ratha
ପୁରୀ: ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ସକାଳୁ ରଥାରୁଢ଼ ଠାକୁରଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପହର ଧୂପ ଓ ସାଧୂପ ନୀତି ଅନୁଷ୍ଠିତ ହେବାପରେ ପରମ୍ପରା ଅନୁଯାୟୀ ଗୋଟି ପହଣ୍ଡିରେ ଠାକୁରମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ।
[vc_video link=" " align="center"]
ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ସୁଦର୍ଶନ ବିଜେ କରିବେ। ଏହାପରେ ତାଳଧ୍ୱଜ ରଥରୁ ବଳଭଦ୍ର, ଦେବଦଳନରୁ ଦେବୀ ସୁଭଦ୍ରା ଓ ନନ୍ଦିଘୋଷରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିବେ। ଠାକୁରଙ୍କ ଟାହିଆ ଦୋଳନରେ ସୃଷ୍ଟିହେବ ଭକ୍ତିମୟ ପରିବେଶ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us