Advertisment

ମାଲକାନଗିରିରେ ପୁଣି ୨୦୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୨୦୦ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ ସମସ୍ତେ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ମାଓ ସମର୍ଥକମାନେ ହେଉଛନ୍ତି ମାଥିଲି ଥାନା ଅନ୍ତର୍ଗତ ଲୁଲେଇ, କେରଞ୍ଜବା, ଦୂତୀବାଟ ଓ କାଦଭାଟ୍ଟ ଗାଁର। ମାଓବାଦୀଙ୍କ କାର୍ଯ୍ୟକଳାପରେ ବିତସ୍ପୃହ ହୋଇ ସେମାନେ ଆତ୍ମସମର୍ପଣ କରିଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ଚଳିତ ମାସରେ ଏଯାବତ କେବଳ ମାଲକାନଗିରି ଜିଲ୍ଲାରେ ୫୫୦ରୁ ଅଧିକ ମାଓ […]

ଅଦ୍ୟତନ ହୋଇଛି
ମାଲକାନଗିରିରେ ପୁଣି ୨୦୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

mao-supporters

Advertisment

mao-supportersମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୨୦୦ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ ସମସ୍ତେ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ମାଓ ସମର୍ଥକମାନେ ହେଉଛନ୍ତି ମାଥିଲି ଥାନା ଅନ୍ତର୍ଗତ ଲୁଲେଇ, କେରଞ୍ଜବା, ଦୂତୀବାଟ ଓ କାଦଭାଟ୍ଟ ଗାଁର। ମାଓବାଦୀଙ୍କ କାର୍ଯ୍ୟକଳାପରେ ବିତସ୍ପୃହ ହୋଇ ସେମାନେ ଆତ୍ମସମର୍ପଣ କରିଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ଚଳିତ ମାସରେ ଏଯାବତ କେବଳ ମାଲକାନଗିରି ଜିଲ୍ଲାରେ ୫୫୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରି ସାରିଲେଣି।

Advertisment

ଏହା ପୂର୍ବରୁ ମାଓ କାର୍ଯ୍ୟକଳାପକୁ ବିରୋଧ କରି ମାର୍ଚ୍ଚ ୧୪ ତାରିଖରେ ଜିଲ୍ଲାର ମାଥିଲି ଥାନାରେ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ଏମାନେ ସମସ୍ତେ ବାରା ଗାଁର ବାସିନ୍ଦା ଥିଲେ।

ମାର୍ଚ୍ଚ ୧୩ ତାରିଖରେ ପୋଟେରୁ ଫାଣ୍ଡିରେ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ୫୭ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୨୫ ଜଣ ମହିଳା ଥିଲେ। ସେମାନେ ମାଓବାଦୀଙ୍କ କାଲିମେଳା ଦଲମ୍ ପାଇଁ କାମ କରୁଥିଲେ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଥିଲା।

Advertisment

ମାର୍ଚ୍ଚ ୧୨ ତାରିଖରେ ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁର ୧୯ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମିଲିସିଆ, ୩ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ ଜନନାଟ୍ୟ ମଣ୍ଡଳୀ ସଦସ୍ୟ ଥିଲେ। ସେମାନେ ସମସ୍ତେ ମାଓବାଦୀଙ୍କ ଦରଭା ଡିଭିଜନ୍‌ର ସଦସ୍ୟ ଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ଥିଲା।

ମାର୍ଚ୍ଚ ୧୧ ତାରିଖରେ ୧୯ ଜଣ ମାଓ ସମର୍ଥକ ମାଲକାନଗରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିଦିନ ଛତିଶଗଡ଼ର ବସ୍ତର ଏସ୍‌ପିଙ୍କ ନିକଟରେ ୫୬ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୭ ଜଣ ମାଲକାନଗିରିର ଥିଲେ।

ମାର୍ଚ୍ଚ ୭ ତାରିଖରେ ମାଥିଲି ଥାନା ଅନ୍ତର୍ଗତ କରିମିଟି ଗାଁର ୪୦ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ସେହିପରି ମାର୍ଚ୍ଚ ୫ ତାରିଖରେ ପୂଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ୧୪୦ରୁ  ଅଧିକ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ଗତ ୪ ମାସ ମଧ୍ୟରେ ଜିଲ୍ଲାରେ ଦେଢ଼ ହଜାରରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରି ସାରିଲେଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe