ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଇନ୍ଷ୍ଟାଣ୍ଟ୍ ମେସେଜିଂ ଆପ୍ 'ହ୍ୱାଟ୍ସ୍ଆପ୍'ରେ ଖୁବ୍ଶୀଘ୍ର କିଛି ନୂଆ ଫିଚର ଆସୁଛି। ଏହା ମଧ୍ୟରେ ୟୁଜର୍ସଙ୍କ ଚାହିଦାକୁ ଗୁରୁତ୍ୱ ଦେଇ କମ୍ପାନୀ ଡାର୍କ ମୋଡ୍ ଭଳି ବିଶେଷ ଫିଚର୍ ରଖିଛି। ମିଳିଥିବା ସୂଚନା ଅନୁସାରେ, ଡାର୍କ ମୋଡ୍ ଉପରେ ଏବେ କାମ ଚାଲିଛି ଏବଂ ଖୁବ୍ ଶୀଘ୍ର କମ୍ପାନୀ ପକ୍ଷରୁ ଏହାର ଅପ୍ଡେଟ୍ ଦିଆଯିବ। ପୂର୍ବରୁ ୟୁଟ୍ୟୁବ୍ ଓ ଟ୍ୱିଟର୍ରେ ଏହି ଡାର୍କ ମୋଡ୍ ଦିଆସରିଛି।
ସୂଚନା ଅନୁସାରେ, ହ୍ୱାଟ୍ସଆପ୍ରେ 'ସ୍ୱାଇପ୍ ଟୁ ରିପ୍ଲାଏ' ଫିଚର୍ ମଧ୍ୟ ଦିଆଯିବ। ଏହି ଫିଚର୍ଟି ପୂର୍ବରୁ iOS ୟୁଜର୍ଙ୍କୁ ଦିଆସରିଛି। ଏବେ ଏହା ଆଣ୍ଡ୍ରଏଡ୍ ଫୋନ୍ରେ ଦିଆଯିବ। 'ସ୍ୱାଇପ୍ ଟୁ ରିପ୍ଲାଏ' ଫିଚର୍ ଦ୍ୱାରା ୟୁଜର୍ସ ରାଇଟ୍କୁ ସ୍ୱାଇପ୍ କରି ମେସେଜ୍ର ରିପ୍ଲାଏ ଦେଇପାରିବେ। ପୂର୍ବରୁ ମେସେଜ୍ ଆସିଲେ, ଆପଣଙ୍କୁ ଏହାକୁ ଓପନ୍ କରି ସିନ୍ କରିବାକୁ ପଡ଼ୁଥିଲା। ଏବେ କିନ୍ତୁ ଆପଣ ଏହାକୁ ଓପନ୍ ନକରି ସେହି ନୋଟିଫିକେଶନ୍ରେ ହିଁ ମେସେଜ୍ ପଢ଼ି ପାରିବେ। ଡାର୍କ ମୋଡ୍ ଫିଚର୍ରେ ବ୍ୟାକ୍ ଗ୍ରାଉଣ୍ଡ୍ କଳା ରହିବ ଓ ଟେକ୍ସ୍ଟ୍ଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ। ଏହି ଫିଚର୍ 2.18.282 ହ୍ୱାଟ୍ସଆପ୍ ଭର୍ସନ୍ରେ ମିଳିବ।