Advertisment

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ X ଆଣିଲା ନୂଆ ଫିଚର୍

ଆପ୍ ଅପଡେଟ୍ କରିବା ପରେ ଏହି ଫିଚର୍ ଉପଲବ୍ଧ ହେବ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଦେଶର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟ୍ୱିଟର)ରେ ଆସିଛି ଆଉ ଏକ ନୂଆ ଫିଚର। ଏଣିକି ସିଧାସଳଖ ଆପରୁ ଅଡିଓ ଏବଂ ଭିଡିଓ କଲ୍ କରିପାରିବେ ଆଣ୍ଡ୍ରଏଡ୍ ବ୍ୟବହାରକାରୀ। ଆପ୍ ଅପଡେଟ୍ କରିବା ପରେ ଏହି ଫିଚର୍ ଉପଲବ୍ଧ ହେବ।  

Advertisment

ସୂଚନା ଅନୁସାରେ ଏହି ଫିଚର୍ କେବଳ ପ୍ରିମିୟମ୍ ୟୁଜର୍ ବ୍ୟବହାର କରିପାରିବେ। ନୂଆ ଫିଚର୍ସ ସହ ବ୍ୟବହାରକାରୀଙ୍କୁ ପ୍ରାଇଭେସି ସୁବିଧା ମଧ୍ୟ ଦେଇଛି ଏକ୍ସ। କେଉଁମାନେ କଲ୍ କରିପାରିବେ ତାହା ସେଟିଂ ମାଧ୍ୟମରେ ସିଲେକ୍ଟ କରିପାରିବେ।

ଏଥିରେ ତିନୋଟି ଅପ୍ସନ୍ ରହିଛି। ଅଡିଓ ଏବଂ ଭିଡିଓ କଲ୍ ପାଇଁ ଆଡ୍ରେସ୍ ବୁକରେ ଥିବା ଲୋକ, ଫଲୋ କରୁଥିବା ଲୋକ ଏବଂ ଭେରିଫାୟାଡ୍ ୟୁଜର୍ ରହିଛି। ଏହି ତିନୋଟି ଅପ୍ସନ୍ ମଧ୍ୟରୁ କେଉଁମାନେ ଆପଣଙ୍କୁ କଲ୍ କରିପାରିବେ ତାହା ସିଲେକ୍ଟ କରିପାରିବେ। 

Advertisment

ପ୍ଲାଟଫର୍ମ ଏକ ପୋଷ୍ଟ ମାଧ୍ୟମରେ କହିଛି ଯେ, ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ସୁବିଧା ପାଇଁ ଏହି ଫିଚର୍ସ ଆସିଛି। ଏଥିରେ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଅଧିକ ଧ୍ୟାନ ଦିଆଯାଇଛି। କେବଳ ପ୍ରିମିୟମ୍ ୟୁଜର୍ ଏହି ସୁବିଧା ପାଇପାରିବେ। ବ୍ୟବହାରକାରୀ କିପରି ପ୍ଲାଟଫର୍ମ ମାଧ୍ୟରେ ଯୋଗଯୋଗ କରିପାରିବେ ସେଥିପାଇଁ ନୂଆ ଫିଚର୍ସ ଅପଡେଟ୍ ହୋଇଛି। 

Technology X Audio Video Call X New Feature
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe