ଯାଜପୁର (ଓଡ଼ିଶା ରିପୋର୍ଟର): ଆଜିକାଲି ସଫ୍ଟୱେରର ଜମାନା। ନୂଆ ସଫ୍ଟୱେର ବଜାରକୁ ଆସୁଛି। ଏପରି ସଫ୍ଟୱେର ବନାଇବା ସହଜ ନୁହେଁ। ଏଥିପାଇଁ ଇଂଜିନିୟରିଂ କରିବାକୁ ପଡୁଛି। ଏହି ପାଠ୍ୟକ୍ରମ ପରେ ଯୁବକଯୁବତୀମାନେ ମୋଟା ଅଙ୍କର ଦରମାରେ ବିଭିନ୍ନ ସଫ୍ଟୱେର କମ୍ପାନୀରେ ଚାକିରି ପାଇପାରୁଛନ୍ତି। ହେଲେ ଆମେ ଆଜି ଯାଜପୁର ଜିଲ୍ଲାର ଏମିତି ଜଣେ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ପାସ୍। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେ ଯେଉଁ ସଫ୍ଟୱେର ବନାଇଛନ୍ତି ପାଠପଢ଼ା ସଫ୍ଟୱେର ଇଂଜିନିୟରମାନେ ମଧ୍ୟ କରିପାରୁନାହାଁନ୍ତି।
ଏହି ଯୁବକ ଜଣଙ୍କ ହେଲେ ବରୀ ନୂଆଗାଁର ଶଶିକାନ୍ତ ଦାସ। ସେ ବାହାର କରିଛନ୍ତି ଏକ ମୋବାଇଲ୍ ଆପ୍। ଯାହାର ଗୋଟିଏ ବଟମ୍ କ୍ଲିକ୍ କଲେ ଆପଣଙ୍କ ବାଇକ୍ ଅନ୍ ଅଫ୍ ହେବ। ଅର୍ଥାତ ଆପଣଙ୍କ ବାଇକ୍ ଘର ସାମ୍ମାନରେ ଥାଉ କି ରୋଡ଼ ଉପରେ, କେହି ଚୋରି କରିପାରିବେ ନାହିଁ। ଚାବି ନଥାଇ ବି ଗାଡିକୁ ମୋବାଇଲ ଆପ୍ରେ ଅପରେଟିଂ କରିହେବ। ଆପ୍ରେ ଅଫ୍ ବଟମ୍ କ୍ଲିକ୍ କରିଦେଲେ ବାଇକ୍ ଯେଉଁଠି ଥିବ ସେହିଠି ଅଟକିବ। ବାଇକ୍ ଚୋରି ହେବା ଜାଣିଲା ମାତ୍ରେ ଆପଣ ଏହି ଆପ୍ ଜରିଆରେ ବାଇକ୍ ବନ୍ଦ କରିପାରିବେ। ଫଳରେ ଚୋର ଆଉ ବାଇକ୍କୁ ଆଗକୁ ନେଇ ପାରିବ ନାହିଁ ଓ ଅଧାବାଟରେ ଛାଡି ଜୀବନ ବଞ୍ଚାଇ ପଳାଇବ।
ଶଶିକାନ୍ତ କୁହନ୍ତି- “ଚୋର ସାଧାରଣତଃ ଚାବି ଭାଙ୍ଗି ଗାଡି ଚୋରି କରୁଛନ୍ତି। ବାଇକ୍ରେ ପାସ୍ୱାର୍ଡ ପକାଇଲେ ଚାବି ଭାଙ୍ଗିବା ଚୋରଙ୍କ ପକ୍ଷେ ସମ୍ଭବ ହେବନାହିଁ। ଏକଥା ମନକୁ ଆସିବା ପରେ ବାଇକ୍ରେ ପାସ୍ୱାଡ ପକାଇବା କାମ ଆରମ୍ଭ କରିଥିଲି। ୱେବସାଇଟ୍ ତିଆରି କରୁଛି, ଏହି ୱେବସାଇଟ୍ର କୋଡକୁ ନେଇ ଏପରି ଆପ୍ ବନାଇଛି। ଆଗକୁ ମୋବାଲ୍ରେ କେମିତି ବାଇକ୍ କିପରି ସମ୍ପୂର୍ଣ୍ଣ ପରିଚାଳିତ ହେବ ଓ କମ ତେଲରେ ଚାଲିବ ସେ ନେଇ କାମ କରୁଛି।”
ଶଶିକାନ୍ତଙ୍କ ଦ୍ୱାରା ତିଆରି ଏହି ଆପ୍ର କମାଲ ଦେଖିବାକୁ ବରୀ ଅଞ୍ଚଳରେ ଭିଡ ଲାଗିଛି। ଶଶିକାନ୍ତଙ୍କ ଏହି ଉଦ୍ୟମ ସଫଳ ହୋଇଥିବାରୁ ଏହି ଆପ୍ ଉପରେ ଅଧିକ ଗବେଷଣା କରି ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
ବାଇକ ଆପ୍ର ଏଭଳି କରାମତି ଦ୍ୱାରା ଚୋରି ରୋକାଯାଇ ପାରିବା। ଏନେଇ ସରକାରଙ୍କୁ ଜଣେଇବି ବୋଲି କହିଛନ୍ତି ବରୀ ବ୍ଲକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us