Advertisment

ଏହି ତାରିଖ ମଧ୍ୟରେ ବ୍ୟାକ୍‌ଅପ୍‌ କରନ୍ତୁ ଆପଣଙ୍କ ହ୍ୱାଟ୍‌ସ୍‌ଆପ୍‌ ଡାଟା, ନହେଲେ ସବୁ ଉଡ଼ିଯିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ହ୍ୱାଟ୍‌ସଆପ୍ ବ୍ୟବହାର କରୁଛନ୍ତି କି? ତେବେ ତୁରନ୍ତ ଗୁଗଲ୍‌ ଡ୍ରାଇଭ୍‌ରେ ସେଭ୍‌ ଥିବା ଆପଣଙ୍କ ସମସ୍ତ ହ୍ୱାଟ୍‌ସ୍‌ଆପ୍‌ ଡାଟା ବ୍ୟାକ୍‌ଅପ୍‌ କରି ନିଅନ୍ତୁ। କାରଣ ନଭେମ୍ବର ୧୨ ତାରିଖ ପରେ ଆପଣଙ୍କ ଡାଟା ଡିଲିଟ୍‌ ହୋଇଯିବ। ଏ ନେଇ ହ୍ୱାଟ୍‌ସ୍‌ଆପ୍‌ ନିଜ ଅଫିସିଆଲ୍ ୱେବ୍‌ସାଇଟ୍‌ରେ ଘୋଷଣା କରିଛି। ୨୦୧୮ ନଭେମ୍ବର ୧୨ ତାରିଖ ସୁଦ୍ଧା ଗୁଗଲ୍‌ ଡ୍ରାଇଭ୍‌ରେ ସେଭ୍‌ କରିଥିବା ସମସ୍ତ ହ୍ୱାଟ୍‌ସଆପ୍‌ ଡାଟାକୁ ମାନୁଆଲ୍ ବ୍ୟାକ୍‌ଅପ୍‌ କରିବା ପାଇଁ କମ୍ପାନୀ […]

author-image
Abinash Pati
ଅଦ୍ୟତନ ହୋଇଛି
ଏହି ତାରିଖ ମଧ୍ୟରେ ବ୍ୟାକ୍‌ଅପ୍‌ କରନ୍ତୁ ଆପଣଙ୍କ ହ୍ୱାଟ୍‌ସ୍‌ଆପ୍‌ ଡାଟା, ନହେଲେ ସବୁ ଉଡ଼ିଯିବ

bacup data

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ହ୍ୱାଟ୍‌ସଆପ୍ ବ୍ୟବହାର କରୁଛନ୍ତି କି? ତେବେ ତୁରନ୍ତ ଗୁଗଲ୍‌ ଡ୍ରାଇଭ୍‌ରେ ସେଭ୍‌ ଥିବା ଆପଣଙ୍କ ସମସ୍ତ ହ୍ୱାଟ୍‌ସ୍‌ଆପ୍‌ ଡାଟା ବ୍ୟାକ୍‌ଅପ୍‌ କରି ନିଅନ୍ତୁ। କାରଣ ନଭେମ୍ବର ୧୨ ତାରିଖ ପରେ ଆପଣଙ୍କ ଡାଟା ଡିଲିଟ୍‌ ହୋଇଯିବ। ଏ ନେଇ ହ୍ୱାଟ୍‌ସ୍‌ଆପ୍‌ ନିଜ ଅଫିସିଆଲ୍ ୱେବ୍‌ସାଇଟ୍‌ରେ ଘୋଷଣା କରିଛି।

Advertisment

୨୦୧୮ ନଭେମ୍ବର ୧୨ ତାରିଖ ସୁଦ୍ଧା ଗୁଗଲ୍‌ ଡ୍ରାଇଭ୍‌ରେ ସେଭ୍‌ କରିଥିବା ସମସ୍ତ ହ୍ୱାଟ୍‌ସଆପ୍‌ ଡାଟାକୁ ମାନୁଆଲ୍ ବ୍ୟାକ୍‌ଅପ୍‌ କରିବା ପାଇଁ କମ୍ପାନୀ ନିଜ ୱେବ୍‌ସାଇଟ୍‌ରେ ପରାମର୍ଶ ଦେଇଛି। ଯେଉଁ ୟୁଜର୍‌ମାନେ ଗତ ବର୍ଷରୁ ନିଜର ହ୍ୱାଟ୍‌ସ୍‌ଆପ୍‌ ଡାଟା ବ୍ୟାକ୍‌ଅପ୍‌ କରି ନାହାଁନ୍ତି, ସେମାନଙ୍କୁ ଅକ୍ଟୋବର୍‌ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ହ୍ୱାଟ୍‌ସଆପ୍ ଓ ଗୁଗଲ୍‌ ମଧ୍ୟରେ ଏକ ବ୍ୟବସାୟିକ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁସାରେ ହ୍ୱାଟ୍‌ସଆପ୍‌ ୟୁଜର୍‌ଙ୍କୁ ଗୁଗଲ୍‌ ଡ୍ରାଇଭ୍‌ରେ ଡାଟା ସେଭ୍‌ ରଖିବାକୁ ଅଧିକ ସ୍ପେଶ୍‌ ଦିଆଯିବ। ନଭେମ୍ବର ୧୨ ତାରିଖଠାରୁ ଏହା ଲାଗୁ ହେବ। ୟୁଜର୍‌ଙ୍କୁ ଏହି ସୁବିଧା ପାଇବାକୁ ହେଲେ ନିଜର ପୁରୁଣା ଡାଟାକୁ ଡିଲିଟ୍‌ କରିବାକୁ ପଡ଼ିବ।

Advertisment

[caption id="attachment_269102" align="aligncenter" width="1115"]techlifeghana photo-techlifeghana[/caption]

ଗୁଗଲ୍‌ ଡ୍ରାଇଭ୍‌ରୁ ଡାଟା ବ୍ୟାକ୍‌ଅପ୍‌ କିପରି କରିବେ ଆସନ୍ତୁ ଜାଣିବା:

  • ପ୍ରଥମେ ହ୍ୱାଟ୍‌ସ୍‌ଆପ୍‌ ଖୋଲନ୍ତୁ
  • ଏହାପରେ Menuରେ ଟ୍ୟାପ୍‌ କରନ୍ତୁ
  • Settingsକୁ ଯାଇ Chats ଉପରେ ଟ୍ୟାପ୍‌ କରନ୍ତୁ
  • ଏହାପରେ Chat backup ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ Google Drive କୁ ସିଲେକ୍ଟ କରି backup frequency other than Never କୁ ସିଲେକ୍ଟ କରନ୍ତୁ।
  • ଚ୍ୟାଟ୍‌ ହିଷ୍ଟ୍ରୀ ସେଭ୍‌ କରିଥିବା Google Account କୁ ସିଲେକ୍ଟ କରନ୍ତୁ।
  • ଏହାପରେ  ଆପଣ ଯେଉଁ ନେଟ୍‌ୱର୍କରେ ବ୍ୟକ୍‌ଆପ୍‌ ନେବେ ସେହି ନେଟ୍‌ୱର୍କ ସିଲେକ୍ଟ କରନ୍ତୁ।
  • ମନେରଖନ୍ତୁ ସେଲ୍ୟୁଲାର୍‌ ନେଟ୍‌ୱର୍କରେ ଡାଟା ବ୍ୟାକ୍‌ଅପ୍‌ ନେଲେ ଅତିରିକ୍ତ ଡାଟା ଚାର୍ଜ୍‌ ଲାଗିଥାଏ।

    [caption id="attachment_269105" align="aligncenter" width="1134"]drfone.wondershare photo-drfone.wondershare[/caption]

ଗୁଗଲ୍‌ ଡ୍ରାଇଭ୍‌ରେ କିପରି ମାନୁଆଲ୍‌ ବ୍ୟାକ୍‌ଅପ୍‌ ନେବେ?

  • ହ୍ୱାଟ୍‌ସ୍‌ଆପ୍‌ ଖୋଲନ୍ତୁ
  • ଏହାପରେ Menuରେ ଟ୍ୟାପ୍‌ କରନ୍ତୁ
  • Settingsକୁ ଯାଇ Chats ଉପରେ ଟ୍ୟାପ୍‌ କରନ୍ତୁ
  • ଏହାପରେ Chat backup ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ backup ଉପରେ କ୍ଲିକ୍‌ କରନ୍ତୁ।
  • ଏପରି କରିସାରିବା ପରେ ଡାଟା ବ୍ୟାକ୍‌ଅପ୍‌ ହେବା ଆରମ୍ଭ ହେବ।