୮୫୨ ଜିଲ୍ଲା ପରିଷଦ ଜୋନ୍‌ ପାଇଁ କଂଗ୍ରେସର ଟିକେଟ୍‌ ବଣ୍ଟନ ଶେଷ

ଭୁବନେଶ୍ୱର: ୮୫୨ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋନୟନ ଶେଷ ହୋଇଛି ଓ ଟିକେଟ୍ ମଧ୍ୟ ବଣ୍ଟା ସରିଛି। ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପ୍ରାର୍ଥୀମାନେ ହିଁ ଦଳର ମୁଖ୍ୟ ପ୍ରଚାରକ। ପ୍ରାର୍ଥୀମାନେ ଆମର ପ୍ରଚାର କରିବେ। ସେମାନେ ଭୋଟରଙ୍କ ସୁଖଦୁଃଖ ଓ ଭଲ ମନ୍ଦରେ ସବୁବେଳେ ସାଥିରେ ରହିବେ। ଯେଉଁ ଚଳଚ୍ଚିତ୍ର ତାରକାମାନଙ୍କୁ  ଅନ୍ୟ ଦଳ ପକ୍ଷରୁ  ପ୍ରଚାର କାର୍ଯ୍ୟରେ ଲଗାଯାଉଛି ସେମାନେ […]

congress

Rakesh Mallick
  • Published: Sunday, 15 January 2017
  • , Updated: 01 February 2017, 04:34 PM IST

ଭୁବନେଶ୍ୱର: ୮୫୨ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋନୟନ ଶେଷ ହୋଇଛି ଓ ଟିକେଟ୍ ମଧ୍ୟ ବଣ୍ଟା ସରିଛି। ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପ୍ରାର୍ଥୀମାନେ ହିଁ ଦଳର ମୁଖ୍ୟ ପ୍ରଚାରକ। ପ୍ରାର୍ଥୀମାନେ ଆମର ପ୍ରଚାର କରିବେ। ସେମାନେ ଭୋଟରଙ୍କ ସୁଖଦୁଃଖ ଓ ଭଲ ମନ୍ଦରେ ସବୁବେଳେ ସାଥିରେ ରହିବେ। ଯେଉଁ ଚଳଚ୍ଚିତ୍ର ତାରକାମାନଙ୍କୁ  ଅନ୍ୟ ଦଳ ପକ୍ଷରୁ  ପ୍ରଚାର କାର୍ଯ୍ୟରେ ଲଗାଯାଉଛି ସେମାନେ ଭୋଟ ପୂର୍ବରୁ ନ ଥାଆନ୍ତି କି ଭୋଟ ପରେ ରହିବେ ନାହିଁ। ସେମାନେ ଲୋକଙ୍କ ସୁଖଦୁଃଖରେ ଭଲ ମନ୍ଦରେ ରହିବେ ନାହିଁ।  ପ୍ରାର୍ଥୀ ହେଉଛନ୍ତି ଭୋଟର ମାନଙ୍କର ପ୍ରକୃତର ସାଥୀ, ସହାୟକ ଓ ସେବକ, ଯେଉଁମାନେ  ସବୁବେଳେ ଭୋଟରଙ୍କ ସାଙ୍ଗରେ ରହିବେ। ଆସନ୍ତାକାଲି ଅପରାହ୍ନରେ କଂଗ୍ରେସ ତା’ର ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବ।”

ପ୍ରସାଦ କହିଛନ୍ତି ,“ଛତିଶଗଡ଼ ମୁଖ୍ୟମନ୍ତ୍ରୀ  ଓଡ଼ିଶା ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ମହାନଦୀର ପାଣିକୁ ଅଟକାଇଛନ୍ତି । ସେ ଓଡ଼ିଶାକୁ ପ୍ରଚାର କରିବା ପାଇଁ ଆସିବେ। ଲୋକମାନଙ୍କୁ ଭୋଟ୍‌ ମାଗିବେ।  ଭୋଟର୍‌ ମାନେ  ତାଙ୍କ ଦଳକୁ ଭୋଟ୍‌ ଦେବେ କି ନାହିଁ ବିଚାର କରିବେ।”

 

Related story