/odisha-reporter/media/post_attachments/uploadimage/library/16_9/16_9_0/Lisa_1688903086.jpg)
Lisa
ଓଟିଭିର ସଫଳତାରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ଓଡ଼ିଆରେ ନ୍ୟୁଜ୍ ପଢ଼ିବ ପ୍ରଥମ ଓଡ଼ିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ନ୍ୟୁଜ୍ ଆଙ୍କର ‘ଲିସା’। ଓଡ଼ିଶା ମାଟିର ପ୍ରଥମ ଘରୋଇ ସାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ଭାବରେ ସବୁବେଳ ନୂଆ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିବା ଓଟିଭି ଓଡ଼ିଶା ଗଣମାଧ୍ୟମକୁ ଭେଟି ଦେଇଛି ପ୍ରଥମ AI ନ୍ୟୁଜ୍ ଆଙ୍କର ।
ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଟେଲିଭିଜନ ଜଗତର ପ୍ରଥମ AI ନ୍ୟୁଜ ଆଙ୍କର ‘ଲିସା’ଙ୍କୁ ଭେଟି ଦେଇଛନ୍ତି ଓଟିଭି ନେଟୱର୍କର କୋ ଫାଉଣ୍ଡର ତଥା ଏମ୍ଡି ଜଗି ମଙ୍ଗତ ପଣ୍ଡା। ଏହି ଅବସରରେ ଓଟିଭିର ଡିଜିଟାଲ୍ ବିଜିନେସ୍ ହେଡ୍ ଲିତିସା ମଙ୍ଗତ ପଣ୍ଡା ଓ ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
AI ନ୍ୟୁଜ ଆଙ୍କର ‘ଲିସା’ଟେଲିଭିଜନ୍ ବ୍ରଡକାଷ୍ଟିଂରେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଏଇ ମାତ୍ର ଆରମ୍ଭ ହୋଇଛି। ସେଥିପାଇଁ ଓଟିଭିର AI ନ୍ୟୁଜ ଆଙ୍କର ‘ଲିସା’ ଏ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛି । ‘ଲିସା’ ହେଉଛି ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ AI ଆଙ୍କର। ଲିସା ମଧ୍ୟ ପ୍ରଥମ ଓଡ଼ିଆ AI ନ୍ୟୁଜ ଆଙ୍କର । ଲିସା ଏବେ ଓଟିଭିର ଟିଭି ଓ ଡିଜିଟାଲରେ କେବଳ ଓଡ଼ିଆ ଏବଂ ଇଂଲିଶ ଭାଷାରେ ଖବର ପଢ଼ିବ । ‘ଲିସା’କୁ ଆପଣ ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡିକରେ ପାଇପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
