Advertisment

ଲଞ୍ଚ୍‌ ପୂର୍ବରୁ ଫ୍ଲାଇଙ୍ଗ୍‌ କାର୍‌ ପାଇଁ ଆଗୁଆ ବୁକ୍‌ କଲେ ୮୦୦ ଗ୍ରାହକ

ନୂଆଦିଲ୍ଲୀ: ଦିନକୁ ଟୋକ୍ନୋଲଜିରେ ଦ୍ରୁତ ଉନ୍ନତି ଯୋଗୁଁ ମଣିଷ ତା’ର ସବୁ ସ୍ୱପ୍ନ ସାକାର କରିପାରୁଛି। ଦିନେ ଉଡ଼ନ୍ତା କାର୍‌ (ଫ୍ଲାଇଙ୍ଗ୍‌ କାର୍‌) ନେଇ ଯେଉଁ ପରିକଳ୍ପନା କରାଯାଉଥିଲା। ତାହା ଏବେ ବାସ୍ତବ ରୂପ ନେଇଛି। ଫ୍ଲାଇଙ୍ଗ୍‌ କାର୍‌ ନିର୍ମାତା କମ୍ପାନୀ  ‘Samson Sky’ ଏକ ଜବରଦସ୍ତ ଫ୍ଲାଇଙ୍ଗ୍ କାର୍‌ ଲଞ୍ଚ୍‌ କରିବାକୁ  ଯୋଜନା କରୁଛି। କିନ୍ତୁ କମ୍ପାନୀ କାର୍‌ ଲଞ୍ଚ୍‌ କରିବା ପୂର୍ବରୁ ଏହାକୁ ୮୦୦ ଜଣ ଆଗୁଆ ବୁକ୍‌ କରିସାରିଲେଣି। ଖବର ଅନୁସାରେ, ୨୪ଟି […]

author-image
Abinash Pati
ଲଞ୍ଚ୍‌ ପୂର୍ବରୁ ଫ୍ଲାଇଙ୍ଗ୍‌ କାର୍‌ ପାଇଁ ଆଗୁଆ ବୁକ୍‌ କଲେ ୮୦୦ ଗ୍ରାହକ

fling-car-2.jpg

ନୂଆଦିଲ୍ଲୀ: ଦିନକୁ ଟୋକ୍ନୋଲଜିରେ ଦ୍ରୁତ ଉନ୍ନତି ଯୋଗୁଁ ମଣିଷ ତା'ର ସବୁ ସ୍ୱପ୍ନ ସାକାର କରିପାରୁଛି। ଦିନେ ଉଡ଼ନ୍ତା କାର୍‌ (ଫ୍ଲାଇଙ୍ଗ୍‌ କାର୍‌) ନେଇ ଯେଉଁ ପରିକଳ୍ପନା କରାଯାଉଥିଲା। ତାହା ଏବେ ବାସ୍ତବ ରୂପ ନେଇଛି। ଫ୍ଲାଇଙ୍ଗ୍‌ କାର୍‌ ନିର୍ମାତା କମ୍ପାନୀ  'Samson Sky' ଏକ ଜବରଦସ୍ତ ଫ୍ଲାଇଙ୍ଗ୍ କାର୍‌ ଲଞ୍ଚ୍‌ କରିବାକୁ  ଯୋଜନା କରୁଛି। କିନ୍ତୁ କମ୍ପାନୀ କାର୍‌ ଲଞ୍ଚ୍‌ କରିବା ପୂର୍ବରୁ ଏହାକୁ ୮୦୦ ଜଣ ଆଗୁଆ ବୁକ୍‌ କରିସାରିଲେଣି।

Advertisment

[caption id="attachment_275849" align="aligncenter" width="750"]fling-car1 photo-samacharnama.com[/caption]

ଖବର ଅନୁସାରେ, ୨୪ଟି ଦେଶର ଗ୍ରାହକମାନେ ଏହି ଉଡ଼ନ୍ତା କାର୍‌ କିଣିବା ପାଇଁ ଅଗୁଆ ବୁକିଂ କରିଛନ୍ତି। ସେଥିମଧ୍ୟରୁ ୪୬ ଜଣ କେବଳ ଆମେରିକାର ନାଗରିକ। 'Samson Sky' କମ୍ପାନୀ ଦ୍ୱାରା ନିର୍ମିତ ଏହି ଉଡ଼ନ୍ତା କାର୍‌ଟି କେବଳ ଯେ ଆକାଶରେ ଉଡ଼ିପାରିବ ତାହା ନୁହେଁ, ଏହା ସଡ଼କରେ ମଧ୍ୟ ଚାଲିପାରିବ।

Advertisment

[caption id="attachment_275850" align="aligncenter" width="750"]fl-2 photo-samacharnama.com[/caption]

ଫ୍ଲାଇଙ୍ଗ୍‌ କାର୍‌ର ଖାସ୍‌ କଥା-

  • ଏହି ଫ୍ଲାଇଙ୍ଗ୍‌ କାର୍‌ଟି ଘଣ୍ଟା ପ୍ରତି ୩୦୫ କିମି ବେଗରେ ଉଡ଼ିପାରିବ ବୋଲି  କମ୍ପାନୀ ଦାବି କରିଛି। ଏଥିରେ ଦୁଇଜଣ ବସିବା ପାଇଁ ସିଟ୍‌ ଦିଆଯାଇଛି।
  • ପ୍ରତିଦିନ ଟ୍ରାଫିକ୍‌ ସମସ୍ୟା ଉପୁଜିଥିବା ସହରଗୁଡ଼ିକରେ ଏହି କାର୍‌ ବେଶ୍‌ ସହାୟକ ହେବ ବୋଲି କମ୍ପାନୀ କହିଛି।
  • ସଡ଼କ ପଥରେ ଏହାର ଟପ୍‌ ସ୍ପିଡ୍‌  ଘଣ୍ଟା ପ୍ରତି ୨୦୧ କିମି ରହିଛି।
  • କମ୍ପାନୀ ଅନୁସାରେ ଏହି କାର୍‌କୁ ଟେକ୍‌ଅଫ୍‌ କରିବା ପାଇଁ ଅତିକମ୍‌ରେ ୧,୧୦୦ ଫୁଟ ଜାଗା ଆବଶ୍ୟକ।