Advertisment

ମାନସିକ ସ୍ୱାସ୍ଥ୍ୟ ପାଇଁ ବାର୍ଷିକ ୬.୫ କୋଟି ଟଙ୍କାର ଚାକିରି ଛାଡ଼ିଲେ ମେଟା ଇଞ୍ଜିନିୟର୍

ଭାରତୀୟ ବଂଶୋଦ୍ଭବ ରାହୁଲ ପାଣ୍ଡେ କୌଣସି ସାଧାରଣ ଇଞ୍ଜିନିୟର ନଥିଲେ, ସେ ମେଟାରେ ଟେକ୍ ଲିଡ୍ ଏବଂ ମ୍ୟାନେଜର ଭାବରେ ନିଯୁକ୍ତି ପାଇଥିଲେ। ତାଙ୍କର ବାର୍ଷିକ ଆୟ ସାଢ଼େ ଛଅ କୋଟି ଟଙ୍କା ଥିଲା।

ଅଦ୍ୟତନ ହୋଇଛି
Rahul Pandey

Rahul Pandey

Advertisment

ଆଜିର ଟେକ୍ନୋଲୋଜି ଯୁଗରେ ଅନେକ ସଫଳ କାହାଣୀ ଆମ ଧ୍ୟାନ ଆକର୍ଷଣ କରେ। କିଏ ନୂଆ ଉଦ୍ଭାବନ କରି ବିଶ୍ୱକୁ ବିଶ୍ମିତ କରେ ତ ଆଉ କେହି ନିମିଷକେ ବନିଯାଏ କୋଟିପତି। ଅନେକ ସଫଳ କାହାଣୀ ମଧ୍ୟରେ ଜଣେ ଇଞ୍ଜିନିୟରଙ୍କ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ମେଟାରେ ବାର୍ଷିକ ୬ କୋଟି ଟଙ୍କାରୁ ଅଧିକ ଦରମା ପାଉଥିବା ଜଣେ ଇଞ୍ଜିନିୟର୍ ଚାକିରି ଛାଡ଼ି ଦେଇଛନ୍ତି।   

Advertisment

ତାଙ୍କ ଚାକିରି ଛାଡ଼ିବା ପଛର କାରଣ ଅନେକଙ୍କ ଧ୍ୟାନ ଆକର୍ଷଣ କରୁଛି। କାରଣ ସେ ମାନସିକ ସ୍ୱାସ୍ଥ୍ୟ ଏବଂ ଆତ୍ମ-ଅନ୍ୱେଷଣ ପାଇଁ ଚାକିରି ଛାଡ଼ିଥିବା ଦର୍ଶାଇଛନ୍ତି। 

ଭାରତୀୟ ବଂଶୋଦ୍ଭବ ରାହୁଲ ପାଣ୍ଡେ କୌଣସି ସାଧାରଣ ଇଞ୍ଜିନିୟର ନଥିଲେ, ସେ ମେଟାରେ ଟେକ୍ ଲିଡ୍ ଏବଂ ମ୍ୟାନେଜର ଭାବରେ ନିଯୁକ୍ତି ପାଇଥିଲେ। ତାଙ୍କର ବାର୍ଷିକ ଆୟ ସାଢ଼େ ଛଅ କୋଟି ଟଙ୍କା ଥିଲା। ତଥାପି ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।

Advertisment

ରାହୁଲ ଲିଙ୍କଡ-ଇନରେ ଏକ ପୋଷ୍ଟ୍ ଶେଆର୍ କରି କହିଛନ୍ତି, ତାଙ୍କର ଏହି ଯାତ୍ରା ଖୁବ୍ କଷ୍ଟକର ଥିଲା। ଆମେରିକା କର୍ଲିଫୋର୍ଣ୍ଣିଆରେ ଫେସବୁକ୍ ଇଞ୍ଜିଅର୍ ଭାବେ ଯୋଗଦେବାର ଛଅ ମାସ ପରେ ସେ ଇମ୍ପୋଷ୍ଟର ସିଣ୍ଡ୍ରୋମ୍(ଅଧିକ ସଫଳତା ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ବୁଦ୍ଧି, କୌଶଳ, କିମ୍ବା ନିଜ ଉପରେ ଆତ୍ମ-ସନ୍ଦେହ) ଅନୁଭବ କରିଥିଲେ। ଏହିପରି ଏକ ପ୍ରତିଯୋଗିତାମୂଳକ ପରିବେଶରେ ଉତ୍କର୍ଷ ହେବାର ଚାପ ତାଙ୍କ ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇଥିଲା।

ରାହୁଲଙ୍କ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ସେ ନିଜକୁ ମୁକାବିଲା କରିବାରେ ବିଫଳ ହେଉଥିଲେ। ତ୍ରୁଟି ସଂଶୋଧନ ପାଇଁ ସେ କାହା ସହ ଆଲୋଚନନା କରିବାକୁ କିମ୍ୱା ସାହାଯ୍ୟ ମାଗିବାକୁ ଦ୍ୱିଧା ମନେ କରୁଥିଲେ। ଏପରି କରିବା ଦ୍ୱାରା ତାଙ୍କର ବରିଷ୍ଠ ଇଞ୍ଜିନିୟରର ଆଖ୍ୟା ମଳିନ ପଡ଼ିବ ବୋଲି ଭାବୁଥିଲେ। ଏଭଳି ଦ୍ୱିଧା ଓ ଦ୍ୱନ୍ଦ୍ୱ ମଧ୍ୟରେ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଧୀରେ ଧୀରେ ବିଗିଡ଼ି ଯାଇଥିଲା।

ଏହାପରେ ସେ ଧୀରେ ଧୀରେ ନିଜ କାର୍ଯ୍ୟ ଦକ୍ଷତା ଦେଖାଇଥିଲେ। ମେଟାରେ ପାଞ୍ଚ ବର୍ଷ କାମ କରିବା ପରେ ତାଙ୍କ ବାର୍ଷିକ ଆୟ ୬.୫ କୋଟି ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ୨୦୨୨ରେ ସେ ଚାକିରିରୁ ଇସ୍ତଫା ଦେଇ ନିଜର ଏକ ଷ୍ଟାର୍ଟଅପ୍ କମ୍ପାନୀ ‘ତାରୋ’ ନିର୍ମାଣ କରିଥିଲେ। ଏହା ମାଧ୍ୟମରେ ସେ ଅନ୍ୟ ସଫ୍ଟୱେୟାର୍ ଇଞ୍ଜିନିଅରମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ।

ବର୍ତ୍ତମାନ ସେ ନିଜ ପସନ୍ଦର କାର୍ଯ୍ୟ କରିବା ସହ ଆତ୍ମସନ୍ତୋଷ ପାଉଥିବା କହିଛନ୍ତି। ଭାଗ୍ୟ ଏକ ବଡ଼ ଭୂମିକା ଗ୍ରହଣ କରେ ବୋଲି କହିଛନ୍ତି ରାହୁଲ। 

Technology Techie Quit Job Meta Engineer Facebook Engineer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe