Advertisment

୧୬ବର୍ଷର ଶାସନ ସତ୍ତ୍ୱେ ନବୀନ ରାଜ୍ୟବାସୀଙ୍କୁ ନିରାଶ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ୧୬ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସମର୍ଥନ ପାଇଛନ୍ତି, ହେଲେ ସମସ୍ତଙ୍କୁ ନିରାଶ କରିଛନ୍ତି ବୋଲି ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜୁନ୍ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସୁଥିବା ବେଳେ ସମ୍ଭାବ୍ୟ ସଭାସ୍ଥଳ ସମୀକ୍ଷା କରିବାକୁ ଆସିଥିବା ଅବସରରେ ସେ ଏହି କଥା କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ନବୀନଙ୍କ ସରକାରର ଚତୁର୍ଥ ଇନିଂସକୁ ଦୁଇ ବର୍ଷ ପୂରିଛି। ସେ କହିଥିଲେ, “ଗୋଟିଏ ଦଳ […]

author-image
Rakesh Mallick
ଅଦ୍ୟତନ ହୋଇଛି
୧୬ବର୍ଷର ଶାସନ ସତ୍ତ୍ୱେ ନବୀନ ରାଜ୍ୟବାସୀଙ୍କୁ ନିରାଶ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

dhrmendra

dhrmendraଭୁବନେଶ୍ୱର: ୧୬ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସମର୍ଥନ ପାଇଛନ୍ତି, ହେଲେ ସମସ୍ତଙ୍କୁ ନିରାଶ କରିଛନ୍ତି ବୋଲି ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜୁନ୍ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସୁଥିବା ବେଳେ ସମ୍ଭାବ୍ୟ ସଭାସ୍ଥଳ ସମୀକ୍ଷା କରିବାକୁ ଆସିଥିବା ଅବସରରେ ସେ ଏହି କଥା କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ନବୀନଙ୍କ ସରକାରର ଚତୁର୍ଥ ଇନିଂସକୁ ଦୁଇ ବର୍ଷ ପୂରିଛି।

Advertisment

ସେ କହିଥିଲେ, “ଗୋଟିଏ ଦଳ ୧୬ ବର୍ଷର ଶାସନ କଲା ପରେ ବି ଲୋକେ ପିଇବା ପାଣି ଓ ବିଜୁଳି ପାଇବାରୁ ବଞ୍ଚିତ ହୋଇଛନ୍ତି। ଚିଟ୍‌ଫଣ୍ଡ ଭଳି କେଳେଙ୍କାରୀରେ ଗରିବ ଲୋକଙ୍କୁ ନ୍ୟାୟ ମିଳି ପାରିନାହିଁ। ଓଡ଼ିଶାର ଯୁବକମାନେ ବେକାର ଅଛନ୍ତି।  ନବୀନ ବାବୁ ଏତେ ବଡ଼ ଜନସମର୍ଥନ ପାଇବା ପରେ ବି ଓଡ଼ିଆ ଲୋକଙ୍କୁ ନିରାଶ କରୁଛନ୍ତି। ଓଡ଼ିଶାବାସୀଙ୍କୁ ସେ ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ଦେଇଛନ୍ତି। ଲୋକଙ୍କର କିପରି ବିକାଶ ହେବ ସେ ଦାୟିତ୍ୱ ନବୀନ ନେବା ଦରକାର।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ଧର୍ମେନ୍ଦ୍ର କହିଥିଲେ,“ ଏନ୍‌ଡିଏ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜୁନ୍‌ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ବାଲେଶ୍ୱର ଠାରେ ଏକ ସଭାକୁ ସମ୍ୱୋଧିତ କରିବେ। ଦଳ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୧୪ ମେ’ ୨୬ ତାରିଖ ଦିନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦିଲ୍ଲୀରେ ସରକାର ହୋଇଥିଲା। ଏହି ଦୁଇ ବର୍ଷ ମଧ୍ୟରେ ଅନେକ ଜନ କଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। କିଛି ତତ୍କାଳୀନ, ମଧ୍ୟବର୍ତ୍ତୀ ଓ ଦୀର୍ଘ ମିଆଦି ଯୋଜନା ହୋଇଛି। ଦୁଇ ବର୍ଷର ଉପଲବ୍ଧି ସମ୍ପର୍କରେ  ସେ ଲୋକଙ୍କୁ ସମ୍ୱୋଧିତ କରିବେ। ”

Advertisment

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସଂକ୍ରାନ୍ତରେ ଆକଳନ କରିବା ପୂର୍ବରୁ ନିଜ ଦଳର ସରକାରଙ୍କ ସର୍ବଭାରତୀୟ ସଫଳତାକୁ ଆକଳନ କରନ୍ତୁ। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ନିରବଚ୍ଛିନ୍ନ ଭାବରେ ବିଶ୍ୱାସ ପ୍ରକଟ କରିଆସିଛନ୍ତି ଓ ଏହା ପ୍ରମାଣିତ ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାର ମଧ୍ୟ ସେହି ବିଶ୍ୱାସରେ ଓଡ଼ିଶାର ପ୍ରଗତି କରିଆସୁଛନ୍ତି।  ବିଜେପି ଏକ ରାଷ୍ଟ୍ରୀୟ ଦଳ ହୋଇ ମଧ୍ୟ ସାମଗ୍ରିକ ଭାବରେ ସାରା ଭାରତବର୍ଷ ଉପରେ ଏପର୍ଯ୍ୟନ୍ତ ବିଶ୍ୱାସ ତିଆରି କରି ପାରି ନାହିଁ। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଆସାମକୁ ଛାଡି ଦେଲେ ବାକି ୬୯୬ ସିଟ୍ ରୁ ବିଜେପି ମାତ୍ର ୪ଟିରେ ଜିତିବାକୁ ସମର୍ଥ ହୋଇଛି । ”