Advertisment

ଲଞ୍ଚ୍‌ ହେଲା Realme 2: କମ୍‌ ଦାମ୍‌ରେ ଅଧିକ ଫିଚର୍‌

ନୂଆଦିଲ୍ଲୀ:  ଚାଇନିଜ୍ ମୋବାଇଲ୍ ନିର୍ମାତା କମ୍ପାନୀ ରିୟଲ୍‌ମି ନିଜର Realme 2 ସ୍ମାର୍ଟଫୋନ୍‌କୁ ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ୍‌ ୨ଟି ଭ୍ୟାରିୟାଣ୍ଟ୍‌ରେ ବଜାରକୁ ଆସିଛି। ଉଭୟଙ୍କର ମୂଲ୍ୟ ଭିନ୍ନ ଭିନ୍ନ ରହିଛି। ସେପ୍ଟେମ୍ବର ୪ ତାରିଖରେ ଫ୍ଲିପ୍‌କାର୍ଟ ଜରିଆରେ ଏହାର ବିକ୍ରି ଆରମ୍ଭ ହେବ। ଏବେ, ଏହାର ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା। ଫିଚର୍ସ: ଡୁଆଲ୍‌ ସିମ୍‌ ବିଶିଷ୍ଟ ଏହି ସ୍ମାର୍ଟ ଫୋନ୍‌ଟି  ଆଣ୍ଡ୍ରଏଡ୍‌ ୮.୧ ଓରିଓ ବେସ୍‌ଡ ColorOS 5.1ରେ ଚାଲିବ। ଏଥିରେ ୬.୨ […]

ଲଞ୍ଚ୍‌ ହେଲା Realme 2: କମ୍‌ ଦାମ୍‌ରେ ଅଧିକ ଫିଚର୍‌

trendingwheel

Advertisment

ନୂଆଦିଲ୍ଲୀ:  ଚାଇନିଜ୍ ମୋବାଇଲ୍ ନିର୍ମାତା କମ୍ପାନୀ ରିୟଲ୍‌ମି ନିଜର Realme 2 ସ୍ମାର୍ଟଫୋନ୍‌କୁ ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ୍‌ ୨ଟି ଭ୍ୟାରିୟାଣ୍ଟ୍‌ରେ ବଜାରକୁ ଆସିଛି। ଉଭୟଙ୍କର ମୂଲ୍ୟ ଭିନ୍ନ ଭିନ୍ନ ରହିଛି। ସେପ୍ଟେମ୍ବର ୪ ତାରିଖରେ ଫ୍ଲିପ୍‌କାର୍ଟ ଜରିଆରେ ଏହାର ବିକ୍ରି ଆରମ୍ଭ ହେବ। ଏବେ, ଏହାର ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା।

Advertisment

[caption id="attachment_268810" align="aligncenter" width="1085"]publive-image photo-androidauthority[/caption]

ଫିଚର୍ସ: ଡୁଆଲ୍‌ ସିମ୍‌ ବିଶିଷ୍ଟ ଏହି ସ୍ମାର୍ଟ ଫୋନ୍‌ଟି  ଆଣ୍ଡ୍ରଏଡ୍‌ ୮.୧ ଓରିଓ ବେସ୍‌ଡ ColorOS 5.1ରେ ଚାଲିବ। ଏଥିରେ ୬.୨ ଇଞ୍ଚ୍‌ର ଡିସ୍‌ପ୍ଲେ ଦିଆଯାଇଛି। ଯାହାର ଏସ୍‌ପେକ୍ଟ ରେସିଓ ୧୯:୯ ରହିଛି। ଏଥିସହିତ ଏଥିରେ HD+(720x1520 ପିକ୍ସେଲ୍) ଇନ୍‌ସେଲ୍‌ ପ୍ୟାନେଲ୍‌ ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ରେ 3GB/ 4GB ରାମ୍‌ Adreno 506 GPU ସୁବିଧା ସହିତ ୪୫୦ର ଅକ୍ଟାକୋର୍‌ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍‌ ପ୍ରୋସେସର୍‌ ମଧ୍ୟ ଦିଆଯାଇଛି। ଏଥିରେ ୨୫୬ GB  ପର୍ଯ୍ୟନ୍ତ ମେମୋରି କାର୍ଡ ପକାଇ ପାରିବେ।

Advertisment

[caption id="attachment_268813" align="aligncenter" width="1046"]publive-image photo- abp news[/caption]

କ୍ୟାମେରା:  Realme 2ର କ୍ୟାମେରା ଫିଚର୍ସ କଥା ଦେଖିଲେ, ଏଥିରେ ଡୁଆଲ୍‌ ରିୟର୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ପ୍ରଥମ କ୍ୟାମେରାଟି ୧୩ ମେଗାପିକ୍ସେଲ୍‌ ଓ ଦ୍ୱିତୀୟ କ୍ୟାମେରା ୨ ମେଗାପିକ୍ସେଲ୍‌। ସେହିଭଳି ସେଲ୍‌ଫି ପାଇଁ f/2.2 ଅପର୍ଚର ସହିତ ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି।

[caption id="attachment_268817" align="aligncenter" width="835"]publive-image photo- digit.in[/caption]

କନେକ୍ଟିଭିଟି: ଏଥିରେ ଡୁଆଲ୍‌ 4G VoLTE ୱାଇଫାଇ ବ୍ଲୁଟୁଥ୍‌ v4.2, GPS/ A-GPS, GLONASS ମାଇକ୍ରୋ USB, OTG ସପୋର୍ଟ ଓ 3.5mm ହେଡ୍‌ଫୋନ୍‌ ଜ୍ୟାକ୍‌ ସପୋର୍ଟ ସୁବିଧା ଦିଆଯାଇଛି। ଏଥିସହିତ ଏହି ଫୋନ୍‌ରେ 4,230mAhର ପାୱାର୍‌ଫୁଲ୍‌ ବ୍ୟାଟେରି ସହିତ ଫିଙ୍ଗର୍‌ପ୍ରିଣ୍ଟ୍ ସେନ୍‌ସର୍ ଓ ଫେସ୍‌ ଅନ୍‌ଲକ୍‌ ସେନ୍‌ସର୍‌ ଭଳି ଅନ୍ୟାନ୍ୟ ସୁବିଧା ରହିଛି।

[caption id="attachment_268819" align="aligncenter" width="1077"]publive-image photo-myhomegadgets[/caption]

ମୂଲ୍ୟ: 3GB/ ରାମ୍‌ 32GB ଷ୍ଟୋରେଜ୍‌ ପାଇଁ ବିଶିଷ୍ଟ ସ୍ମାର୍ଟ ଫୋନ୍‌ର ଦାମ୍ ୮,୯୯୦ ଟଙ୍କା ଓ 4GB ରାମ୍‌ ଓ 64GB ବିଶିଷ୍ଟ ମୋବାଇଲ୍‌ର ଦାମ୍‌ ୧୦,୯୯୦ ଟଙ୍କା ରହିଛି।

ଲଞ୍ଚ୍‌ ଅଫର୍: Realme 2 ସ୍ମାର୍ଟଫୋନ୍‌ରେ ଲଞ୍ଚ୍‌ ଅଫର୍ ମଧ୍ୟ  ରହିଛି। HDFC ବ୍ୟାଙ୍କ୍‌ର କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡରେ ପେମେଣ୍ଟ୍‌ କଲେ ୭୫୦ ଟଙ୍କାର ରିହାତି ଦିଆଯାଉଛି। ଏଥିସହିତ ଜିଓ ତରଫରୁ ମଧ୍ୟ 120GB ଡାଟା ସହିତ ଅନ୍ୟାନ୍ୟ ଅଫର୍‌ ମଧ୍ୟ ଏଥିରେ ଉପଲବ୍ଧ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe