Advertisment

୧୫ ହଜାର ଖଟେଇ ଦେଢ଼ କୋଟି ଆୟ କଲେ ଦୁଇ ସାଙ୍ଗ

୧୮୫ ଡଲାର (୧୫ ହଜାର ଟଙ୍କା)ରେ ସେମାନଙ୍କର AI ପ୍ରୋଜେକ୍ଟ ଆରମ୍ଭ କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
ChatGPT

ChatGPT

ଚାଟଜିପିଟି ଆମ ପ୍ରଯୁକ୍ତି ବିଦ୍ୟାକୁ ଦ୍ରୁତତମ ଏବଂ ଖୁବ୍ ଶକ୍ତିଶାଳୀ କରିପାରିଛି। ଏହି ଟେକ୍ନୋଲୋଜିର ନବସୃଜନ ମାନବକୁ ଉନ୍ନତରୁ ଉନ୍ନତତର କରିପାରିଛି। ଏହାର ଅବିଶ୍ୱସନୀୟ ଫାଇଦା ଉଠାଇଛନ୍ତି ଦୁଇ ବନ୍ଧୁ। ଏକ ସଦ୍ୟତମ ରିପୋର୍ଟ ଅନୁସାରେ, ଦୁଇ ବନ୍ଧୁ ତଥା ଉଦ୍ୟୋଗୀ ଚାଟ୍ ଜିପିଟି ସାହାଯ୍ୟରେ କୋଟିପତି ହୋଇ ପାରିଛନ୍ତି। ସେମାନେ ମାତ୍ର ୧୫ ହଜାର ଟଙ୍କାରେ ଆରମ୍ଭ କରିଥିବା କମ୍ପାନୀକୁ ଏକ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି କରିବାରେ ସଫଳ ହୋଇଛନ୍ତି। 

Advertisment

ଏହି ଦୁଇ ଉଦ୍ୟୋଗୀ ହେଉଛନ୍ତି ସାଲ ଆଇଏଲୋ ଏବଂ ମୋନିକା ପାୱାର୍ସ। ସେମାନେ Y କୋମ୍ୱିନେଟର ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ ଷ୍ଟାର୍ଟ ଅପ୍ ପ୍ରତିଷ୍ଠାତା ମିଟଅପ୍ ଇଭେଣ୍ଟରେ ସାକ୍ଷାତ ଦେବା ସମୟରେ ସେମାନଙ୍କ ଯାତ୍ରା ବାବଦରେ କହିଛନ୍ତି। ସାଲ ଏବଂ ମୋନିକା କହିଛନ୍ତି ଯେ, ଉଭୟ ସେମାନଙ୍କ ଫାଙ୍କା ସମୟରେ କିଛି କରିବାକୁ ମନସ୍ତ କରିଥିଲେ ଏବଂ ସମୟ ନଷ୍ଟ ନ କରି ଏହାକୁ ଆରମ୍ଭ ମଧ୍ୟ କରିଥିଲେ। 

ମାତ୍ର ଚାରି ଦିନ ମଧ୍ୟରେ ପ୍ରାରମ୍ଭିକ ବିନିଯୋଗ ୧୮୫ ଡଲାର (୧୫ ହଜାର ଟଙ୍କା)ରେ ସେମାନଙ୍କର AI ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ମାର୍କେଟ ରିସର୍ଚ୍ଚ (ବଜାର ଅନୁସନ୍ଧାନ) ପାଇଁ ସେମାନେ ପ୍ରଥମେ ChatGPT ବ୍ୟବହାର କରିଥିଲେ। ସେମାନଙ୍କ ପଦ୍ଧତିକୁ ଆହୁରି ତ୍ୱରାନ୍ୱିତ କରି କିପରି ଚାଟଜିପିଟିକୁ ସଠିକ୍ ପ୍ରଶ୍ନ ପଚରାଯାଇ ପାରିବ ତାହା ଶିଖିଥିଲେ। ଧୀରେ ଧୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା)ର ଚାଟଜିପିଟିରେ ନୂଆ ସମ୍ଭାବନା ଦେଖିବାକୁ ପାଇଲେ।

Advertisment

ଏହି ଅଭିଜ୍ଞତା ମାଧ୍ୟମରେ ଆଏଲୋ ଟେକ୍ ଷ୍ଟାର୍ଟ ଅପର ସିଟିଓ (ଚିଫ୍ ଟେକ୍ନୋଲୋଜି ଅଫିସର୍) ହୋଇପାରିଲେ ଏବଂ ପାୱାର୍ସ ଏକ ଡିଜାଇନ୍ ଏବଂ ବ୍ରାଣ୍ଡିଂ କମ୍ପାନୀ ମାସ୍କୋଟ ଆରମ୍ଭ କଲେ। ଏହାପରେ ସେମାନେ AI ଚାଳିତ ଅନୁସନ୍ଧାନ ଉପକରଣ (ରିସର୍ଚ୍ଚ ଟୁଲ୍) ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଟୁଲ୍ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ସେମାନଙ୍କ ଧାରଣା(ଆଇଡିଆ)କୁ ଏକ ଫର୍ମରେ ଇନପୁଟ୍ କରିବାକୁ ଅନୁମତି ଦେଲା, ଯାହାକୁ ଚାଟଜିପିଟି ପ୍ରଭାବଶାଳୀ କରାଇ ପାରିଥିଲା।

ଏହାପରେ ସେମାନେ DimeADozen ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ସେମାନେ ବ୍ୟବସାୟ ଆଇଡିଆ ପ୍ରଦାନ କରିଥିଲେ। ପାରମ୍ପାରିକ ଆନାଲିଟିକ୍ସ ଏଜେନ୍ସି କିମ୍ବା ସର୍ଚ୍ଚ ଇଞ୍ଜିନ୍ ଅପେକ୍ଷା ସର୍ଚ୍ଚ ରେଜଲ୍ଟକୁ ସ୍ପିଡ୍ କରିବା ପାଇଁ ପ୍ରଥମେ ୩୯ ଡଲାର (୩,୨୪୩ ଟଙ୍କା) ରଖିଥିଲେ। ମାତ୍ର ସାତ ମାସ ମଧ୍ୟରେ, ଆଏଲୋ ଏବଂ ପାୱାର୍ସର ସହ-ମାଲିକ ଥିବା DimeADozen ୬୬,୦୦୦ ଡଲାର (୫୪,୮୯,୩୦୫) ରୁ ଅଧିକ ଆୟ କରିଥିଲା।

ପ୍ରଥମେ ସେମାନେ ୱେବ୍ ଡୋମେନ୍ ପାଇଁ ୧୫୦ ଡଲାର (୧୨,୪୭୫.୯୧) ଏବଂ ହୋଷ୍ଟିଂ ଓ ଡାଟାବେସ୍ ପାଇଁ ୩୫ ଡଲାର (୨,୯୧୧.୦୫) ମୂଲ୍ୟ ରଖିଥିଲେ। ଧୀରେ ଧୀରେ ସେମାନଙ୍କର ଅଧିକାଂଶ ଆୟ ଲାଭରେ ପରିଣତ ହେଲା।

ଗତ ମାସରେ ସେମାନଙ୍କର ଯାତ୍ରା ଏକ ଗୁରୁତ୍ୱପୂର୍ଣ ମୋଡ଼ ନେଇଥିଲା।, ଯେତେବେଳେ ସାଇଡ୍ ହଷ୍ଟେଲକୁ ଫେଲିପ ଏରୋସେମେନାକୁ ୧,୫୦,୦୦୦ ଡଲାର (୧ କୋଟି ୨୪ ଲକ୍ଷ ୭୪ ହଜାର ୬୭୫ ଟଙ୍କା)ରେ ବିକ୍ରି କରିଥିଲେ। ଏହାପରେ ଏହି କମ୍ପାନୀ DimeADozen କୁ ସେମାନଙ୍କର ପୂର୍ଣ୍ଣକାଳୀନ ପ୍ରୋଜେକ୍ଟ କରିବାକୁ ଯୋଜନା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଆଏଲୋ ଏବଂ ପାୱାର୍ସ ଏହି ପ୍ରୋଜେକ୍ଟ ପାଇଁ ସପ୍ତାହରେ ପ୍ରାୟ ପାଞ୍ଚ ଘଣ୍ଟା କାମ କରିବେ। ଚାଟଜିପିଟି ଏମାନଙ୍କ ଜୀବନରେ ଏକ ଗେମ୍ ଚେଞ୍ଜର ଭାବେ କାର୍ଯ୍ୟ କରିଛି। ଏ ଦୁଇ ବନ୍ଧୁଙ୍କ କାହାଣୀ ଯିଏ ଶୁଣିବ ସେ ନିଶ୍ଚିତ ରୂପେ ଚାଟଜିପିଟିର ଜାଦୁରେ ପଡ଼ିଯିବ। 

Artificial Intelligence AI ChatGpt Technology