Advertisment

X ଆଣୁଛି ନୂଆ ନିୟମ: ପୋଷ୍ଟ, ଲାଇକ୍ ଓ ରିପ୍ଲାଏ ପାଇଁ ଦେବାକୁ ପଡ଼ିବ ଟଙ୍କା

ଏଲନ ମସ୍କଙ୍କ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଯେଉଁମାନେ ନୂଆ ବ୍ୟବହାରକାରୀ ଯୋଡ଼ି ହେବେ ସେମାନେ ଟଙ୍କା ଦେବେ।

ଅଦ୍ୟତନ ହୋଇଛି
Elon Musk

Elon Musk

Advertisment

ବିଶ୍ୱର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ଆସିବାକୁ ଯାଉଛି ଆଉ ଏକ ନୂଆ ନିୟମ। ଏଣିକି ଆଉ ବ୍ଲୁ ଟିକ୍ ନୁହଁ, ଏକ୍ସ ବ୍ୟବହାର ପାଇଁ ବି ଟଙ୍କା ଦେବାକୁ ପଡିବ। ଏନେଇ ପ୍ଲାଟଫର୍ମ ଏକ ପୋଷ୍ଟ ଯୋଗେ ସୂଚନା ଦେଇଛି। 

Advertisment

ରିପୋର୍ଟ ଅନୁସାରେ, ଆଗକୁ ଏଲନ ମସ୍କଙ୍କ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଯେଉଁମାନେ ନୂଆ ବ୍ୟବହାରକାରୀ ଯୋଡ଼ି ହେବେ ସେମାନେ ଟଙ୍କା ଦେବେ। ନୂଆ ୟୁଜରମାନଙ୍କୁ ପୋଷ୍ଟରେ ଲାଇକ୍, କମେଣ୍ଟ, ରିପ୍ଲାଏ ଏବଂ ଟ୍ୱିଟ୍ ବୁକମାର୍କିଂ ପାଇଁ ମଧ୍ୟ ଗଣିବାକୁ ପଡିବ ଟଙ୍କା।

ଆକାଉଣ୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ସୋଶାଲ ସାଇଟରେ ପ୍ରବେଶ କରିବା ପାଇଁ ନୂଆ ୟୁଜରମାନଙ୍କୁ ବାର୍ଷିକ କିଛି ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଦେବାକୁ ପଡ଼ିବ ତାହା ସ୍ପଷ୍ଟ ହୋଇନାହିଁ। 

Advertisment

ପୂର୍ବରୁ ଏହି ନିୟମ ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ କାର୍ଯ୍ୟକାରୀ ହୋଇଥିଲା। ସ୍ପାମ୍ ହ୍ରାସ ଏବଂ ୟୁଜରଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ଏହି ପରୀକ୍ଷଣ କରାଯାଇଥିଲା। ଆଗକୁ ସମଗ୍ର ବିଶ୍ୱରେ ନିୟମ ଲାଗୁ କରାଇବାକୁ ଯୋଜନା କରୁଛି ଏକ୍ସ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe