Advertisment

ଏଣିକି ହ୍ୱାଟସ୍ ଆପ୍ ମନେ ରଖିବ ୟୁଜର୍ସଙ୍କ ଜନ୍ମଦିନ, ଆସୁଛି ନୂଆ ଫିଚର୍ସ

'ଚାଟ୍ ମେମୋରି ଫିଚର୍ସ' ଆଣିବାକୁ ଯାଉଛି ହ୍ୱାଟସ୍ ଆପ୍।

author-image
Debibandita Barick
Phone

Phone

ଉପଭୋକ୍ତାଙ୍କ ପାଇଁ ଆଉ ଏକ ନୂଆ ଫିଚର୍ସ ଆଣିବାକୁ ଯାଉଛି ମେଟା ମାଲିକାନା ହ୍ୱାଟ୍ସଆପ୍, ଯାହାର ନାଁ 'ଚାଟ୍ ମେମୋରି ଫିଚର୍ସ' ରଖାଯାଇଛି। ଏହି ଫିଚର୍ସ ୟୁଜର୍ସଙ୍କ ଜରୁରୀ ମେସେଜକୁ ମନେ ରଖିବ। ବାର୍ତ୍ତାଳାପ ସମୟରେ ବା ଚାଟ୍ ସମୟରେ ୟୁଜର୍ସଙ୍କ ଜରୁରୀ ମେସେଜକୁ ମନେ ରଖିବ ଏହି ଫିଚର୍ସ।    

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ମାଧ୍ୟମରେ ଏହି ଫିଚର୍ସକୁ ପ୍ରସ୍ତୁତ କରାଯାଉଛି। ହ୍ୱାଟସ୍ ଆପ୍ ଅପଡେଟ୍ ଟ୍ରାକିଂ ପାଇଁ ଜଣାଶୁଣା ଲୋକପ୍ରିୟ ୱେବସାଇଟ୍ WABetainfo ଏହି ନୂତନ ଫିଚର୍ସ ବାବଦରେ ରିପୋର୍ଟ କରିଛି।

WABetainfo କହିଛି ଯେ, ହ୍ୱାଟ୍ସଆପ୍ ଚାଟ୍ ମେମୋରୀ ଫିଚର୍ସ ଉପରେ କାମ କରୁଛି। ଏହି ଫିଚର୍ସ ଲଞ୍ଚ୍ ହେବା ପରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ। ଏହି ଫିଚର୍ସ ଆସିବା ପରେ ଉପଭୋକ୍ତାମାନେ ପୂର୍ବ ଅପେକ୍ଷା ଅଧିକ ସଠିକ୍ ମତାମତ ପାଇପାରିବେ।

Advertisment

ରିପୋର୍ଟ ଅନୁଯାୟୀ, ମେଟା ଏଆଇ ବ୍ୟବହାରକାରୀଙ୍କ ଅନେକ ପ୍ରକାରର ବ୍ୟକ୍ତିଗତ ସୂଚନା ମଧ୍ୟ ନିଜ ପାଖରେ ରଖିପାରେ। ୟୁଜରଙ୍କ ଜନ୍ମଦିନ, ସେ ଶାକାହାରୀ କି, ଶାକାହାରୀ ନୁହନ୍ତି ଏବଂ ତାଙ୍କର ବାର୍ତ୍ତାଳପ ଶୈଳୀକୁ ମଧ୍ୟ ନଜର ରଖିବ।

ଏହା ବ୍ୟାତୀତ 'ଚାଟ୍ ମେମୋରି ଫିଚର୍ସ' ୟୁଜର୍ସଙ୍କ ପସନ୍ଦ-ନାପସନ୍ଦ ଏବଂ ସେମାନଙ୍କ ଆଗ୍ରହକୁ ମଧ୍ୟ ମନେ ରଖିବ। ଏହି ଫିଚର୍ସ ଆସିବା ପରେ ହ୍ୱାଟସ୍ ଆପରେ ଏଆଇର ବ୍ୟବହାର ବଢିବ ବୋଲି ଆଶା କରାଯାଉଛି। 

Artificial Intelligence Chat Memory Features WhatsApp Features