Advertisment

ୟୁଜରଙ୍କ ଫଟୋ ଚୋରି କରି କ୍ରିଏଟ୍ ହେଉଛି ନକଲି ଏକ୍ସ ଆକାଉଣ୍ଟ

ଟ୍ୱିଟର୍, ବର୍ତ୍ତମାନର ଏକ୍ସରେ ହେଉଛି ବଡ ଧରଣର ଜାଲିଆତି। ଚାଟଜିପିଟି ସହାୟତାରେ ଲୋକଙ୍କ ଫଟୋ ଚୋରି କରି ଫେକ୍ ଆକାଉଣ୍ଟ ଓ କଣ୍ଟେଣ୍ଟ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
X

X

Advertisment

ବିଶ୍ୱର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ୍ ଟ୍ୱିଟର୍, ଯାହାକୁ ଏବେ X ବୋଲି କୁହାଯାଯାଉଛି ଏହି ପ୍ଲାଟଫର୍ମକୁ ନିଜ ଅଧୀନକୁ ନେବା ପରେ ଅନେକ ପରିବର୍ତ୍ତନ ଆଣିଛନ୍ତି ଏଲନ ମସ୍କ। ବ୍ୟବହାରାକାରୀଙ୍କ ଗୋପନୀୟତାକୁ ପ୍ରାଧାନ୍ୟ ଦେଇ ପ୍ଲାଟଫର୍ମରେ ବହୁ ସଂସ୍କାର ଆଣିଥିବା ଏବଂ ଆଣିବାକୁ ଉଦ୍ୟମ ଜାରି ରଖିଥିବା ସର୍ବଦା ଦାବି କରୁଛନ୍ତି ମସ୍କ। ହେଲେ ୟୁଜରଙ୍କ ପ୍ରାଇଭେସି କେତେ ସୁରକ୍ଷିତ ତାହା ଏବେ ପଦାରେ ପଡ଼ିଛି। ବର୍ତ୍ତମାନ ୟୁଜରଙ୍କ ଫଟୋ ବ୍ୟବହାର କରି ନକଲି ଆକାଉଣ୍ଟ କ୍ରିଏଟ୍ ହେଉଥିବା ଅଭିଯୋଗ ହୋଇଛି।

Advertisment

ଇଣ୍ଡିୟାନା ୟୁନିଭର୍ସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ଅନୁସନ୍ଧାନକାରୀମାନେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନର ଏକ୍ସରେ ଫେକ୍ ଆକାଉଣ୍ଟ ଏବଂ କଣ୍ଟେଣ୍ଟ୍ ତିଆରି କରିବା ପାଇଁ ବ୍ୟବହାରକାରୀଙ୍କ ଫଟୋ ଚୋରି କରିବାକୁ ChatGPT ପରି ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରି କ୍ରିଏଟ୍ ହୋଇଥିବା ୧୧୪୦ ଆକାଉଣ୍ଟ, ଯେଉଁଗୁଡିକର ନାମ "Fox8" ବଟନେଟ୍ ରଖାଯାଇଛି ସେହିପରି ଆକାଉଣ୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଲୋକଙ୍କୁ ନକଲି କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ କହି ପ୍ରତାରଣା କରିବା ଉଦ୍ଦେଶ୍ୟରେ ଏହି ବଟ୍ ଆକାଉଣ୍ଟଗୁଡିକ ଓପନ୍ କରାଯାଇଛି। ଏପରିକି ସେମାନେ ସନ୍ଦେହ କରୁଛନ୍ତି ଯେ, ବଟଗୁଡ଼ିକ ପ୍ରକୃତ କ୍ରିପ୍ଟୋ ୱାଲେଟରୁ ଚୋରି ହୋଇଥାଇପାରେ। ଏହି ଆକାଉଣ୍ଟଗୁଡ଼ିକ ପ୍ରାୟତଃ ବିଟ୍ କଏନ୍ ଏବଂ କ୍ରିପ୍ଟୋ ପରି ହ୍ୟାଶଟ୍ୟାଗ୍ ବ୍ୟବହାର କରି କ୍ରିପ୍ଟୋ ନ୍ୟୁଜ୍ ଉପରେ ଧ୍ୟାନ ଦେଉଥିବା ରିଅଲ୍ ମାନବ ଚାଳିତ ଆକାଉଣ୍ଟ୍ ସହ ଯୋଗାଯୋଗ କରୁଛନ୍ତି।

Advertisment

ଆହୁରି ଜଣାପଡିଛି ଯେ, ନକଲି କ୍ରିପ୍ଟୋକରେନ୍ସିକୁ ପ୍ରୋତ୍ସାହିତ କରିବା ବ୍ୟତୀତ, ଫକ୍ସ8 ବଟନେଟ ଆକାଉଣ୍ଟଗୁଡିକ ନିର୍ବାଚନ ଏବଂ ଜନସ୍ୱାସ୍ଥ୍ୟ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଭୁଲ ତଥ୍ୟକୁ ପ୍ରୋତ୍ସାହନ କରୁଛି। ବଟଗୁଡିକ ବିପୁଳ ପରିମାଣରେ AI ଜେନେରେଟେଡ୍ ପୋଷ୍ଟ ଶେୟାର୍ କରୁଛନ୍ତି। ଯାହା ଫଳରେ ସେମାନଙ୍କ ପୋଷ୍ଟ ଅଧିକ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚି ପାରିବ ଏବଂ କ୍ଷତିକାରକ ଲିଙ୍କରେ ସେମାନେ କ୍ଲିକ୍ କରିବାକୁ ବାଧ୍ୟହେବେ। 

ଏହି ବଟଗୁଡିକ କେବଳ ଚୋରି ହୋଇଥିବା ଫଟୋ ବ୍ୟବହାର କରନ୍ତି ନାହିଁ ବରଂ ପରସ୍ପର ସହିତ କଥାବାର୍ତ୍ତା କରନ୍ତି। ଏଥିରେ କେତେକ ନିର୍ଦ୍ଦିଷ୍ଟ ସଂଖ୍ୟକ ଫଲୋର୍ସ ଏବଂ ଫ୍ରେଣ୍ଡ ରହିଥାନ୍ତି। ଚାଟ୍ ଜିପିଟି ପରି ଭାଷା ମଡେଲରେ ଅଗ୍ରଗତି କାରଣରୁ ଏହି ପରି ଆକାଉଣ୍ଟଗୁଡିକ ସେମାନଙ୍କର ବିଶ୍ୱସନୀୟତାରେ ସହଜରେ ଉନ୍ନତି ଆଣିପାରୁଥିବା ଅଧ୍ୟୟନରେ ଦର୍ଶାଯାଇଛି।

Twitter X X Fake Account Botnet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe