Advertisment

ଲକ୍‌ଡାଉନ୍ ବେଳେ ‘ହ୍ୱାଟସ୍ଆପ୍’ କଲା ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିର ସମୟରେ ଇଣ୍ଟରନେଟ୍ ଅତ୍ୟାବଶ୍ୟକ ସେବା ଭଳି ଜୀବନରେ ସାମିଲ ହୋଇଯାଇଛି। ତେବେ ଏହି ଡିଜିଟାଲ ଯୁଗରେ ଭାରତୀୟମାନଙ୍କ ସର୍ବାଧିକ ମନପସନ୍ଦର ମେସେଞ୍ଜର ଆପ୍ ହେଉଛି ‘ହ୍ୱାଟସ୍ଆପ୍’। ବ୍ୟସ୍ତ ବହୁଳ ଜୀବନରେ ଯାହା ହେଲେ ବି ‘ହ୍ୱାଟସ୍ ଆପ୍’ ପାଇଁ କିନ୍ତୁ ଆମେ ସମୟ ବାହାର କରିଦେଇଥାଉ। ଆଉ ଯେତେବେଳେ ସମୟ ହିଁ ସମୟ ଥିବ! ସେତେବେଳେ କେତେ ମାତ୍ରାରେ ଏହି ମେସେଞ୍ଜର ଉପରେ ଆମେ ନିର୍ଭର କରିବା, ଚିନ୍ତା କରିପାରୁଛନ୍ତି ତ…. କହିବାର ଅର୍ଥ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଲକ୍‌ଡାଉନ୍ ବେଳେ ‘ହ୍ୱାଟସ୍ଆପ୍’ କଲା ଏହି ପରିବର୍ତ୍ତନ

Whats app

ନୂଆଦିଲ୍ଲୀ: ଆଜିର ସମୟରେ ଇଣ୍ଟରନେଟ୍ ଅତ୍ୟାବଶ୍ୟକ ସେବା ଭଳି ଜୀବନରେ ସାମିଲ ହୋଇଯାଇଛି। ତେବେ ଏହି ଡିଜିଟାଲ ଯୁଗରେ ଭାରତୀୟମାନଙ୍କ ସର୍ବାଧିକ ମନପସନ୍ଦର ମେସେଞ୍ଜର ଆପ୍ ହେଉଛି ‘ହ୍ୱାଟସ୍ଆପ୍’। ବ୍ୟସ୍ତ ବହୁଳ ଜୀବନରେ ଯାହା ହେଲେ ବି ‘ହ୍ୱାଟସ୍ ଆପ୍’ ପାଇଁ କିନ୍ତୁ ଆମେ ସମୟ ବାହାର କରିଦେଇଥାଉ। ଆଉ ଯେତେବେଳେ ସମୟ ହିଁ ସମୟ ଥିବ! ସେତେବେଳେ କେତେ ମାତ୍ରାରେ ଏହି ମେସେଞ୍ଜର ଉପରେ ଆମେ ନିର୍ଭର କରିବା, ଚିନ୍ତା କରିପାରୁଛନ୍ତି ତ....

Advertisment

କହିବାର ଅର୍ଥ ଭାରତରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ବଢ଼ୁଥିବା ସଂଖ୍ୟା ଏବଂ ନୋଭେଲ କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ମୁକାବିଲା କରିବାକୁ ସାରା ଭାରତକୁ ଲକ୍‌ଡାଉନ୍ କରିଦିଆଯାଇଛି। ଲୋକେ ୨୧ ଦିନ ଯାଏ ଘର ଭିତରେ ରହିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥିତିରେ ଲୋକେ ‘ହ୍ୱାଟସ୍ଆପ୍’ରେ ସାରା ଦିନ ଅନାବଶ୍ୟକ ଭିଡିଓ ପଠାଇ ଓ ଷ୍ଟାଟସ୍ ଅପଡେଟ୍ କରି ଡାଟା ଖର୍ଚ୍ଚ କରୁଛନ୍ତି। ଫଳରେ ଇଣ୍ଟରନେଟ୍ ସ୍ଲୋ ହେଉଛି। ଏହାକୁ ଦୃଷ୍ଟିରେ ରଖି ‘ହ୍ୱାଟସ୍ ଆପ୍’ ନିଜ ସେବାରେ କିଛି ପରିବର୍ତ୍ତନ ଆଣିଛି।

Advertisment

ସୂଚନା ଥାଉ କି, ପୂର୍ବରୁ ହ୍ୱାଟସ୍ଆପ୍ ଷ୍ଟାଟସରେ ଆପଣ ୩୦ ସେକେଣ୍ଡର ଭିଡିଓ ଅପଲୋଡ୍ କରିପାରୁଥିଲେ, ଯାହାକୁ ୧୫ ସେକେଣ୍ଡରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ଆପଣ କେବଳ ୧୫ ସେକେଣ୍ଡର ଭିଡିଓ ହ୍ୱାଟସ୍ଆପ୍ ଷ୍ଟାଟସରେ ଅପଡେଟ୍ କରିପାରିବେ। ଏହାଦ୍ୱାରା ଭିଡିଓଗୁଡ଼ିକ ଯେତିକି ଅନାବଶ୍ୟକ ଡାଟା ଖର୍ଚ୍ଚ କରୁଥିଲା, ତାହା ଅନ୍ୟ ଉପକାରୀ ବିଷୟଗୁଡ଼ିକ ପାଇଁ ଖର୍ଚ୍ଚ କରିହେବ। ସେହିପରି ଅନ୍ୟ ଲୋକପ୍ରିୟ ସାଇଟ୍ ଯଥା ନେଟଫ୍ଲିକ୍ସ, ଆମାଜନ୍ ଭିଡିଓ ଏବଂ ଫେସବୁକକୁ ମଧ୍ୟ ଇଣ୍ଟରନେଟ୍ ଲାଇନ୍ ସୁଗମ ରଖିବା ଲାଗି ଭିଡିଓ ଷ୍ଟ୍ରିମିଂ କ୍ୱାଲିଟି କମାଇଦେବାକୁ ହେବ। କାରଣ ଲକଡାଉନ ବେଳେ କୋଟି କୋଟି ଲୋକ ଏବେ ଘରେ ଫାଙ୍କା ବସୁଥିବାବେଳେ ମନୋରଞ୍ଜନ ଲାଗି ତଥା ଅନେକେ ଘରେ ରହି ନିଜର ଅଫିସ କାମ କରିବାକୁ ଓ୍ୱାର୍ଲଡ ଓ୍ୱାଇଡ୍ ଓ୍ୱେବ୍ ଉପରେ ନିର୍ଭର କରୁଛନ୍ତି। ଏଭଳି ସ୍ଥିତିରେ ଇଣ୍ଟରନେଟ୍ ଟ୍ରାଫିକ୍ ଏକ ମୁଖ୍ୟ ସମସ୍ୟା ହୋଇପାରେ।

ପ୍ରକାଶଯୋଗ୍ୟ, WABetaInfo ପକ୍ଷରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ଅସ୍ଥାୟୀଭାବେ ଲକ୍‌ଡାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଛି। ଭବିଷ୍ୟତରେ ପୁଣି ଏହି ସୁବିଧା ୟୁଜର୍ସଙ୍କ ପାଇଁ ଲାଗୁ କରାଯିବ। ତେବେ ସର୍ଭର ଟ୍ରାଫିକ୍ ସମାଧାନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।