Advertisment

ଏହି କାରଣରୁ ଆଇଫୋନ୍‌ ବନ୍ଦ କଲା ଫେସ୍‌ଟାଇମ୍‌ରେ ଗ୍ରୁପ୍‌ କଲ୍‌ ସୁବିଧା

ନୂଆଦିଲ୍ଲୀ: ଆପଲ୍‌ ଆଇଫୋନ୍‌ରେ ବି ସମସ୍ୟା ଆସିପାରେ ଏବଂ ଏଥିପାଇଁ ଏକ ଲୋକପ୍ରିୟ ବୈଶିଷ୍ଟ୍ୟକୁ ମଧ୍ୟ ବନ୍ଦ କରିବାକୁ ପଡ଼ିପାରେ, ଏହା ପୂର୍ବରୁ ଭାବି ହେଉ ନଥିଲେ ମଧ୍ୟ ଏଭଳି କିଛି ଘଟଣା ଘଟିଛି। ଆପଲ୍‌ ଆଇଫୋନ୍‌ରେ ଗ୍ରୁପ୍‌ ଫେସ୍‌ଟାଇମ୍‌ ଭିଡିଓ କଲିଂ ପ୍ଲାଟଫର୍ମରେ ଏକ ବଗ୍‌ ଠାବ କରାଯାଇଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ବ୍ଲୁମ୍‌ବର୍ଗ ଠାବ କରିଥିବା ଏହି ବଗ୍‌ ଯୋଗୁ ଆଇଫୋନ୍‌ ଏବଂ ଆଇପ୍ୟାଡ୍‌ରେ କେହି ଜଣେ କଲ୍‌ ରିସିଭ୍‌ କରିବା ପୂର୍ବରୁ […]

author-image
Subrat Kumar Nayak
ଏହି କାରଣରୁ ଆଇଫୋନ୍‌ ବନ୍ଦ କଲା ଫେସ୍‌ଟାଇମ୍‌ରେ ଗ୍ରୁପ୍‌ କଲ୍‌ ସୁବିଧା

iphone

ନୂଆଦିଲ୍ଲୀ: ଆପଲ୍‌ ଆଇଫୋନ୍‌ରେ ବି ସମସ୍ୟା ଆସିପାରେ ଏବଂ ଏଥିପାଇଁ ଏକ ଲୋକପ୍ରିୟ ବୈଶିଷ୍ଟ୍ୟକୁ ମଧ୍ୟ ବନ୍ଦ କରିବାକୁ ପଡ଼ିପାରେ, ଏହା ପୂର୍ବରୁ ଭାବି ହେଉ ନଥିଲେ ମଧ୍ୟ ଏଭଳି କିଛି ଘଟଣା ଘଟିଛି। ଆପଲ୍‌ ଆଇଫୋନ୍‌ରେ ଗ୍ରୁପ୍‌ ଫେସ୍‌ଟାଇମ୍‌ ଭିଡିଓ କଲିଂ ପ୍ଲାଟଫର୍ମରେ ଏକ ବଗ୍‌ ଠାବ କରାଯାଇଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।

Advertisment

ବ୍ଲୁମ୍‌ବର୍ଗ ଠାବ କରିଥିବା ଏହି ବଗ୍‌ ଯୋଗୁ ଆଇଫୋନ୍‌ ଏବଂ ଆଇପ୍ୟାଡ୍‌ରେ କେହି ଜଣେ କଲ୍‌ ରିସିଭ୍‌ କରିବା ପୂର୍ବରୁ ମଧ୍ୟ ତାଙ୍କ ସ୍ୱର ଶୁଣିହେଉଛି। ଅର୍ଥାତ ସେ କଲ୍ ରିସିଭ୍‌ କରିନଥିବେ ଏବଂ କ’ଣ କହୁଛନ୍ତି ସେଥିପ୍ରତି ସତର୍କ ହୋଇନଥିବେ, କିନ୍ତୁ ତାଙ୍କ ଭଏସ୍‌ ସମସ୍ତେ ଶୁଣିପାରିବେ।

ଏହା ବିଷୟରେ ଜାଣିବାର କିଛି ସମୟ ମଧ୍ୟରେ ହିଁ ଆପଲ ପଦକ୍ଷେପ ନେବା ଆରମ୍ଭ କରିଦେଇଛି। ସିଷ୍ଟମ୍‌ ଷ୍ଟାଟସ୍‌ ପେଜ୍‌ରେ ଏହା ସାମୟିକ ଭାବରେ ଉପଲବ୍ଧ ନାହିଁ ବୋଲି ଦର୍ଶାଉଛି। ବର୍ତ୍ତମାନ ୱାନ୍‌-ଟୁ-ୱାନ୍‌ କଲ୍‌ରେ ଆଉଜଣେ କଲର୍‌କୁ ଯୋଡ଼ିହେଉନାହିଁ। କିଛି ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି କୁହାଯାଉଛି।

Advertisment