Advertisment

‘କାହିଁକି’ ଜଣେ କଲ୍ କରିଛି କହିବ ଟ୍ରୁକଲର

ନୂଆଦିଲ୍ଲୀ: ଜଣେ କାହିଁକି ଆପଣଙ୍କୁ ଫୋନ୍ କରିଛି ଆପଣ ପ୍ରାୟତଃ ଏ ବାବଦରେ ଜାଣିନଥିବେ। ହେଲେ ଏବେ ଫୋନ୍ କଲ୍ ରିସିଭ୍ କରିବା ପୂର୍ବରୁ ଜଣାପଡ଼ିବ। ଏଥିପାଇଁ ଲୋକପ୍ରିୟ ଆପ୍ସ ଟ୍ରୁ କଲର ଏକ ଆପ୍ ଆଣୁଛି। ଯାହାକି ଫୋନ୍ ଆସିବାର କାରଣ କହିବ। ନୂଆବର୍ଷରେ ଟ୍ରୁକଲର ଏଭଳି ଏକ ଆପସ ଆଣିବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଏହି କମ୍ପାନୀ ଅଜଣା ଲୋକଙ୍କ ପରିଚୟ ବା ନାମ କହିଥାଏ। ଯାହାକି ଜଣେ ମୋବାଇଲ୍ ଫୋନ୍ ଗ୍ରାହକଙ୍କୁ କଲର […]

ଅଦ୍ୟତନ ହୋଇଛି
‘କାହିଁକି’ ଜଣେ କଲ୍ କରିଛି କହିବ ଟ୍ରୁକଲର

true-caller

Advertisment

ନୂଆଦିଲ୍ଲୀ: ଜଣେ କାହିଁକି ଆପଣଙ୍କୁ ଫୋନ୍ କରିଛି ଆପଣ ପ୍ରାୟତଃ ଏ ବାବଦରେ ଜାଣିନଥିବେ। ହେଲେ ଏବେ ଫୋନ୍ କଲ୍ ରିସିଭ୍ କରିବା ପୂର୍ବରୁ ଜଣାପଡ଼ିବ। ଏଥିପାଇଁ ଲୋକପ୍ରିୟ ଆପ୍ସ ଟ୍ରୁ କଲର ଏକ ଆପ୍ ଆଣୁଛି। ଯାହାକି ଫୋନ୍ ଆସିବାର କାରଣ କହିବ। ନୂଆବର୍ଷରେ ଟ୍ରୁକଲର ଏଭଳି ଏକ ଆପସ ଆଣିବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଏହି କମ୍ପାନୀ ଅଜଣା ଲୋକଙ୍କ ପରିଚୟ ବା ନାମ କହିଥାଏ। ଯାହାକି ଜଣେ ମୋବାଇଲ୍ ଫୋନ୍ ଗ୍ରାହକଙ୍କୁ କଲର ବାବଦରେ ଜଣାପଡ଼ିଥାଏ।

Advertisment

ଟ୍ରୁ କଲରର ପ୍ରତିଷ୍ଠାତା ଆଲାନ୍ ମମେଦି ମଧ୍ୟ ଏହି ଖବର ଉପରେ ମୋହର ମାରିଛନ୍ତି। ଆସନ୍ତାବର୍ଷ ଟ୍ରୁ କଲର ଏହି ସେବା ଯୋଗାଇଦେବ ବୋଲି କହିଛି। ଏହି ସେବା ଆରମ୍ଭ ହେଲେ ମୁଖ୍ୟତଃ ଡେଲିଭରୀ କମ୍ପାନୀ, ବ୍ୟବସାୟିକ କଲ୍, କ୍ୟାବ କମ୍ପାନୀ, ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥାର କଲକୁ ରିସିଭ୍ କରିବା ସୁବିଧା ହେବ।

ତେବେ ଟ୍ରୁକଲରର ଏହି ନୂଆ ଫିଚର ଆରମ୍ଭ କରିବା ପୂର୍ବରୁ ଗୁଗୁଲ ମଧ୍ୟ ସମାନ ଫିଚର ସହିତ କାମ କରୁଛି। ତେଣୁ ଆଗାମୀ ଦିନରେ ଆମେରିକାନ କମ୍ପାନୀ ଗୁଗୁଲ ଏବଂ ସ୍ୱଜିରଲ୍ୟାଣ୍ଡର ଟ୍ରୁ କଲର ମଧ୍ୟ ବ୍ୟବସାୟିକ ଟକ୍କର ଜୋରଦାର ହେବାକୁ ଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe