- Videos
- Odisha
- ଆଲୋକର ପର୍ବରେ ଅନ୍ଧକାର ହେଲା ବାହାବଳପୁର: ଖାଁ ଖାଁ ଲାଗୁଛି ଗାଁ
ଆଲୋକର ପର୍ବରେ ଅନ୍ଧକାର ହେଲା ବାହାବଳପୁର: ଖାଁ ଖାଁ ଲାଗୁଛି ଗାଁ
- Published: Thursday, 19 October 2017
- , Updated: 19 October 2017, 12:26 PM IST
<p>ବାଲେଶ୍ୱର: ବାଣ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ପରେ ବାଲେଶ୍ୱର ଜିଲ୍ଲା ବାହାବଳପୁରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଜି ଆଲୋକର ପର୍ବ ଦୀପାବଳିରେ ଖାଁ ଖାଁ ଲାଗୁଛି ସାରା ଗାଁ। ଯେପରି ଏକ ପ୍ରକାର ନିସ୍ତବ୍ଧ ପାଲଟି ଯାଇଛି ସାରା ପରିବେଶ।</p>
<p>ସୂଚନାଯୋଗ୍ୟ, ଗତକାଲି ଏହି ଗାଁରେ ବାଣ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଛି। ୬ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ସେମାନଙ୍କ ମଧ୍ୟରୁ କହ୍ନେୟା ଲାଲ ପ୍ରଧାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣଙ୍କ ଚିକିତ୍ସା ଲାଗି ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ନିଶ୍ଚେତକ ବିଭାଗ, ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରଙ୍କ ସହିତ ପାରାମେଡିକାଲ ଷ୍ଟାଫ ଏହି ଟିମରେ ଅଛନ୍ତି। ବାଣ ବିସ୍ଫୋରଣ ପରେ ସେମାନଙ୍କର ଶରୀର ୯୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାରୁ ସେମାନଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାଣ ଗୋଦାମ ଭିତରେ ଜଣେ ପିଲା ଡିବିରି ନେଇ ଯାଇଥିଲା। ସେହି ନିଆଁ ବାଣରେ ଲାଗି ଯାଇଥିବା ଅନୁମାନ କରାଯାଉଛି। ତା’ପରେ ବିସ୍ଫୋରଣରେ ବାଣ ଗୋଦାମ ଛିନ୍‌ଭିନ୍‌ ହୋଇଯାଇଥିଲା।</p>