Advertisment

୭୧ ଲକ୍ଷ ଭାରତୀୟ ବ୍ୟବହାରକାରୀଙ୍କୁ ବ୍ୟାନ୍ କଲା WhatsApp

କେଉଁ ଆଧାରରେ କମ୍ପାନୀ WhatsApp ଆକାଉଣ୍ଟ ବ୍ୟାନ୍ କରିଥାଏ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସୋଶାଲ ମିଡିଆ ପ୍ଲାଟଫର୍ମରେ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଲୋକପ୍ରିୟ ମେସେଜିଂ ଆପ୍ WhatsApp। ଏହି ଆଧାରରେ ଭାରତରେ ୭୧ ଲକ୍ଷରୁ ଅଧିକ ବ୍ୟବହାରକାରୀ(ୟୁଜର୍)ଙ୍କୁ ବ୍ୟାନ୍ କରିଛି କମ୍ପାନୀ। ଯଦି ନିୟମ ଉଲ୍ଲଙ୍ଘନ ହୁଏ, ତେବେ ଆଗକୁ ମଧ୍ୟ ଏହିପରି କାର୍ଯାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି WhatsApp।

Advertisment

ମେଟା ମାଲିକାନା ହ୍ୱାଟ୍ସଆପ୍ ପ୍ରକାଶ କରିଛି ଯେ, ଅପବ୍ୟବହାରକୁ ରୋକିବା ଏବଂ ପ୍ଲାଟଫର୍ମର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏପ୍ରିଲ୍ ୧, ୨୦୨୪ରୁ ଏପ୍ରିଲ୍ ୩୦, ୨୦୨୪ ଗୋଟିଏ ମାସ ମଧ୍ୟରେ ପ୍ରାୟ ୭୧,୮୨,୦୦୦ ଲକ୍ଷ ଭାରତୀୟ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। 

ଏଥିମଧ୍ୟରୁ ୧୩,୦୨,୦୦୦ ଆକାଉଣ୍ଟକୁ ୟୁଜରଙ୍କ ପକ୍ଷରୁ କୌଣସି ରିପୋର୍ଟ ଆସିବା ପୂର୍ବରୁ ବ୍ୟାନ୍ କରାଯାଇଛି। ଅପବ୍ୟବହାରକାରୀଙ୍କୁ ରୋକିବା ପାଇଁ ଏହା ହ୍ୱାଟ୍ସଆପର ବ୍ୟାପକ ରଣନୀତିର ଏକ ଅଂଶ। ଏପରି ସନ୍ଦେହଜନକ ଆକାଉଣ୍ଟକୁ ଚିହ୍ନଟ କରିବା ପାଇଁ ଉଚ୍ଚମାନର ଟେକ୍ନୋନୋଜିର ବ୍ୟବହାର କରାଯାଉଥିବା କମ୍ପାନୀ କହିଛି। 

Advertisment

ପ୍ରକାଶ ଥାଉକି, ଚଳିତ ବର୍ଷ ଏପ୍ରିଲରେ ହ୍ୱାଟ୍ସଆପ୍ ବିଭିନ୍ନ ବିଷୟ ଉପରେ ୧୦,୫୫୪ ବ୍ୟବହାରକାରୀଙ୍କଠାରୁ ରିପୋର୍ଟ ଗ୍ରହଣ କରିଥିଲା, ଯେପରିକି ଆକାଉଣ୍ଟ୍ ସପୋର୍ଟ, ବ୍ୟାନ୍ ଆବେଦନ, ପ୍ରଡକ୍ଟ ସପୋର୍ଟ ଏବଂ ସିକ୍ୟୁରିଟି କର୍ନସର୍ସ। ଏହିପରି ରିପୋର୍ଟ ଏବଂ ଅନ୍ୟାନ୍ୟ ନିୟମ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ନେଇଥାଏ କମ୍ପାନୀ। 

ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କୁ ସୁରକ୍ଷା ନିୟମ ମାନିବାକୁ ପରାମର୍ଶ ଦେଇଥାଏ। ଯଦି ଏଥିରେ ଉଲ୍ଲଙ୍ଘନ ହୁଏ, ତେବେ କମ୍ପାନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଏ। ତେବେ କେଉଁ ଆଧାରରେ କମ୍ପାନୀ ଆକାଉଣ୍ଟ ବ୍ୟାନ୍ କରିଥାଏ, ଜାଣନ୍ତୁ... 

ସେବା ସର୍ତ୍ତାବଳୀ ଉଲ୍ଲଂଘନ(Violation of Terms of Service): ଏଥିରେ ସ୍ପାମ୍, ସ୍କାମ, ଭୁଲ ତଥ୍ୟ ଏବଂ କ୍ଷତିକାରକ ବିଷୟବସ୍ତୁ ଜଡ଼ିତ।
ଆଇନଗତ ଉଲ୍ଲଂଘନ(Legal Violations): ଯେଉଁ ହ୍ୱାଟ୍ସଆପ୍ ଆକାଉଣ୍ଟର କାର୍ଯ୍ୟକଳାପ ସ୍ଥାନୀୟ ନିୟମ ଭଙ୍ଗ କରୁଥିବା ଭଳି ମନେ ହେଉଥିଲେ ସେହି ଆକାଉଣ୍ଟ ଉପରେ କାର୍ଯାନୁଷ୍ଠାନ ନିଆଯାଉଛି। 
User Reports(User Reports): ଯଦି କୌଣସି ହ୍ୱାଟ୍ସଆପ୍ ବ୍ୟବହାରକାରୀ ଅନ୍ୟ ଜଣେ ବ୍ୟବହାରକାରୀଙ୍କ ବିରୁଦ୍ଧରେ ଅପମାନଜନକ କିମ୍ବା ଅନୁପଯୁକ୍ତ ଆଚରଣରର ଅଭିଯୋଗ କରନ୍ତି, ତେବେ ରିପୋର୍ଟ ଆଧାରରେ ଏସବୁ ଆକାଉଣ୍ଟକୁ ବ୍ୟାନ୍ କରୁଛି କମ୍ପାନୀ। 

Whatsapp WhatsApp Ban Users WhatsApp Terms Of Service