Advertisment

ମିଶନ ସମୁଦ୍ରଯାନ: ସମୁଦ୍ରର ୬ କିମି ଗଭୀରକୁ ୩ ଜଣଙ୍କୁ ପଠାଇବେ ଭାରତ ସରକାର

ସମୁଦ୍ରଯାନ ପ୍ରୋଜେକ୍ଟ ହେଉଛି ଭାରତର ପ୍ରଥମ ମାନବଯୁକ୍ତ ସାଗର ମିଶନ। ଏହି ପ୍ରୋଜେକ୍ଟ ମାଧ୍ୟମରେ ଗଭୀର ସମୁଦ୍ରରେ ଥିବା ସମ୍ପଦ ବିଷୟରେ ତଥ୍ୟ ସଂଗ୍ରହ କରାଯିବ ଓ ଜୈବ ବିବିଧତାର ଆକଳନ କରାଯିବ।

Samudrayaan

Samudrayaan

Advertisment

ଭାରତର ସମୁଦ୍ରଯାନ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା। ସମୁଦ୍ରର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ। ଏଥିପାଇଁ ସମୁଦ୍ର ପତ୍ତନରୁ ୬୦୦୦ ମିଟର ବା ୬ କିମି ଗଭୀର ଜଳରାଶିକୁ ଭାରତ ସରକାର ୩ ଜଣଙ୍କୁ ପଠାଇବେ।

Advertisment

ଏଥିପାଇଁ ସ୍ୱତନ୍ତ୍ର ଗୋଲାକୃତି ବୁଡ଼ା ଜାହାଜ ମଧ୍ୟ ତିଆରି କରାଯାଇଛି। ଆଜି ରାଜ୍ୟସଭାରେ ଭାରତର ସମୁଦ୍ରଯାନ ମିଶନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଘୋଷଣା କରିଛନ୍ତି।

ସମୁଦ୍ରଯାନ ପ୍ରୋଜେକ୍ଟ ହେଉଛି ଭାରତର ପ୍ରଥମ ମାନବଯୁକ୍ତ ସାଗର ମିଶନ। ଏହି ପ୍ରୋଜେକ୍ଟ ମାଧ୍ୟମରେ ଗଭୀର ସମୁଦ୍ରରେ ଥିବା ସମ୍ପଦ ବିଷୟରେ ତଥ୍ୟ ସଂଗ୍ରହ କରାଯିବ ଓ ଜୈବ ବିବିଧତାର ଆକଳନ କରାଯିବ।

Advertisment

ଉକ୍ତ ମିଶନ ଆଦୌ ଇକୋସିଷ୍ଟମକୁ ପ୍ରଭାବିତ କରିବ ନାହିଁ। କାରଣ ଏଥିପାଇଁ ସ୍ୱତନ୍ତ୍ର ଭାବେ ବୁଡ଼ା ଜାହାଜ ପ୍ରସ୍ତୁତ କରାଯାଇଛି। ଏହି ବୁଡ଼ା ଜାହାଜଟି ସଂପୂର୍ଣ୍ଣ ଭାବେ ପରିବେଶ ଉପଯୋଗୀ।

ବିଶାଳ ଗଭୀର ସାଗର ମିଶନ ଅଧୀନରେ ଏହି ପ୍ରକଳ୍ପ ବା ପ୍ରୋଜେକ୍ଟ ରହିଛି। ଯାହା କେନ୍ଦ୍ରର ନୀଳ ଅର୍ଥନୀତିକ ନୀତିକୁ ସହାୟତା କରିବ। ସାଗର ସମ୍ପଦକୁ ବ୍ୟବହାର କରି ଦେଶର ଅର୍ଥନୀତିକୁ ବୃଦ୍ଧି କରିବା, ଜୀବନଶୈଳର ଉନ୍ନତିକରଣ, ନିଯୁକ୍ତି ସୃଷ୍ଟି ଓ ସମୁଦ୍ରର ଇକୋସିଷ୍ଟମକୁ ସୁଧାରିବା ଏହି ନୀତିର ଲକ୍ଷ୍ୟ।

ସମୁଦ୍ରଯାନ ପ୍ରକଳ୍ପ ୨୦୨୬ରେ ବାସ୍ତବ ରୂପ ନେବ ବୋଲି ଆଶା କରାଯାଉଛି। ଚେନ୍ନାଇରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜି (ଏନଆଇଓଟି) ଏହାକୁ ବିକଶିତ ଓ ଡିଜାଇନ କରୁଛି। ଏଥିପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ବୁଡ଼ା ଜାହାଜର ନାଁ 'MATSYA 6000' ରଖାଯାଇଛି। ଏହା ସ୍ୱାଭାବିକ ଅପରେସନରେ ୧୨ ଘଣ୍ଟା ଓ ଜରୁରୀ ସମୟରେ ମାନବ ସୁରକ୍ଷା ପାଇଁ ୯୬ ଘଣ୍ଟା କାର୍ଯ୍ୟକ୍ଷମ ହୋଇ ରହିବ।

ସମୁଦ୍ରଯାଦ ପ୍ରକଳ୍ପ ସହ ଭଗୀର ସାଗର ମିଶନ ପାଇଁ ଭାରତ ସରକାର ୪,୦୭୭ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ୫ ବର୍ଷ ମଧ୍ୟରେ ଏହି ଟଙ୍କାକୁ ପର୍ଯ୍ୟାୟକ୍ରମେ ଖର୍ଚ୍ଚ କରାଯିବ। ଏହି ମିଶନ ଜରିଆରେ ଆମେରିକା ରୁଷ, ଫ୍ରାନ୍ସ, ଜାପାନ ଓ ଚାଇନା କ୍ଲବରେ ଭାରତ ସାମିଲ ହେବ।

Rajyasabha Samudrayaan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe