Advertisment

ଘଣ୍ଟାଏ ବର୍ଷାରେ ପୁରୀ ସ୍ଥିତି ବେହାଲ: ଆଣ୍ଡୁଏ ପାଣିରେ କାଳିଆକୁ ଦର୍ଶନ କଲେ ଭକ୍ତ

ପୁରୀ: ରଥଯାତ୍ରା ଠିକ୍ ପୂର୍ବରୁ ମୌସୁମୀ ବର୍ଷାରେ ଭାସିଛି ବଡ଼ଦାଣ୍ଡ। ବର୍ଷାରେ ଉବୁଟୁବୁ ହୋଇଛି ପୁରୀ ସହରର ପ୍ରମୁଖ ଛକ। ଏପିରିକି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଭକ୍ତ ହଇରାଣ ହୋଇଛନ୍ତି। ଏପରିସ୍ଥିତି ରଥଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ଦାଣ୍ଡରେ ବର୍ଷା ଆଉ ଡ୍ରେନ୍ ପାଣି ଏକାକାର। ସେହି ପାଣିରେ ଚାଲି ଚାଲି କାଳିଆକୁ ଦର୍ଶନ ପାଇଁ ଯାଇଥିଲେ ଭକ୍ତ। ପୁରୀ ସହରର ମାର୍କେଟ୍ ଛକ, ବଳଗଣ୍ଡି ଛକ, ଡାକ୍ତରଖାନା […]

author-image
Rakesh Mallick
ଘଣ୍ଟାଏ ବର୍ଷାରେ ପୁରୀ ସ୍ଥିତି ବେହାଲ: ଆଣ୍ଡୁଏ ପାଣିରେ କାଳିଆକୁ ଦର୍ଶନ କଲେ ଭକ୍ତ

water

ପୁରୀ: ରଥଯାତ୍ରା ଠିକ୍ ପୂର୍ବରୁ ମୌସୁମୀ ବର୍ଷାରେ ଭାସିଛି ବଡ଼ଦାଣ୍ଡ। ବର୍ଷାରେ ଉବୁଟୁବୁ ହୋଇଛି ପୁରୀ ସହରର ପ୍ରମୁଖ ଛକ। ଏପିରିକି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଭକ୍ତ ହଇରାଣ ହୋଇଛନ୍ତି। ଏପରିସ୍ଥିତି ରଥଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ବଡ଼ଦାଣ୍ଡରେ ବର୍ଷା ଆଉ ଡ୍ରେନ୍ ପାଣି ଏକାକାର। ସେହି ପାଣିରେ ଚାଲି ଚାଲି କାଳିଆକୁ ଦର୍ଶନ ପାଇଁ ଯାଇଥିଲେ ଭକ୍ତ। ପୁରୀ ସହରର ମାର୍କେଟ୍ ଛକ, ବଳଗଣ୍ଡି ଛକ, ଡାକ୍ତରଖାନା ଛକରେ ନାହିଁ ନ ଥିବା ଅବସ୍ଥା। ଏସବୁ ଛକରେ ପାଣି ଜମି ରହିବାରୁ ବେଶ୍ କିଛି ଘଣ୍ଟା ପାଇଁ ପ୍ରଭାବିତ ହୋଇଥିଲା ଜୀବନ ଯାତ୍ରା। କେବଳ ବଡ଼ଦାଣ୍ଡ ନୁହେଁ, ଶ୍ରୀମନ୍ଦିରର ଚାରି ଦ୍ୱାର ଦେଇ ପ୍ରବଳ ପାଣି ମାଡ଼ି ଆସିଥିଲା। ଗୁମୁଟରେ ବି ଜମି ରହିଥିଲା ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି। ଫଳରେ କିଛି ସମୟ ଧରି ଭକ୍ତମାନେ ମନ୍ଦିର ଭିତରକୁ ଯାଇପାରି ନ ଥିଲେ। ସର୍ବସାଧାରଣ ଦର୍ଶନ ବି ବାଧାପ୍ରାପ୍ତ ହୋଇଥିଲା।

ଏହାସହ କେବଳ ବଡ଼ଦାଣ୍ଡ ନୁହେଁ, ବେଳାଭୂମି ରାସ୍ତା, ଭିଆଇପି ରୋଡ୍, ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ବି ଜମି ରହିଥିଲା ପାଣି। ଡ୍ରେନ୍ ସଫେଇ କାମ ଠିକ୍‌ରେ ହୋଇ ନ ଥିବାରୁ ପାଣି ଶୀଘ୍ର ନିଷ୍କାସନ ହୋଇପାରି ନ ଥିଲା। ଫଳରେ ଡ୍ରେନ୍‌ର ଅଳିଆ ଆବର୍ଜନା ରାସ୍ତା ଉପରକୁ ଉଠି ଆସିଥିଲା। କିଛି ସ୍ଥାନରେ ମଟର ପମ୍ପ ଲଗାଇ ପାଣି ନିଷ୍କାସନ କରିବାକୁ ଚେଷ୍ଟା କରାଯାଇଥିଲା।

Advertisment

ରଥଯାତ୍ରାକୁ ବ୍ୟବସ୍ଥିତ କରିବା ପାଇଁ ଘନ ଘନ ବୈଠକ ବସିଥିଲା। ତେବେ ଗୋଟିଏ ବର୍ଷାରେ ପ୍ରସ୍ତୁତିର ଅସଲ ଚିତ୍ର ପଦାକୁ ଆସିଯାଇଛି। ଆସନ୍ତାକାଲି ଯଦି ଏମିତି ବର୍ଷା ହୁଏ, ତେବେ ପ୍ରଶାସନ ସ୍ଥିତିର ମୁକାବିଲା କରିବ କେମିତି ତାକୁ ନେଇ ଏବେ ପ୍ରଶ୍ନ। ଦୁଇବର୍ଷ ତଳେ ନବକଳେବର ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶ କାମ କରାଯାଇଛି। ତେବେ ସ୍ଥିତି ଯେମିତିକୁ ସେମିତି।