ତେଲ ଦର ଯେମିତି ହୁ ହୁ ହୋଇ ବୃଦ୍ଧି ପାଉଛି ଆପଣ ଚାହୁଁଥିବେ କାର୍ ମାଇଲେଜ୍ ଅଧିକ ରହୁ। ଆଜି ଆମେ ଆପଣଙ୍କୁ କହିବୁ ଆପଣ ନିଜ ଗାଡ଼ିର ମାଇଲେଜକୁ କିପରି ଅଧିକ କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ କ’ଣ।
୧) ଯେତେବେଳେ ଆପଣ କାର୍ରେ ବ୍ରେକ୍ ମାରୁଛନ୍ତି, ତେଲ ଅଧିକ ଖର୍ଚ୍ଚ ହୋଇଥାଏ। ଯେତେ ଅଧିକ ଆପଣ ଏକ୍ସଲରେଟ୍ କରୁଛନ୍ତି ଓ ମୋଟର ଉପରେ ଯେତେ ଚାପ ପଡ଼େ , ସେତେ ଅଧିକ ତେଲ ଖର୍ଚ୍ଚ ହୋଇଥାଏ।
୩) ଗାଡ଼ିର ଇଞ୍ଜିନର ଏୟାରଫିଲ୍ଟରକୁ ସମୟ ସମୟରେ ଚେକ୍ କରାନ୍ତୁ। କାରଣ ଅପରିଷ୍କାର ଫିଲ୍ଟର ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ିପାରେ। ଏହାଦ୍ୱାରା ଇଞ୍ଜିନର କାର୍ଯ୍ୟ କ୍ଷମତା ପ୍ରଭାବିତ ହୋଇଥାଏ। ଆଖପାଖର ଧୂଳି, ମଳି, ପ୍ରଦୂଷଣ ଇଞ୍ଜିନ ଭିତରେ ପଶିଯାଏ। ତେଣୁ ଏହା ଜାମ୍ ହୋଇଯାଏ। ଏହାକୁ ସମୟ ସମୟରେ ସଫା କରାଇନିଅନ୍ତୁ।
୫) କାର୍ର ଝରକା ଖୋଲା ରହିଲେ ଭିତରକୁ ଅଧିକ ପବନ ପିଟି ହେବ। ଫଳରେ ଇଞ୍ଜିନ୍ ଉପରେ ଅଧିକ ଚାପ ପଡ଼ିବ। ତେଣୁ ସବୁବେଳେ ପବନ ବହୁଥିବା ବିପରୀତ ଦିଗରେ ଥିବା କାଚ ଖୋଲିଭା ଭଲ। ଏହା ଦ୍ୱାରା ତେଲ ସଞ୍ଚୟ ହୋଇପାରିବ।
୮) ଯଦି କେଉଁଠି ଠିକ୍ ସମୟରେ ପହଞ୍ଚିବାର ଅଛି, ତେବେ ସେହି ରୁଟ୍ର ରସ୍ ଆୱାର୍ ଆରମ୍ଭ ହେବା ୧୦ ମିନିଟ୍ ପୂର୍ବରୁ ବାହାରିଯାଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଆଉ ତରବରିଆ ଭାବେ ଗାଡ଼ି ଜୋର୍ରେ ଚଲାଇ ଯିବାକୁ ପଡ଼ିବ ନାହିଁ କି ଆପଣଙ୍କର ଅଧିକ ପେଟ୍ରୋଲ୍ ଖର୍ଚ୍ଚ ହେବ ନାହିଁ।