Advertisment
ନୂଆଦିଲ୍ଲୀ: ଇନ୍ଷ୍ଟାଣ୍ଟ୍ ମେସେଜିଂ ଆପ୍ ହ୍ୱାଟ୍ସ୍ଆପ୍ ତା'ର ଗ୍ରାହକଙ୍କ ପାଇଁ ଏବେ 'ମିଡିଆ ଭିଜିବିଲିଟି’ ନାମରେ ଏକ ନୂଆ ଫିଚର୍ ଆଣିଛି। ଏହି ଫିଚର୍ ସାହାଯ୍ୟରେ ୟୁଜର୍ ମୋବାଇଲ୍ରେ ଥିବା ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଲୁଚାଇ ପାରିବେ।
Advertisment
ମିଡିଆ ଭିଜିବିଲିଟି ଫିଚର୍କୁ କିପରି ବ୍ୟବହାର କରିବେ?
ହ୍ୱାଟ୍ସଆପ୍ର ଏହି ନୂଆ ଫିଚର୍ଟି ଆଣ୍ଡ୍ରଏଡ୍ ବିଟା ଭର୍ସନ୨.୧୮.୧୯୫ରେ ଉପଲବ୍ଧ ହେବ। ଏହା ମୋବାଇଲ୍ ଗ୍ୟାଲେରୀକୁ କଣ୍ଟ୍ରୋଲ୍ କରିବ। ଯାହା ଦ୍ୱାରା ଆପଣ ମୋବାଇଲ୍ ଗ୍ୟାଲେରୀରେ ଥିବା ଫଟୋ ଓ ଭିଡିଓକୁ ଅନ୍ୟମାନଙ୍କଠାରୁ ଲୁଚାଇ ପାରିବେ।
ଏହା କିପରି କରିବେ ଜାଣନ୍ତୁ-
- ଏଥିପାଇଁ ଫୋନ୍ରେ ଥିବା ଯେ କୌଣସି କଣ୍ଟାକ୍ଟର ଚ୍ୟାଟ୍ ଭିଡିଓକୁ ଯାଆନ୍ତୁ।
- ଏହାପରେ ଉପରେ ଦିଆଯାଇଥିବା ଟପ୍ ରାଇଟ୍ କୋଣରେ କ୍ଲିକ୍ କରି View Contact ଉପରେ କ୍ଲିକ୍ କରନ୍ତୁ।
- ଏଠାରେ ଆପଣଙ୍କୁ କଷ୍ଟମ୍ ନୋଟିଫିକେସନ୍ ତଳେ ହ୍ୱାଟ୍ସଆପ୍ର ନୂଆ ଫିଚର୍ ମିଡିଆ ଭିଜିବିଲ୍ଟ ବିକଳ୍ପ ମିଳିଯିବ।
- ଏହି ବିକଳ୍ପକୁ ବ୍ୟବହାର କରି ଆପଣ ନିଜ ଫୋନ୍ରେ ଥିବା ଫଟୋ ଓ ଭିଡିଓକୁ ହାଇଡ୍ କରିପାରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/technokinz.jpg)