Advertisment

ସ୍ମାର୍ଟଫୋନ୍‌ରେ ଡାଉନ୍‌ଲୋଡ୍‌ କରନ୍ତୁ ଏହି ଆପ୍‌, ମଶା କାମୁଡ଼ାରୁ ମିଳିବ ମୁକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଶା କାମୁଡ଼ିବାରୁ ରକ୍ଷା ପାଇବା ପାଇଁ ମଶାଧୂପ କିମ୍ବା କୌଣସି କେମିକାଲ୍‌ ସ୍ପ୍ରେ’ର ବ୍ୟବହାର କରିବାକୁ ପଡ଼ିବ ନାହିଁ। ଆପଣଙ୍କ ସ୍ମାର୍ଟଫୋନ୍‌ ହିଁ ଆପଣଙ୍କୁ ଏଥିରୁ ରକ୍ଷା କରିବ। କଥାଟି ବିଶ୍ୱାସ ହେଉ ନାହିଁ ନା? ବିଶ୍ୱାସ ହେଉ ନଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ। ମଶାଧୂପ କିମ୍ବା କେମିକାଲ୍‌ ସ୍ପ୍ରେ ଆଦି ମଶା ଘଉଡ଼େଇବାରେ ଅସଫଳ ହେଲେ, ଆପଣଙ୍କ ସ୍ମାର୍ଟଫୋନ୍ ସାହାଯ୍ୟରେ ଆପଣ ମଶା ଘଉଡ଼େଇ ପାରିବେ। କିପରି ଆସନ୍ତୁ ଜାଣିବା। […]

ଅଦ୍ୟତନ ହୋଇଛି
ସ୍ମାର୍ଟଫୋନ୍‌ରେ ଡାଉନ୍‌ଲୋଡ୍‌ କରନ୍ତୁ ଏହି ଆପ୍‌, ମଶା କାମୁଡ଼ାରୁ ମିଳିବ ମୁକ୍ତି

patrika

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଶା କାମୁଡ଼ିବାରୁ ରକ୍ଷା ପାଇବା ପାଇଁ ମଶାଧୂପ କିମ୍ବା କୌଣସି କେମିକାଲ୍‌ ସ୍ପ୍ରେ’ର ବ୍ୟବହାର କରିବାକୁ ପଡ଼ିବ ନାହିଁ। ଆପଣଙ୍କ ସ୍ମାର୍ଟଫୋନ୍‌ ହିଁ ଆପଣଙ୍କୁ ଏଥିରୁ ରକ୍ଷା କରିବ। କଥାଟି ବିଶ୍ୱାସ ହେଉ ନାହିଁ ନା?

Advertisment

[caption id="attachment_269163" align="aligncenter" width="1092"]hartizer photo credit- patrika.com[/caption]

ବିଶ୍ୱାସ ହେଉ ନଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ। ମଶାଧୂପ କିମ୍ବା କେମିକାଲ୍‌ ସ୍ପ୍ରେ ଆଦି ମଶା ଘଉଡ଼େଇବାରେ ଅସଫଳ ହେଲେ, ଆପଣଙ୍କ ସ୍ମାର୍ଟଫୋନ୍ ସାହାଯ୍ୟରେ ଆପଣ ମଶା ଘଉଡ଼େଇ ପାରିବେ। କିପରି ଆସନ୍ତୁ ଜାଣିବା।

Advertisment

ଆପଣଙ୍କୁ ପ୍ରଥମେ ନିଜ ସ୍ମାର୍ଟଫୋନ୍‌ରେ hertzier ଆପ୍‌କୁ ଇନ୍‌ଷ୍ଟଲ୍‌ କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ୬୦ ଟଙ୍କା ଦେବାକୁ ପଡ଼ିବ। ଇନ୍‌ଷ୍ଟଲ୍‌ କରିବା ପରେ ଏହାକୁ ଓପନ୍‌ କଲେ ଏଥିରୁ ବିଭିନ୍ନ ପ୍ରକାର ଶବ୍ଦ ବାହାରିବ। ଯାହା ମଣିଷଙ୍କୁ ନ ଶୁଭିଲେ ମଧ୍ୟ ମଶାଙ୍କ ପାଇଁ ଶ୍ରୁତିକଟୁ ହେବ। ସେମାନେ ଏହି ହାଇ ଫ୍ରିକ୍ୟୁଏନ୍‌ସି ବିଶିଷ୍ଟ ଶବ୍ଦ ସହି ନପାରି ସେହି ସ୍ଥାନରୁ ଚାଲିଯିବେ।

[caption id="attachment_269164" align="alignnone" width="1096"]aap photo-patrika.com[/caption]

ମଶାକୁ ଘଉଡ଼େଇବା ପାଇଁ ଆପଣ ଏଥିରେ କେତେ ଫ୍ରିକ୍ୟୁଏନ୍‌ସିର ଶବ୍ଦ ସେଟିଂ କରିହେ ସେହି ସୁବିଧା ମଧ୍ୟ ଦିଆଯାଇଛି।

କୁକୁର ଓ ବିଲେଇଙ୍କୁ ବି ଦୂରେଇ ରଖିବ: hertzier ଆପ୍‌ରୁ ବାହାରୁଥିବା ଶବ୍ଦ କେବଳ ମଶା ନୁହେଁ କୁକୁର ଓ ବିଲେଙ୍କୁ ମଧ୍ୟ ଆପଣଙ୍କଠାରୁ ଦୂରେଇ ରଖିବ। କାରଣ ଏଥିରେ କୁକୁର ଓ ବିଲେଇଙ୍କୁ ହଇରାଣ କଲାଭଳି ଶବ୍ଦ ମଧ୍ୟ ଦିଆଯାଇଛି । ସେଟିଂକୁ ଯାଇ ଆପଣ ଏହି ଶବ୍ଦ ବ୍ୟବହାର କରିପାରିବେ।

[caption id="attachment_269166" align="aligncenter" width="1066"]publive-image photo-pinterest.co.uk[/caption]

ଏହି ଆପ୍‌ଟି ଗୁଗୁଲ୍‌ ପ୍ଲେ-ଷ୍ଟୋର୍‌ରେ ଉପଲବ୍ଧ ଅଛି। ଆଣ୍ଡ୍ରଏଡ୍ ଓ ios ୟୁଜର୍‌ମାନେ ଏହି ଆପ୍‌କୁ ଗୁଗଲ୍‌ ପ୍ଲେଷ୍ଟୋର୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe