Advertisment

ବଜାରକୁ ଆସୁଛି 7,000mAh ବ୍ୟାଟେରୀ ଥିବା ସ୍ମାର୍ଟଫୋନ୍‌ Galaxy M51

ନୂଆଦିଲ୍ଲୀ : ସାଉଥ୍‌ କୋରିଆନ୍‌ ଟେକ୍ନୋଲୋଜୀ କମ୍ପାନି ସାମସଙ୍ଗ୍‌ ଏକ ନୂଆ ସ୍ମାର୍ଟଫୋନ୍‌ Galaxy M51କୁ ବଜାର ପ୍ରବେଶ କରାଇବାକୁ ଯାଉଛି। ଜର୍ମାନୀରେ ଏହାର ଲଞ୍ଚ୍‌ ହୋଇସାରିଛି। ଭାରତରେ ଏହା ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଏହି ଫୋନ୍‌ରେ 7,000mAhର ବ୍ୟାଟେରୀ ଦକ୍ଷତା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଗ୍ରାହକଙ୍କୁ 6,000 mAh ପର୍ଯ୍ୟନ୍ତ ବ୍ୟାଟେରୀ ଥିବା ସ୍ମାର୍ଟଫୋନ୍‌ ଦିଆଯାଉଥିଲା। ତେଣୁ ଭାରତରେ ଏହା ଅଧିକ ବ୍ୟାଟେରୀ ଥିବା ପ୍ରଥମ ସ୍ମାର୍ଟଫୋନ୍‌ ଭାବରେ ପରିଚିତ ହେବାକୁ […]

ବଜାରକୁ ଆସୁଛି 7,000mAh ବ୍ୟାଟେରୀ ଥିବା ସ୍ମାର୍ଟଫୋନ୍‌ Galaxy M51

smng

Advertisment

ନୂଆଦିଲ୍ଲୀ : ସାଉଥ୍‌ କୋରିଆନ୍‌ ଟେକ୍ନୋଲୋଜୀ କମ୍ପାନି ସାମସଙ୍ଗ୍‌ ଏକ ନୂଆ ସ୍ମାର୍ଟଫୋନ୍‌ Galaxy M51କୁ ବଜାର ପ୍ରବେଶ କରାଇବାକୁ ଯାଉଛି। ଜର୍ମାନୀରେ ଏହାର ଲଞ୍ଚ୍‌ ହୋଇସାରିଛି। ଭାରତରେ ଏହା ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି।

Advertisment

ଏହି ଫୋନ୍‌ରେ 7,000mAhର ବ୍ୟାଟେରୀ ଦକ୍ଷତା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଗ୍ରାହକଙ୍କୁ 6,000 mAh ପର୍ଯ୍ୟନ୍ତ ବ୍ୟାଟେରୀ ଥିବା ସ୍ମାର୍ଟଫୋନ୍‌ ଦିଆଯାଉଥିଲା। ତେଣୁ ଭାରତରେ ଏହା ଅଧିକ ବ୍ୟାଟେରୀ ଥିବା ପ୍ରଥମ ସ୍ମାର୍ଟଫୋନ୍‌ ଭାବରେ ପରିଚିତ ହେବାକୁ ଯାଉଛି।

ଜର୍ମାନୀରେ Galaxy M51ର ମୂଲ୍ୟ ୩୬୦ ୟୁରୋ, ଯାହା ଭାରତୀୟ ମୁଦ୍ରାରେ ୩୧,୪୦୦ ଟଙ୍କା। ୧୧ ସେପ୍ଟେମ୍ୱରରୁ ଏହାର ବିକ୍ରି ଆରମ୍ଭ ହେବ।

Advertisment

ଏହି ସ୍ମାର୍ଟଫୋନ୍‌ରେ ଥିବା ଫିଚର

  • Samsung Galaxy M51ରେ ଫୁଲ୍‌ ଏଚ୍‌ଡି ପ୍ଲସ୍‌ AMOLED ଡିସପ୍ଲେ ରହିଛି।
  • ଏହା ସହିତ ପାଞ୍ଚଟି ହୋଲ୍‌ ଥିବା ସେଲ୍‌ଫି କ୍ୟାମେରା ଦିଆଯାଇଛି।
  • ଫୋନ୍‌ଟି ଅକ୍ଟୋକୋର୍‌ ପ୍ରୋସେସରରେ ଚାଲୁଛି।
  • ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋର୍‌ଜ୍‌ ରହିଛି।
  • ଫଟୋଗ୍ରାଫି ପାଇଁ ଏଥିରେ ଚାରୋଟି ରିଅର୍‌ କ୍ୟାମେରା ରହିଛି। ପ୍ରାଇମେରୀ ଲେନ୍ସ ୬୪ ମେଗା ପିକ୍ସେଲ୍‌ ଏବଂ ଅନ୍ୟଟି ୧୨ ମେଗା ପିକ୍ସେଲ୍‌ର ଅଲଟ୍ରା ୱାଇଡ୍‌ ଲେନ୍ସ ରହିଛି। ସେହିପରି ୫ ମେଗା ପିକ୍ସେଲ୍‌ର ମାଇକ୍ରୋ ଲେନ୍ସ ଓ ୫ ମେଗା ପିକ୍ସେଲ ଡେପ୍‌ଥ ସେସିଙ୍ଗ କ୍ୟାମେରା ରହିଛି।
  • ସେହିପରି ସେଲ୍‌ଫି ପାଇଁ ୩୨ ମେଗା ପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି।

    ଭାରତରେ ଏହି ସ୍ମାର୍ଟଫୋନ୍‌କୁ କମ୍ପାନୀ ୨୫ ହଜାର ଟଙ୍କାରେ ବଜାର ପ୍ରବେଶ କରାଇବାର ଯୋଜନା ରଖିଛି। ତେବେ ଏହାର ଅଫିସିଆଲ୍‌ ଲଞ୍ଚିଂ ନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe