Advertisment

ଆଲୋକର ପର୍ବରେ ଅନ୍ଧକାର ହେଲା ବାହାବଳପୁର: ଖାଁ ଖାଁ ଲାଗୁଛି ଗାଁ

ବାଲେଶ୍ୱର: ବାଣ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ପରେ ବାଲେଶ୍ୱର ଜିଲ୍ଲା ବାହାବଳପୁରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଜି ଆଲୋକର ପର୍ବ ଦୀପାବଳିରେ ଖାଁ ଖାଁ ଲାଗୁଛି ସାରା ଗାଁ। ଯେପରି ଏକ ପ୍ରକାର ନିସ୍ତବ୍ଧ ପାଲଟି ଯାଇଛି ସାରା ପରିବେଶ।

ସୂଚନାଯୋଗ୍ୟ, ଗତକାଲି ଏହି ଗାଁରେ ବାଣ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଛି। ୬ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ସେମାନଙ୍କ ମଧ୍ୟରୁ କହ୍ନେୟା ଲାଲ ପ୍ରଧାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣଙ୍କ ଚିକିତ୍ସା ଲାଗି ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି।  ନିଶ୍ଚେତକ ବିଭାଗ, ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରଙ୍କ ସହିତ ପାରାମେଡିକାଲ ଷ୍ଟାଫ ଏହି ଟିମରେ ଅଛନ୍ତି।  ବାଣ ବିସ୍ଫୋରଣ ପରେ ସେମାନଙ୍କର ଶରୀର ୯୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାରୁ ସେମାନଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାଣ ଗୋଦାମ ଭିତରେ ଜଣେ ପିଲା ଡିବିରି ନେଇ ଯାଇଥିଲା। ସେହି ନିଆଁ ବାଣରେ ଲାଗି ଯାଇଥିବା ଅନୁମାନ କରାଯାଉଛି। ତା’ପରେ ବିସ୍ଫୋରଣରେ ବାଣ ଗୋଦାମ ଛିନ୍‌ଭିନ୍‌ ହୋଇଯାଇଥିଲା।

author-image
Ordigital Desk