Advertisment

ଡିପଫେକରେ ଲାଗିବ ଲଗାମ: ସୋଶାଲ ମିଡିଆରେ ଦେଇ ହେବ FIR

"ଖୁବ୍ ଶୀଘ୍ର ଡିପଫେକ୍ ଫଟୋ କିମ୍ବା ଭିଡିଓର ଯାଞ୍ଚ ପାଇଁ କେନ୍ଦ୍ର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଯାଉଛି।"

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଡିପଫେକ୍ ଫଟୋ ଭାଇରାଲକୁ ନେଇ ଏବେ ସବୁଠି ଚିନ୍ତା। ଏ ଉପରେ କିପରି ପ୍ରତିବନ୍ଧକ ଲଗାଯାଇ ପାରିବ ସେଥିପାଇଁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି କଡା ନିୟମ। ଗତକାଲି ଏନେଇ ଏକ ଜରୁରୀ ବୈଠକ ମଧ୍ୟ ବସିଥିଲା। ଖୁବ୍ ଶୀଘ୍ର ଡିପଫେକ୍ ଫଟୋ ଓ ଭିଡିଓର ଯାଞ୍ଚ ପାଇଁ କେନ୍ଦ୍ର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଯାଉଛି। ଏନେଇ ଆଜି କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି। 

Advertisment

ସେ କହିଛନ୍ତି, ଆଗକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ୱେବସାଇଟ୍ ବିକଶିତ କରିବାକୁ ଯାଉଛି, ଯେଉଁଥିରେ ଉପଭୋକ୍ତାମାନେ ସୋଶାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କ ଅଭିଯୋଗ କରିପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ଫଟୋକୁ ବିକୃତ କରାଯାଇ ଅପଲୋଡ୍ ହୋଇଛି, ତେବେ ସେ ଏ ସମ୍ବନ୍ଧରେ ସୋଶାଲ ମିଡିଆ ମାଧ୍ୟମରେ ଏଫଆଇଆର୍ ଦାଖଲ କରିପାରିବେ। 

ଅଭିଯୋଗ କ୍ରମେ କଣ୍ଟେକ କେଉଁଠି ପ୍ରସ୍ତୁତ ହୋଇଛି କିମ୍ବା କିଏ ଏହାକୁ କ୍ରିଏଟ୍ କରିଛି ତା'ର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ। ଆଇଟି ନିୟମ ଅନୁଯାୟୀ ସୋଶାଲ ମିଡିଆ ୟୁଜରଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇବାକୁ ପ୍ଲାଟଫର୍ମଗୁଡିକୁ ସାତ ଦିନ ସମୟ ଦିଆଯାଇଛି ବୋଲି ରାଜୀବ ଚନ୍ଦ୍ରଶେଖର କହିଛନ୍ତି।  

Advertisment

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅପବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଥିଲେ। ଏଆଇ ଯୁଗରେ ଟେକ୍ନୋଲୋଜିର ସଠିକ୍ ବ୍ୟବହାର ଜରୁରୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। 

Social Media AI Deepfake IT Minister IT Dept On Deepfake