Advertisment

ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍‌ ?

ନୂଆଦିଲ୍ଲୀ: ଭାରତରେ ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାର ବେଶ୍ ବଢ଼ିଗଲାଣି। ତେବେ ଏହା ସହିତ ହ୍ୱାଟ୍‌ସ୍‌ଆପ୍‌ ଜରିଆରେ ଫେକ୍‌ ନ୍ୟୁଜର ପ୍ରସାର ଭଳି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ନିକଟରେ ସଂଘଟିତ କିଛି ‘ମବ୍ ଲିଞ୍ଚିଙ୍ଗ’ ଘଟଣାରେ ହ୍ୱାଟ୍ସଆପ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ପଦାକୁ ଆସିଥିଲା। ଏହାକୁ ନେଇ କେନ୍ଦ୍ର ସରକାର ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାର ପ୍ରସଙ୍ଗରେ ନିଜ ଆଭମ୍ମୁଖ୍ୟକୁ କଠୋର କରିଥିଲେ। କେନ୍ଦ୍ର ସରକାରଙ୍କ କଡ଼ା ଆଭିମ୍ମୁଖ୍ୟ ପରେ ଫେକ୍ ନ୍ୟୁଜ୍‌ର ପ୍ରସାରକୁ ରୋକିବା ପାଇଁ ହ୍ୱାଟ୍‌ସ୍‌ଆପ୍‌ ଜରିଆରେ କମ୍ପାନୀ ଏହାର […]

ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍‌ ?

whtsaap

Advertisment

ନୂଆଦିଲ୍ଲୀ: ଭାରତରେ ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାର ବେଶ୍ ବଢ଼ିଗଲାଣି। ତେବେ ଏହା ସହିତ ହ୍ୱାଟ୍‌ସ୍‌ଆପ୍‌ ଜରିଆରେ ଫେକ୍‌ ନ୍ୟୁଜର ପ୍ରସାର ଭଳି ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ନିକଟରେ ସଂଘଟିତ କିଛି 'ମବ୍ ଲିଞ୍ଚିଙ୍ଗ' ଘଟଣାରେ ହ୍ୱାଟ୍ସଆପ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ପଦାକୁ ଆସିଥିଲା। ଏହାକୁ ନେଇ କେନ୍ଦ୍ର ସରକାର ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାର ପ୍ରସଙ୍ଗରେ ନିଜ ଆଭମ୍ମୁଖ୍ୟକୁ କଠୋର କରିଥିଲେ।

Advertisment

କେନ୍ଦ୍ର ସରକାରଙ୍କ କଡ଼ା ଆଭିମ୍ମୁଖ୍ୟ ପରେ ଫେକ୍ ନ୍ୟୁଜ୍‌ର ପ୍ରସାରକୁ ରୋକିବା ପାଇଁ ହ୍ୱାଟ୍‌ସ୍‌ଆପ୍‌ ଜରିଆରେ କମ୍ପାନୀ ଏହାର ବ୍ୟବହାର ନିୟମରେ କିଛି ପରିବର୍ତ୍ତନ ମଧ୍ୟ ଆଣିଥିଲା। ଏସବୁ ସତ୍ତ୍ୱେ ଫେକ୍‌ ନ୍ୟୁଜ୍‌ ସମସ୍ୟା ସୁଧୁରି ନାହିଁ।

ତେବେ ଏହି ସମସ୍ୟାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର କମ୍ପାନୀକୁ ଭାରତରେ ଜଣେ ଅଭିଯୋଗ ଗ୍ରହଣକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ଫେକ୍ ନ୍ୟୁଜ୍‌କୁ ଟ୍ରାକିଂ ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଏପରି ପରାମର୍ଶକୁ ହ୍ୱାଟ୍‌ସଆପ୍‌ କମ୍ପାନୀ କର୍ତ୍ତୃପକ୍ଷ ଗ୍ରହଣ କରିବା ପାଇଁ ରାଜି ନ ହେବାରୁ ଏହାକୁ ନେଇ କେନ୍ଦ୍ର ସରକାର କମ୍ପାନୀ ଉପରେ କ୍ଷୁବ୍‌ଧ ଅଛନ୍ତି।

Advertisment

publive-imageଏବେ କେନ୍ଦ୍ରର ଆଇଟି ମନ୍ତ୍ରାଳୟ ଚେତାବନୀ ଦେଇଛି ଯେ ଯଦି କମ୍ପାନୀ ସରକାରଙ୍କ ନିର୍ଦ୍ଦେଶ ପାଳନ ନକରେ, ତେବେ ଫେକ୍‌ ନ୍ୟୁଜ୍‌ର ପ୍ରସାରଣ ପାଇଁ କମ୍ପାନୀକୁ ଦାୟୀ କରାଯିବ ଏବଂ ଆବଶ୍ୟକ ପଡିଲେ ଭାରତରେ ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାରକୁ ବ୍ୟାନ୍‌ କରି ଦିଆଯିବ।

ସରକାର କମ୍ପାନୀ ନିକଟରେ ସ୍ପଷ୍ଟଭାବେ ସର୍ତ୍ତ ରଖିଛନ୍ତି ଯେ ଏପରି ଏକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ, ଯାହା ସାହାଯ୍ୟରେ ଫେକ୍‌ ନ୍ୟୁଜ୍‌ର ପ୍ରସାର ରୋକାଯିବା ସମ୍ଭବ ହୋଇପାରିବ। ଅନ୍ତତଃପକ୍ଷେ ଫେକ୍‌ ନ୍ୟୁଜର ସୂତ୍ରକୁ ଠାବ କରିବା ପାଇଁ ହ୍ୱାଟ୍‌ସ୍‌ଆପ୍ କମ୍ପାନୀକୁ ଏକ ବ୍ୟବସ୍ଥା ବିକଶିତ କରିବାକୁ ପଡ଼ିବ।

ଯଦି ହ୍ୱାଟ୍‌ସ୍‌ଆପ୍‌ କମ୍ପାନୀ କେନ୍ଦ୍ର ସରକାରଙ୍କ ଏହି ସର୍ତ୍ତାବଳୀକୁ ନମାନେ ତେବେ ଖୁବ୍‌ଶୀଘ୍ର ଭାରତରେ ହ୍ୱାଟ୍‌ସ୍‌ଆପ୍‌ର ବ୍ୟବହାର ବନ୍ଦ ହୋଇଯାଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe