Advertisment

ଜିଓ ଲଞ୍ଚ କଲା ଫ୍ରି ଭିଡିଓ କନଫରେନସିଂ ଆପ୍ସ

ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ଫ୍ରି ଭିଡିଓ କନଫରେନସିଂ ଆପ୍ସ ଲଞ୍ଚ କରିଛି। ଗୁରୁବାର ରାତିରେ ରିଲାଏନ୍ସ ଜିଓ ମିଟ୍ (JIOMEET) ନାମକ ଆପ୍ସ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। ଏଥିରେ ଜୁମ୍ ଆପ୍ସ ଭଳି ଫିଚର ରହିଛି। ଏକା ସାଙ୍ଗରେ ଶହେ ଜଣ କନଫରେନସିଂରେ ରହିପାରିବେ। ଭିଡିଓ କଲିଂ ଏଚଡି କ୍ୟାଲଟିର ରହିଛି। ଏଥିସହିତ ଏହି ଆପ୍ସ ବ୍ୟବହାର କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଜୁମ୍ ଆପ୍ସର ସର୍ଭର […]

ଜିଓ ଲଞ୍ଚ କଲା ଫ୍ରି ଭିଡିଓ କନଫରେନସିଂ ଆପ୍ସ

jio meet

Advertisment

ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ଫ୍ରି ଭିଡିଓ କନଫରେନସିଂ ଆପ୍ସ ଲଞ୍ଚ କରିଛି। ଗୁରୁବାର ରାତିରେ ରିଲାଏନ୍ସ ଜିଓ ମିଟ୍ (JIOMEET) ନାମକ ଆପ୍ସ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। ଏଥିରେ ଜୁମ୍ ଆପ୍ସ ଭଳି ଫିଚର ରହିଛି। ଏକା ସାଙ୍ଗରେ ଶହେ ଜଣ କନଫରେନସିଂରେ ରହିପାରିବେ। ଭିଡିଓ କଲିଂ ଏଚଡି କ୍ୟାଲଟିର ରହିଛି। ଏଥିସହିତ ଏହି ଆପ୍ସ ବ୍ୟବହାର କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

Advertisment

ଜୁମ୍ ଆପ୍ସର ସର୍ଭର ଲିଙ୍କ ଚୀନ ସହିତ ଥିବା ନେଇ ଜଣାପଡ଼ିବା ପରେ ଏହି ଆପ୍ସ ବିବଦୀୟ ହୋଇ ପଡ଼ିଛି। ଏମିତିକି ଭିଡିଓ କନଫରେନସିଂ ବେଳେ ଅନେକ ଥର ଅଶ୍ଳୀଳ ଭିଡିଓ ଚାଲୁଥିବାର ନଜିର ରହିଛି। ଏହାପରେ କେନ୍ଦ୍ର ସରକାର ଏହି ଜୁମ୍ ଆପ୍ସକୁ ବ୍ୟାନ କରିଛନ୍ତି।

କରୋନା ମହାମାରୀ ବେଳେ ଭରଚୁଆଲ ମିଡିଅମ୍ ମାଧ୍ୟମରେ ବୈଠକ ଏବଂ ଓ୍ୱାନ ଟୁ ଓ୍ୱାନ କନଫରେନସିଂ ବଢ଼ିଛି। ଏହାକୁ ନଜରରେ ରଖି ଏବେ ଗୁଗୁଲ ପ୍ଲେ ଷ୍ଟୋରରେ ମାଇକ୍ରୋସଫ୍ଟ ଟିମ, ଗୁଗୁଲ ମିଟ୍ ଆଦି ଆପ୍ସ ରହିଛି। ଏବେ ଜିଓ ମିଟ୍ ସାମିଲ୍ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe