Advertisment

ଭାରତୀୟ ଆନିମେସନ ଓ ଗେମିଂକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ କ୍ରାନ୍ତି ଆଣିଛି...

୧୧୫ତମ 'ମନ କି ବାତ୍‌' କାର୍ଯ୍ୟକ୍ରମରେ ଆନିମେସନ କ୍ଷେତ୍ରକୁ ପ୍ରଶଂସା କରିବା ସହ ସ୍ୱତନ୍ତ୍ର ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi

PM Modi

ଆନିମେସନ ଓ ଗେମିଂ କ୍ଷେତ୍ରରେ କ୍ରାନ୍ତି ଆସିଛି। ଭାରତୀୟ ଆନିମେସନକୁ ପସନ୍ଦ କରାଯାଉଛି। ୨୮ ତାରିଖରେ ବିଶ୍ବ ଆନିମେସନ ଦିବସ ପାଳନ। ୧୧୫ତମ 'ମନ କି ବାତ୍‌' କାର୍ଯ୍ୟକ୍ରମରେ ଆନିମେସନ କ୍ଷେତ୍ରକୁ ପ୍ରଶଂସା କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆନିମେସନ୍ ଏବଂ ଗେମିଂରେ ଭାରତ ବିପ୍ଳବ ପଥରେ ଅଛି।  ଭାରତର ଗେମିଂ ସ୍ପେଶ୍ (ଖେଳ ସ୍ଥାନ) ମଧ୍ୟ ବିସ୍ତାର ହେଉଛି ଏବଂ ଭାରତୀୟ ଖେଳ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହେଉଛି। ମୁଁ ଅଗ୍ରଣୀ ଖେଳାଳିଙ୍କୁ ଭେଟିଥିଲିସ ସେମାନଙ୍କଠାରୁ ଭାରତୀୟ ଗେମିଂର ସୃଜନଶୀଳତା ଜାଣିବା ଏବଂ ବୁଝିବାର ସୁଯୋଗ ପାଇଥିଲି।

ବର୍ତ୍ତମାନ ସମୟରେ ଭାରତର ପ୍ରତିଭା ବିଦେଶୀ ଉତ୍ପାଦନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ସ୍ପାଇଡର୍ ମ୍ୟାନ୍ ହେଉ କିମ୍ବା ଟ୍ରାନ୍ସଫର୍ମର୍ସ ହୁଅନ୍ତୁ, ଲୋକମାନେ ଏହି ଦୁଇଟି ଚଳଚ୍ଚିତ୍ରରେ ହରିନାରାୟଣ ରାଜୀବଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଆଜିର ଯୁବପିଢି ଏପରି କଣ୍ଟେଣ୍ଟ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ଭାରତୀୟ ସଂସ୍କୃତିର ପ୍ରତିଫଳନ ହେବା ସହ ଏହାକୁ ସମଗ୍ର ବିଶ୍ୱରେ ପସନ୍ଦ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  

Advertisment

ସେ ଆହୁରି କହିଛନ୍ତି ଯେ, ଏବେ ଆନିମେସନ୍ ସେକ୍ଟର ଏକ ଇଣ୍ଡଷ୍ଟ୍ରିର ରୂପ ନେଇଛି, ଯାହା ଅନ୍ୟ ଶିଳ୍ପକୁ ବି ଶକ୍ତି ଦେଉଛି। ଏହି ଦିନଗୁଡିକ ପରି, VR TOURISM ମାଧ୍ୟମରେ ଏକ ଭର୍ଚୁଆଲ୍ ଭ୍ରମଣ କରି ଅଜନ୍ତା ଗୁମ୍ଫାକୁ ଦେଖିପାରିବେ। ବନାରସ ଘାଟକୁ ଉପଭୋଗ କରିପାରିବେ। ଆନିମେଟରଙ୍କ ସହ ଗେମ୍ ଡେଭ୍ଲପର୍, ଷ୍ଟୋରୀ ଟେଲର୍ ଏବଂ ଭଏସ୍ ଓଭର୍ କଳାକାରଙ୍କ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରୁଛି।

ତେଣୁ ସୃଜନଶୀଳତାକୁ ଜାରି ରଖିବା ସହ ଏହାକୁ ବିସ୍ତାର କରିବାର ଚେଷ୍ଟା କରନ୍ତୁ, କିଏ ଜାଣେ ଦୁନିଆର ପରବର୍ତ୍ତୀ ସୁପରହିଟ୍ ଆନିମେଶନ ଆପଣଙ୍କ କମ୍ପ୍ୟୁଟରରୁ ବାହାରିପାରେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲିକୁ ଅର୍ଥାତ୍ ଅକ୍ଟୋବର ୨୮କୁ ବିଶ୍ୱ ଆନିମେସନ୍ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି। ଆମେ ଭାରତକୁ ଗ୍ଲୋବାଲ୍ ଆନିମେସନ ପାୱାର ହାଉସ୍ କରିବା ପାଇଁ ସଂକଳ୍ପ ନେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ସେହିପରି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ବିଷୟରେ ଆଲୋଚନା କରି କହିଛନ୍ତି, ଆତ୍ମନିର୍ଭରଶୀଳତା କେବଳ ଆମର ନୀତି ନୁହେଁ ବରଂ ଏକ ବୃତ୍ତିରେ ପରିଣତ ହୋଇଛି। ଆତ୍ମନିର୍ଭରଶୀଳ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଚମତ୍କାର କାର୍ଯ୍ୟ କରୁଛି। ଏକଦା ମୋବାଇଲ୍ ଫୋନ୍ ଆମଦାନୀ କରୁଥିବା ଭାରତ ଆଜି ବିଶ୍ୱର ଏକ ପ୍ରମୁଖ ଉତ୍ପାଦକ ହୋଇପାରିଛି।

ଏକଦା ବିଶ୍ୱରେ ପ୍ରତିରକ୍ଷା ସାମଗ୍ରୀର ସର୍ବବୃହତ କ୍ରୟକାରୀ ଥିବା ଭାରତ ବର୍ତ୍ତମାନ ଏହାକୁ ୮୫ ଦେଶକୁ ରପ୍ତାନି କରୁଛି। ସ୍ପେସ୍ ଟେକ୍ନୋଲୋଜି ମଧ୍ୟ ଅଗ୍ରଗତି କରୁଛି। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଏକ ଜନ ଅଭିଯାନରେ ପରିଣତ ହେଉଛି।

PM Modi Animation Man Ki Baat Modi Praises Animation Sector Gaming Animation Day