ବିଶ୍ୱର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ଆସିବାକୁ ଯାଉଛି ଆଉ ଏକ ନୂଆ ନିୟମ। ଏଣିକି ଆଉ ବ୍ଲୁ ଟିକ୍ ନୁହଁ, ଏକ୍ସ ବ୍ୟବହାର ପାଇଁ ବି ଟଙ୍କା ଦେବାକୁ ପଡିବ। ଏନେଇ ପ୍ଲାଟଫର୍ମ ଏକ ପୋଷ୍ଟ ଯୋଗେ ସୂଚନା ଦେଇଛି।
ରିପୋର୍ଟ ଅନୁସାରେ, ଆଗକୁ ଏଲନ ମସ୍କଙ୍କ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଯେଉଁମାନେ ନୂଆ ବ୍ୟବହାରକାରୀ ଯୋଡ଼ି ହେବେ ସେମାନେ ଟଙ୍କା ଦେବେ। ନୂଆ ୟୁଜରମାନଙ୍କୁ ପୋଷ୍ଟରେ ଲାଇକ୍, କମେଣ୍ଟ, ରିପ୍ଲାଏ ଏବଂ ଟ୍ୱିଟ୍ ବୁକମାର୍କିଂ ପାଇଁ ମଧ୍ୟ ଗଣିବାକୁ ପଡିବ ଟଙ୍କା।
Also Read
ଆକାଉଣ୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ସୋଶାଲ ସାଇଟରେ ପ୍ରବେଶ କରିବା ପାଇଁ ନୂଆ ୟୁଜରମାନଙ୍କୁ ବାର୍ଷିକ କିଛି ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଦେବାକୁ ପଡ଼ିବ ତାହା ସ୍ପଷ୍ଟ ହୋଇନାହିଁ।
ପୂର୍ବରୁ ଏହି ନିୟମ ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ କାର୍ଯ୍ୟକାରୀ ହୋଇଥିଲା। ସ୍ପାମ୍ ହ୍ରାସ ଏବଂ ୟୁଜରଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ଏହି ପରୀକ୍ଷଣ କରାଯାଇଥିଲା। ଆଗକୁ ସମଗ୍ର ବିଶ୍ୱରେ ନିୟମ ଲାଗୁ କରାଇବାକୁ ଯୋଜନା କରୁଛି ଏକ୍ସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Technology
ବାପାମାଆ ଧ୍ୟାନ ଦିଅନ୍ତୁ! ଟିନ୍ ଆକାଉଣ୍ଟ ଆଣୁଛି ଇନଷ୍ଟାଗ୍ରାମ, ରହିବ ଏହି ସବୁ କଟକଣା
୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଆକାଉଣ୍ଟ ଲଞ୍ଚ୍ କରୁଛି ଇନଷ୍ଟାଗ୍ରାମ। ଦିନକୁ ଘଣ୍ଟାଏରୁ ଅଧିକ ବ୍ୟବହାର କଲେ ଆସିବ ନୋଟିଫିକେସନ।
Technology
ଆପ୍ ଜରିଆରେ ୫୦୦ କୋଟି ଟଙ୍କା ଠକେଇ; ଭାରତୀ ସିଂହ ଓ ଏଲଭିସ ଯାଦବଙ୍କୁ ସମନ
ଏକ ଆପ୍ ଆଧାରିତ ସ୍କାମରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସମନ ପଠାଇଛି ଦିଲ୍ଲୀ ପୁଲିସ।
Guest Column
ରେଭେନ୍ସା ଅପେକ୍ଷା ସ୍ମାର୍ଟଫୋନ୍ ବିପଦ ଉପରେ ଅଧିକ ବିତର୍କ ହେଉ
ଏ ସଂକ୍ରାନ୍ତରେ ନୀତି ପ୍ରଣୟନ ପାଇଁ ସବୁ ସ୍ତରରେ ବିତର୍କର ଆବଶ୍ୟକତା ରହିଛି। ରେଭେନ୍ସା କଲେଜର ନାଁ ବଦଳାଇବା ଅପେକ୍ଷା ଶିଶୁମାନଙ୍କ ହାତରେ ସ୍ମାର୍ଟଫୋନ୍ ଓ କେଉଁ ବୟସର ପିଲା କେତେ ସମୟ ସ୍କ୍ରିନ୍ ଟାଇମ୍ ବ୍ୟବହାର କରିପାରିବେ ତା’ଉପରେ ଏକ ଜାତୀୟ ସହମତି ନିମନ୍ତେ ବିତର୍କ ଯେତେ ଅଧିକ ହେବ ସେତେ ସ୍ୱାଗତଯୋଗ୍ୟ।
International
୨୦୨୯ରେ ପୃଥିବୀରେ ମାଡ଼ ହେବେ ଧ୍ୱଂସର ଦେବତା!
ଏପ୍ରିଲ ୨୦୨୯ରେ ‘ଧ୍ୱଂସର ଦେବତା’ ଉପନାମରେ ପରିଚିତ ଗ୍ରହାଣୁ ଆପୋଫିସ୍ ପୃଥିବୀର ନିକଟତର ହେବ। ସେହି ସମୟରେ ଏହା ସିଧାସଳଖ ଭାବେ ପୃଥିବୀରେ ମାଡ଼ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ତେବେ, ତା’ ପୂର୍ବରୁ ଯଦି ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଏହି ଗ୍ରହାଣୁ ସହିତ ଅନ୍ୟ କୌଣସି ଗ୍ରହାଣୁ କିମ୍ବା ମହାକାଶ ପଥର ମାଡ଼ ହୁଏ ତେବେ ଏହାର ଗତିପଥ ବଦଳିଯାଇପାରେ ଏବଂ ଏହା ପୃଥିବୀ ସହ ମାଡ଼ ହେବାର ସମ୍ଭାବନା ବଢ଼ିଯାଇପାରେ।