Advertisment

ଏକ୍ସରେ ଆସୁଛି ନୂଆ ଫିଚର୍, କରିହେବ ଅଡିଓ-ଭିଡିଓ କଲ୍

ଆଉ ଏକ ଆକର୍ଷଣୀୟ ଫିଚର୍ ନେଇ ଘୋଷଣା କଲେ ଏଲନ ମସ୍କ। ଏଣିକି ଏକ୍ସ(ପୂର୍ବର ଟ୍ୱିଟର)ରେ କରିପାରିବେ ଅଡିଓ ଓ ଭିଡିଓ କଲ୍।

Edited Image

Edited Image

Advertisment

ଆଉ ଏକ ଆକର୍ଷଣୀୟ ଫିଚର୍ ନେଇ ଘୋଷଣା କଲେ ଏଲନ ମସ୍କ। ଏଣିକି ଏକ୍ସ(ପୂର୍ବର ଟ୍ୱିଟର)ରେ କରିପାରିବେ ଅଡିଓ ଓ ଭିଡିଓ କଲ୍। ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ କଲିଂ ସୁବିଧା ପାଇଁ ଏହି ଫିଚର୍ ଆସୁଛି। ଫୋନ୍ ନଂ ଶେଆର୍ ନ କରି ବି କଲ୍ କରିପାରିବେ ବୋଲି ପ୍ଲାଟଫର୍ମ ଏକ ବ୍ଲଗ୍ ପୋଷ୍ଟ ଜରିଆରେ କହିଛି।

Advertisment

ବ୍ଲଗ୍ ପୋଷ୍ଟରେ କୁହାଯାଇଛି ଯେ, "ଏକ୍ସକୁ ଆସୁଥିବା ଭିଡିଓ ଏବଂ ଅଡିଓ କଲ୍ ଫିଚର୍ ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଉପଲବ୍ଧ ହେବ। ଏଥିପାଇଁ ଫୋନ୍ ନମ୍ବରର କୌଣସି ଆବଶ୍ୟକତା ନାହିଁ। ଏକ୍ସ ବିଶ୍ୱର ଏକ ପ୍ରଭାବଶାଳୀ ଯୋଗାଯୋଗ ମାଧ୍ୟମ। ଏହି କାରଣରୁ ପ୍ଲାଟଫର୍ମରେ ଏପରି ଫିଚର୍ ବେଶ୍ ଗୁରୁତ୍ୱ ବହନ କରିବ।" 

Advertisment

ରିପୋର୍ଟ ଅନୁଯାୟୀ, ନୂତନ ଫିଚର୍ସ ଡାଇରେକ୍ଟ ମେସେଜ୍ (DM) ମେନୁ ମଧ୍ୟରେ ଉପଲବ୍ଧ ହେବ ଏବଂ ଭିଡିଓ କଲିଂ ଅପ୍ସନ୍ ଉପର ଡାହାଣ କୋଣରେ ରହିବ। ନୂତନ ଡିଏମ୍ ମେନୁର ଡିଜାଇନ୍ ଅନ୍ୟ ପ୍ଲାଟଫର୍ମଗୁଡିକ ସହିତ ସମାନ ହେବ, ଯେପରିକି ଫେସବୁକ୍ ମେସେଞ୍ଜର ଏବଂ ହ୍ୱାଟ୍ସଆପରେ ଥାଏ, ଠିକ୍ ସେହିପରି। କିଛିଦିନ ତଳେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଇଓ ଲିଣ୍ଡା ୟାକାରିନୋ କହିଥିଲେ, ଏପରି ଫିଚର୍ ପ୍ଲାଟଫର୍ମର ଯୋଗାଯୋଗ ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ବ୍ୟବହାରକାରୀଙ୍କୁ ପରସ୍ପର ସହ ଯୋଡିହେବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବ।

2022ରେ 44 ବିଲିୟନ ଡଲାରରେ ଟ୍ୱିଟରକୁ ନିଜ ଅଧିନକୁ ନେବା ପରେ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଆଣିଛନ୍ତି ଏଲନ ମସ୍କ। କମ୍ପାନୀର ଲୋଗୋ, ନାମ ପରିବର୍ତ୍ତନ କରିବା ସହ ଅନେକ ନୂଆ ଫିଚର୍ସ ଲଞ୍ଚ୍ କରିଛନ୍ତି। ବର୍ତ୍ତମାନ ଟ୍ୱିଟରରେ ବଡ ଧରଣର ସାଇବର୍ କ୍ରାଇମ୍ ନେଇ ଅନ୍ତର୍ଜାତୀୟ ଅନୁସନ୍ଧାନ ସଂସ୍ଥା ରିପୋର୍ଟ କରିବା ପରେ ୟୁଜରଙ୍କ ଗୋପନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ଏକ୍ସରେ ଅଡିଓ-ଭିଡିଓ କଲ୍ ୟୁଜରଙ୍କୁ ସୁରକ୍ଷା ଯୋଗାଇବ ତାହା ଦେଖିବାକୁ ବାକି ରହିଲା। 

Elon Musk Twitter X X New Features Twitter Audio Video Call
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe