Advertisment

୨୦୦ ଛାତ୍ରାବାସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ନୂଆ ଛାତ୍ରାବାସର ଲୋକାର୍ପଣ କରିଛନ୍ତି। ସଚିବାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ଛାତ୍ରାବାସଗୁଡ଼ିକର ଲୋକାର୍ପଣ କରିଥିଲେ। ଅନୁସୂଚିତ ଜାତି, ଜନଜାତି ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ସବୁ ନୂଆ ଛାତ୍ରାବାସଗୁଡ଼ିକର ନିର୍ମାଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ଶିକ୍ଷା ହିଁ […]

author-image
Rakesh Mallick
ଅଦ୍ୟତନ ହୋଇଛି
୨୦୦ ଛାତ୍ରାବାସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

naveen

naveenଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ନୂଆ ଛାତ୍ରାବାସର ଲୋକାର୍ପଣ କରିଛନ୍ତି। ସଚିବାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ଛାତ୍ରାବାସଗୁଡ଼ିକର ଲୋକାର୍ପଣ କରିଥିଲେ। ଅନୁସୂଚିତ ଜାତି, ଜନଜାତି ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ସବୁ ନୂଆ ଛାତ୍ରାବାସଗୁଡ଼ିକର ନିର୍ମାଣ କରାଯାଇଛି।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ଶିକ୍ଷା ହିଁ ଆଦିବାସୀ ଓ ଦଳିତମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିବ। ତେଣୁ ଆମ ସରକାର ସବୁ ବେଳେ ଆଦିବାସୀ ଓ ଦଳିତ ପିଲାମାନଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଦେଇ ଆସିଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଷୋହଳ ଶହରୁ ଅଧିକ ସ୍କୁଲ୍ ସ୍ଥାପନ କରାଯାଇଥିବା ବେଳେ ପାଞ୍ଚ ହଜାରରୁ ଅଧିକ ହଷ୍ଟେଲ ନିର୍ମାଣ କରାଯାଇଛି। ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କୁ ଆବାସିକ ଶିକ୍ଷା ସୁବିଧା ଯୋଗାଇ ଦେବାରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ। ‘ଅନ୍ୱେଷା’ ଓ ‘ଆକାଂକ୍ଷା’ ଯୋଜନା ମାଧ୍ୟମରେ ରାଜ୍ୟର ଛବିଶ ହଜାର ଅନୁସୂଚିତ ଜାତି ଓ ଜନଜାତିର  ପିଲାମାନଙ୍କ ପାଇଁ ହଷ୍ଟେଲ୍‌ରେ ରହି ପାଠପଢ଼ିବାର ସୁଯୋଗ ସୃଷ୍ଟି କରାଯାଇଛି।”

ସେହିପରି ଆଜି ମୁଖ୍ୟମନ୍ତ୍ରୀ ୨୦ ହଜାର ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭିଡିଓକନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

Advertisment

ଛାତ୍ରାବାସ ଲୋକାର୍ପଣ ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉତ୍ସବରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା, ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ, ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।