ଼ିଛି। ହ୍ୱାଟସଆପ ଏକ ଫ୍ରି ଚାଟ୍ ଆପ୍। ଯେଉଁଥିରେ ସମସ୍ତେ ଫ୍ରୀରେ ଚାଟିଂ କରୁଛନ୍ତି। ବିଶ୍ୱରେ ସର୍ବାଧିକ ଆଉ ଲୋକପ୍ରିୟ ଚାଟିଂ ଆପ ଭାବରେ ହ୍ୱାଟସଆପ ଆଗରେ ରହିଛି।

କ’ଣ କହିଥିଲେ ହ୍ୱାଟସଆପର ମୂଳ କମ୍ପାନୀର ପ୍ରତିଷ୍ଠାତା?

ଅକ୍ଟୋବରରେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କହିଥିଲେ ଯେ ମେସେଞ୍ଜର ଚାଟ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ମିଶ୍ରଣ ପାଇଁ କମ୍ପାନୀ କାମ କରୁଛି। ଏଭଳି ହେଲେ ସେମାନଙ୍କୁ କାମ କରିବାକୁ ସୁବିଧା ସହିତ ୟୁଜରଙ୍କୁ ମଧ୍ୟ ଲାଭ ହେବ। ଅର୍ଥାତ୍ ଯେମିତି ମେସେଞ୍ଜର, ଇନଷ୍ଟାଗ୍ରାମର ଇଣ୍ଟର ଅପରେବିଲିଟି ଯୋଡି ହୋଇଛି।

Advertisment

ଅପଡେଟ୍ ପରେ ଆଶଙ୍କା

ଅପଡେଟ୍ ନୋଟିଫିକେସନରେ ଡାଟା ଶେୟାର ହେବ ବୋଲି କୁହାଯାଇଛି। ହ୍ୱାଟସଆପର ମୂଳ କମ୍ପାନୀ ଫେସବୁକ, ଇନଷ୍ଟାଗ୍ରାମ ସହିତ ଡାଟା ଶେୟାର ହେବ ବୋଲି କୁହାଯାଇଛି। ତେଣୁ ଚାଟିଂ ଡାଟା ଶେୟାର ହେବାର ଆଶଙ୍କା ରହିଛି। ହେଲେ ଏହାକୁ କମ୍ପାନୀ ଖଣ୍ଡନ କରିଛି। ଟାଟିଂ ଯେଉଁଭଳି ଏନକ୍ରିପଟେଡ ଥିଲା ସେହି ଭଳି ରହିବ।

ହ୍ୱାଟସଆପ ମୋବାଇଲ୍ କିମ୍ୱା କମ୍ପ୍ୟୁଟରରେ ଖୋଲିବା ପରେ ଆଇପି ଠିକଣା, ମୋବାଇଲ ହ୍ୟାଣ୍ଡସେଟ୍, ହ୍ୱାଟସଆପ୍ ଲାଇଭ ଲୋକେସନ, ହ୍ୱାଟସଆପ ପେରେ ବ୍ୟବହାର ହୋଇଥିବା ଏଟିଏମ ବା କ୍ରେଡିଟ୍ କାର୍ଡ ନମ୍ୱର ହ୍ୱାଟସଆପ୍, ଫେସବୁକ ଓ ଇନଷ୍ଟା ମଧ୍ୟରେ ଇଣ୍ଟରନାଲ ଶେୟାରିଂ ହେବ। ପାସଓ୍ୱାର୍ଡ ଶେୟାର ହୋଇପାରିବନି ବୋଲି ଜଣାପଡ଼ିଛି।

ଅଧିକ ପଢନ୍ତୁ : ଆଖିର ଲୁହକୁ ରୋକିପାରିଲେନି ମହମ୍ମଦ ସିରାଜ୍

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe