Advertisment

ଉଡ଼ିଗଲା ଟ୍ୱିଟରର ନୀଳ ଚଢ଼େଇ, ଏବେ ଆସିଲା X

ବାସ୍ତବରେ ଟ୍ୱିଟର୍‌ର ଯୁଗ ଶେଷ ହୋଇନାହିଁ। ହେଲେ ଦୀର୍ଘ ବର୍ଷ ହେଲା ଟ୍ୱିଟରରେ ଥିବା ନୀଳ ଚଢ଼େଇର ବୟସ ଆଜି ଶେଷ ହୋଇ ଯାଇଛି। ଆଉ ଟ୍ୱିଟରରେ ନୀଳ ଚଢ଼େଇ ଦେଖାଯାଉନି। ଏହା ବଦଳରେ X ଆସିଯାଇଛି। ଏବେ ଟ୍ୱିଟର୍‌ର ଲୋଗ ଭାବେ X ହିଁ ଦୃଶ୍ୟମାନ ହେବ।

Twitter

Twitter

Advertisment

ମାତ୍ର ୨୪ ଘଣ୍ଟା ତଳେ ଆମେ ଯେଉଁ ଟ୍ୱିଟରକୁ ଜାଣିଥିଲୁ ଏବେ ତାହା ସଂପୂର୍ଣ୍ଣ ଭାବେ ବଦଳି ଯାଇଛି। ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଆଜି ବିଧିବଦ୍ଧ ଭାବେ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର କାୟା ବଦଳାଇ ଦେଇଛନ୍ତି।

Advertisment

ବାସ୍ତବରେ ଟ୍ୱିଟର୍‌ର ଯୁଗ ଶେଷ ହୋଇନାହିଁ। ହେଲେ ଦୀର୍ଘ ବର୍ଷ ହେଲା ଟ୍ୱିଟରରେ ଥିବା ନୀଳ ଚଢ଼େଇର ବୟସ ଆଜି ଶେଷ ହୋଇ ଯାଇଛି। ଆଉ ଟ୍ୱିଟରରେ ନୀଳ ଚଢ଼େଇ ଦେଖାଯାଉନି। ଏହା ବଦଳରେ X ଆସିଯାଇଛି। ଏବେ ଟ୍ୱିଟର୍‌ର ଲୋଗ ଭାବେ X ହିଁ ଦୃଶ୍ୟମାନ ହେବ।

ଆଜି ଠାରୁ ବିଧିବଦ୍ଧ ଭାବେ କିଛି ଆକାଉଣ୍ଟରେ ନୀଳ ଚଢ଼େଇ ବଦଳରେ ଟ୍ୱିଟର ଲୋଗ ଭାବେ X ଦୃଶ୍ୟମାନ ହେବା ଆରମ୍ଭ ହୋଇଛି। ଅବଶ୍ୟ ଏବେ କିଛି ଆକାଉଣ୍ଟରେ ନୀଳ ଚଢ଼େଇ ରହିଛି। ଏହାର ଅର୍ଥ ଏଲନ ମସ୍କ ପର୍ଯ୍ୟାୟକ୍ରମେ ବିଭିନ୍ନ ଆକାଉଣ୍ଟର ଲୋଗ ବଦଳାଇବା ଆରମ୍ଭ କରିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା କେବଳ ଟ୍ୱିଟର୍‌ର ୱେବ ଭର୍ସନର ଲୋଗ X ହୋଇଛି। ସେଠାରୁ ନୀଳ ଚଢ଼େଇ ଉଡ଼ି ଯାଇଛି। ତେବେ ଆଇଓଏସ୍‌ ଓ ଆଣ୍ଡରଏଡ ଭର୍ସନ ଟ୍ୱିଟର୍‌ର ଲୋଗ ଭାବେ ନୀଳ ଚଢ଼େଇ ଏବେ ରହିଛି।

କିଛି ଦିନ ତଳେ ମସ୍କ କହିଥିଲେ, “ଶୀଘ୍ର ଆମେ ଟ୍ୱିଟର ବ୍ରାଣ୍ଡ ଓ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ।” ସତକୁ ସତ ଆଜି ଠାରୁ ନୀଳ ପକ୍ଷୀ ବଦଳରେ X ଆସି ଯାଇଛି। ନିକଟରେ ମସ୍କ ଆରମ୍ଭ କରିଥିବା ଆର୍ଟିଫିସିଆଲ କମ୍ପାନୀର ନାମ ମଧ୍ୟ xAI ରଖାଯାଇଛି। ଏହାସହ ମସ୍କଙ୍କ ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପୋରେସନ୍ କମ୍ପାନୀର ନାମ ମଧ୍ୟ ସ୍ପେସ୍-ଏକ୍ସ ରହିଛି। ତେଣୁ ମସ୍କ ଟ୍ୱିଟର ପକ୍ଷୀ ଲୋଗୋକୁ ହଟାଇ X କରିଛନ୍ତି।

Elon Musk Twitter Twitter Logo Twitter News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe