ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ଗତ ମାସର ଶେଷ ଭାଗରେ ଭାରତୀୟ ବଜାରକୁ ଆସିଛି ରିଲାଏନ୍ସ୍ର ନୂଆ ସ୍ମାର୍ଟ୍ ଫୋନ୍ ଜିଓ ଫୋନ୍ ଟୁ'। ମାତ୍ର ୨,୯୯୯ ଟଙ୍କାରେ ମିଳୁଥିବା ଏହି ସ୍ମାର୍ଟ୍ ଫୋନ୍ରେ 4ଜିର ୫ଟି ବିଶେଷ ଫିଚର୍ ମଧ ଉପଲବ୍ଧ।
ବିକ୍ରି ଆରମ୍ଭର କିଛି ସମୟ ମଧ୍ୟରେ ଏହି ସ୍ମାର୍ଟ୍ ଫିଚର୍ ଫୋନ୍ ଖୁବ୍ ଭଲ ବ୍ୟବସାୟ ମଧ୍ୟ କରିଛି। ଏପରିକି ଆପଣଙ୍କ ପୁରୁଣା ଜିଓ ଫୋନ୍ ବଦଳରେ ଏହାକୁ କିଣିବା ପାଇଁ କମ୍ପାନୀ ପକ୍ଷରୁ ଏକ୍ସ୍ଚେଞ୍ଜ୍ ଅଫର୍ ମଧ୍ୟ ଦିଆଯାଇଛି।
ଏବେ ଆସନ୍ତୁ ଜାଣିବା, ରିଲାଏନ୍ସ୍ର ନୁଆ ସ୍ମାର୍ଟ୍ ଫୋନ୍, ଜିଓ ଫୋନ୍ ଟୁ'ରେ ଥିବା 4ଜି ଫୋନ୍ର ବିଶେଷ ୫ଟି ଫିଚର୍।
ଯୁଗୋପଯୋଗୀ 'ଆପ୍'ର ସୁବିଧା:
ଭିଡିଓ କଲିଂ :
ଅଧିକ ବଜେଟ୍ରେ ଫୋନ୍ ନକିଣିଲେ ବହୁ ସ୍ମାର୍ଟ୍ ଫୋନ୍ରେ ଭିଡିଓ କଲିଂର ସୁବିଧା ନଥାଏ। କିନ୍ତୁ ଜିଓର ଏହି ଛୋଟ୍ ଫିଚର୍ ଫୋନ୍(ଜିଓ ଫୋନ୍ ଟୁ')ରେ ଆପଣ ଭିଡିଓ କଲିଂର ସୁବିଧା ପାଇପାରିବେ। ଭାରତର ଅଧିକାଂଶ କମ୍ପ୍ୟୁଟର୍ ଏବଂ ଲାପ୍ଟପ୍, ଇଣ୍ଟର୍ନେଟ୍ରେ VoIP calls କରିବା ପାଇଁ ସକ୍ଷମ ନୁହନ୍ତି। କିନ୍ତୁ ଜିଓ ଫୋନ୍ରେ VoLTE ଏହି ସୁବିଧା ଦେଉଛି। ଭାରତୀୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରିଲାଏନସ୍ ଜିଓ ଫୋନ୍ ଟୁ'ରେ ଭିଡିଓ କଲିଂ ରଖିଛି।
ଜିଓ ଫୋନ୍ ଟୁ'ରେ ପ୍ରଥମ ଥର ପାଇଁ ଭଏସ୍ ଆସିସ୍ଷ୍ଟାଣ୍ଟ୍ ଫିଚର୍ ସୁବିଧା ରହିଛି। ଏହି ସୁବିଧା ଆପଣଙ୍କୁ MyJio appରେ Hello Jio ଫିଚର୍ରେ ଉପଲବ୍ଧ ହେବ, ଯାହା ଇଂରାଜୀ ଏବଂ ହିନ୍ଦୀରେ ରହିଛି। ବର୍ତ୍ତମାନ ଏହି ଆସିସ୍ଷ୍ଟାଣ୍ଟ୍ ଆପଣଙ୍କୁ voice-control searchର ସୁବିଧା ଦେବା ସହିତ ଖେଳ ସ୍କୋର୍, ଗୀତ ଶୁଣିବା ଏବଂ ପାଣିପାଗ ବିଷୟରେ ମଧ୍ୟ ସୂଚନା ଦେବ।
ଏଣ୍ଟର୍ଟେନ୍ମେଣ୍ଟ୍:
ଜିଓ ଫୋନ୍ ଟୁ' ବ୍ୟବହାରକାରୀଙ୍କ ପାଇଁ ଏହି ଫୋନ୍ରେ ଏଣ୍ଟର୍ଟେନ୍ମେଣ୍ଟ୍ ଆପ୍ର ସୁବିଧା ରହିଛି। ଜିଓଟିଭି, ଜିଓସିନେମା, ଜିଓମ୍ୟୁଜିକ୍ ଆପ୍ ସହିତ music streaming ଏବଂ downloadsର ସୁବିଧା ମଧ୍ୟ ରହିଛି। ଏହି ପ୍ରକାର ମନୋରଞ୍ଜନ ଦେଉଥିବା ଫିଚର୍ ଆପ୍କୁ ଅନ୍ୟ ସାର୍ଟ୍ ଫୋନ୍ରେ ଅଣଦେଖା କରାଯାଉଥିଲା। କିନ୍ତୁ ରିଲାଏନସ୍ ଏହି ପୁରୁଣା ଆପ୍ ସବୁକୁ ଆଣି ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
Affordable 4G (ଆଫର୍ଡେବଲ୍ 4ଜି):
ଅତି କମ୍ ମୂଲ୍ୟରେ ରିଲାଏନ୍ସ୍ ନିର୍ମାଣ କରିଥିବା ଜିଓ ଫୋନ୍ ସବୁ ବର୍ଗର ଗ୍ରାହକଙ୍କ ନିକଟରେ ଆଦୃତ ହୋଇପାରିଛି। ପୂର୍ବରୁ ଜିଓ ଫୋନ୍ କେବଳ 4G connectivity ସୁବିଧା ଦେଇଥିଲା। କିନ୍ତୁ ଜିଓ ଫୋନ୍ ଟୁ'ରେ କମ୍ପାନୀ ଏକ୍ଷେତ୍ରରେ ଗୋଟିଏ ପାଦ ଆଗକୁ ବଢ଼ାଇଛି। ଏଥିରେ ଦୁଇଟି ସିମ୍ ରଖିବା ପାଇଁ ସୁବିଧା ରହିବା ସହିତ VoLTE ସୁବିଧା ମଧ୍ୟ ରହିଛି। ସେଥିପାଇଁ ଆପଣଙ୍କୁ ଏହି ଫୋର୍ଜି ସିମ୍ ଥିବା ଫୋନ୍ ପାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।
କେବଳ ଏତିକି ନୁହେଁ, ରିଲାଏନ୍ସ୍ କମ୍ପାନୀ ଜିଓ ଫୋନ୍ ଟୁ' ପାଇଁ ଏକ୍ସଚେଞ୍ଜ୍ ସୁବିଧା ମଧ୍ୟ ଦେଉଛି। ଆପଣ ନିଜ ପୁରୁଣା ଜିଓ ଫୋନ୍ ବଦଳରେ ଏହି ନୂଆ ଫିଚର୍ ଫୋନ୍କୁ କେବଳ ୫୦୧ ଟଙ୍କାରେ ପାଇପାରିବେ।