Advertisment

କଳାହାଣ୍ଡି ଓ ରାୟଗଡ଼ାରେ ଝାଡାବାନ୍ତି ଆତଙ୍କ: ୪୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୧୧ ଗୁରୁତର

ଭବାନୀପାଟଣା/ରାୟଗଡ଼ା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ଲଟକାବାହାଲି ଓ ରାୟଗଡ଼ା ଜିଲ୍ଲାର ଟାଣ୍ଡା ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଏହି ଦୁଇ ଗାଁରେ ୪୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଅନ୍ୟ ଆକ୍ରାନ୍ତମାନଙ୍କ ଚିକିତ୍ସା କରୁଛନ୍ତି।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଲଟକାବାହାଲି ଗାଁରେ ଝାଡାବାନ୍ତିରେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପାଷ୍ଟିକୁଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ୧୫ ଦିନ ହେବ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏକ ମେଡିକାଲ ଟିମ୍ ଗାଁକୁ ଯାଇ ଲୋକଙ୍କୁ ଚିକିତ୍ସା ଓ ଆବଶ୍ୟକୀୟ ଔଷଧ ଯୋଗାଇ ଦେଇଛନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ଓ ଦୂଷିତ ପାନୀୟ ଜଳ ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି।

ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଢାଲିଆକୁଜି ପଞ୍ଚାୟତର ଟାଣ୍ଡା ଗାଁରେ ଝାଡାବାନ୍ତିରେ ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ମେଡିକାଲ ଟିମ୍ ପହଞ୍ଚି, କ୍ୟାମ୍ପ କରି ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ଦୂଷିତ ପାଣି ପିଇବା ଯୋଗୁଁ ଝାଡାବାନ୍ତି ବ୍ୟାପିଥିବା ଆଶଙ୍କା କରାଯାଉଛି। ବିଷମକଟକ ବିଡିଓ ଓ ଆରଡବ୍ଲ୍ୟୁଏସ୍‌ଏସ୍ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ପରିମଳ ବ୍ୟବସ୍ଥା ତଦାରଖ କରିଛନ୍ତି।

author-image
Ordigital Desk