Advertisment

ବିନା ଇଣ୍ଟର୍‌ନେଟ୍‌ରେ ପଠାଇ ପାରିବେ ମେଲ୍‌, ଜାଣନ୍ତୁ ଟ୍ରିକ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ସାଧାରଣତଃ ଅଫିସିଆଲ୍‌ କାମରେ ମେସେଜ୍‌ ପଠାଇବା ପାଇଁ ଆମେ ଇ’ମେଲ୍‌ର ବ୍ୟବହାର କରିଥାଉ। ଏଥିପାଇଁ ଇଣ୍ଟର୍‌ନେଟ୍‌ର ଆବଶ୍ୟକତା ପଡ଼ିଥାଏ।  କିନ୍ତୁ ଏବେ ଆପଣ ବିନା ଇଣ୍ଟର୍‌ନେଟ୍‌ରେ ମଧ୍ୟ ମେଲ୍‌ ପଠାଇ ପାରିବେ। ଏଥିପାଇଁ ନିକଟରେ ଜି-ମେଲ୍‌ କିଛି ନୂଆ ଫିଚର୍‌ ଆଣିଛି। ଏହା ସାହାଯ୍ୟରେ ଆପଣ ଅଫ୍‌ଲାଇନ୍‌ରେ ମେଲ୍‌ ପଠାଇବା ସହିତ ମେଲ୍‌ ପଢ଼ିପାରିବେ ଓ ଅନାବଶ୍ୟକ ମେଲ୍‌ ଡିଲିଟ୍ ମଧ୍ୟ କରିପାରିବେ। ତେବେ ଏହା କିପରି କରିବେ, ଆସନ୍ତୁ ଜାଣିବା। ଏଥିପାଇଁ […]

author-image
Abinash Pati
ଅଦ୍ୟତନ ହୋଇଛି
ବିନା ଇଣ୍ଟର୍‌ନେଟ୍‌ରେ ପଠାଇ ପାରିବେ ମେଲ୍‌, ଜାଣନ୍ତୁ ଟ୍ରିକ୍

offline gamil

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ସାଧାରଣତଃ ଅଫିସିଆଲ୍‌ କାମରେ ମେସେଜ୍‌ ପଠାଇବା ପାଇଁ ଆମେ ଇ'ମେଲ୍‌ର ବ୍ୟବହାର କରିଥାଉ। ଏଥିପାଇଁ ଇଣ୍ଟର୍‌ନେଟ୍‌ର ଆବଶ୍ୟକତା ପଡ଼ିଥାଏ।  କିନ୍ତୁ ଏବେ ଆପଣ ବିନା ଇଣ୍ଟର୍‌ନେଟ୍‌ରେ ମଧ୍ୟ ମେଲ୍‌ ପଠାଇ ପାରିବେ।

Advertisment

ଏଥିପାଇଁ ନିକଟରେ ଜି-ମେଲ୍‌ କିଛି ନୂଆ ଫିଚର୍‌ ଆଣିଛି। ଏହା ସାହାଯ୍ୟରେ ଆପଣ ଅଫ୍‌ଲାଇନ୍‌ରେ ମେଲ୍‌ ପଠାଇବା ସହିତ ମେଲ୍‌ ପଢ଼ିପାରିବେ ଓ ଅନାବଶ୍ୟକ ମେଲ୍‌ ଡିଲିଟ୍ ମଧ୍ୟ କରିପାରିବେ। ତେବେ ଏହା କିପରି କରିବେ, ଆସନ୍ତୁ ଜାଣିବା।

  • ଏଥିପାଇଁ ୬.୧ ଭର୍ସନ୍‌ର କ୍ରୋମ୍‌ ବ୍ରାଉଜର୍‌ ଇନ୍‌ଷ୍ଟଲ୍‌ କରନ୍ତୁ।
  • ଏହାପରେ ଜି-ମେଲ୍‌ର ଡାହାଣ ପଟେ ଟପ୍‌ରେ ଥିବା ସେଟିଂ ଉପରେ କ୍ଲିକ୍‌ କରନ୍ତୁ।
  • ମେନ୍ୟୁ ବାର୍‌ରେ ଥିବା ତିନୋଟି ବିକଳ୍ପ ମଧ୍ୟରୁ Offline ଟ୍ୟାବ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ Enable offline mail ମଧ୍ୟ କ୍ଲିକ୍‌ କରନ୍ତୁ।
  • ବାସ୍‌ ଏହାପରେ ଆପଣ ବିନା ଇଣ୍ଟର୍‌ନେଟ୍‌ରେ ବି ଜି-ମେଲ୍‌ ବ୍ୟବହାର କରିପାରିବେ।
Advertisment