Advertisment

ସଙ୍କଟରେ ହ୍ୱାଟସଆପର ଲୋକପ୍ରିୟତା! ବଢ଼ୁଛି ଏହି ଆପ୍ସର ଚାହିଦା

ନୂଆଦିଲ୍ଲୀ: ଏବେ ବି ବିଶ୍ୱରେ ହ୍ୱାଟସଆପର ଲୋକପ୍ରିୟତା ଶୀର୍ଷରେ ରହିଛି। ଏଥିରେ ଦ୍ୱିମତ ନାହିଁ। ହେଲେ ଗତ ମାସରେ ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ଭାରତର ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ଡାଟା ଚୋରି କରିଥିବା ଜଣାପଡ଼ିଛି। ଏବେ ଦେଶର ସୋଶାଲ ମିଡିଆ ଆକାଉଣ୍ଟଧାରୀ ହ୍ୱାଟସଆପରେ ନିଜର ଡ଼ାଟା ସୁରକ୍ଷାକୁ ନେଇ ସନ୍ଦେହରେ। ତେଣୁ ହ୍ୱାଟସଆପର ବିକଳ୍ପ ଖୋଜୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଟେଲିଗ୍ରାମ ମେସିଜିଂ ଆପ୍ସକୁ ଅଧିକ ଲୋକ ନିଜ ମୋବାଇଲରେ ଇନଷ୍ଟଲ କରୁଥିବା ଦେଖିବାକୁ ମିଳିଛି। ଦେଶରେ […]

ହ୍ୱାଟ୍‌ସଆପ୍ ଡାଟା ହ୍ୟାକ୍ ମାମଲା, କଂଗ୍ରେସ କହିଲା ‘ବେଇମାନ ସରକାର’

whatsapp

Advertisment

ନୂଆଦିଲ୍ଲୀ: ଏବେ ବି ବିଶ୍ୱରେ ହ୍ୱାଟସଆପର ଲୋକପ୍ରିୟତା ଶୀର୍ଷରେ ରହିଛି। ଏଥିରେ ଦ୍ୱିମତ ନାହିଁ। ହେଲେ ଗତ ମାସରେ ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ଭାରତର ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ଡାଟା ଚୋରି କରିଥିବା ଜଣାପଡ଼ିଛି। ଏବେ ଦେଶର ସୋଶାଲ ମିଡିଆ ଆକାଉଣ୍ଟଧାରୀ ହ୍ୱାଟସଆପରେ ନିଜର ଡ଼ାଟା ସୁରକ୍ଷାକୁ ନେଇ ସନ୍ଦେହରେ। ତେଣୁ ହ୍ୱାଟସଆପର ବିକଳ୍ପ ଖୋଜୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଟେଲିଗ୍ରାମ ମେସିଜିଂ ଆପ୍ସକୁ ଅଧିକ ଲୋକ ନିଜ ମୋବାଇଲରେ ଇନଷ୍ଟଲ କରୁଥିବା ଦେଖିବାକୁ ମିଳିଛି।

Advertisment

ଦେଶରେ ଏବେ ହ୍ୱାଟସଆପର ମାସିକ ୟୁଜର ସଂଖ୍ୟା ୪୦ କୋଟି ରହିଛି, ଏବେ ଏହାକୁ ଟେଲିଗ୍ରାମ ଟକ୍କର ଦେଉଥିବା ଦେଖିବାକୁ ମିଳିଛି। ଗତ ୯ ମାସରେ ଟେଲିଗ୍ରାମର ୟୁଜର୍ସ ସଂଖ୍ୟା ୬୦ ପ୍ରତିଶତ ବଢ଼ିଛି। ଜୁନ ୨୦୧୭ରେ ଟେଲିଗ୍ରାମ ଗ୍ଲୋବାଲ ୟୁଜର୍ସରେ ଭାରତୀୟଙ୍କ ସଂଖ୍ୟା ୨ ପ୍ରତିଶତ ଥିଲା। ହେଲେ ଗତ ମାସ ସୁଦ୍ଧା ଏହାର ସଂଖ୍ୟା ୧୨ ପ୍ରତିଶତ ରହିଛି। ଆପ୍ ଇଣ୍ଟିଲେଜେନ୍ସ ଫର୍ମ ସିମିଲର ଓ୍ୱେବର ସୂଚନା ଅନୁଯାୟୀ ସେପ୍ଟେମ୍ୱରରେ ଟେଲିଗ୍ରାମ ସହ ୯୧ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି। ଜାନୁଆରୀରେ ଏହି ସଂଖ୍ୟା ୩୬ ଲକ୍ଷ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe