/odisha-reporter/media/post_attachments/uploads/2016/02/teacher4.jpg)
teacher
ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ରାଜଧାନୀରେ ଏକ ବିଶାଳ ସମାବେଶ କରାଯିବ। ଏଥିସହ ଆଜି ରାଜ୍ୟ ସଚିବାଳୟ ଘେରାଉ ଲାଗି ସଂଘ ଚେତାବନୀ ଦେଇଛି । ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନ ଚଳାଇଛି ଶିକ୍ଷକ ମହାସଂଘ। ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ସହ ପୁର୍ଣ୍ଣ ଅନୁଦାନ ଦାବିରେ ବିଭିନ୍ନ ବର୍ଗର ଶିକ୍ଷକ ସଂଘ ମିଳିତ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି। ଦାବି ପୂରଣ ହୋଇ ନ ଥିବାରୁ ଆସନ୍ତା ୨୨ ତାରିଖରେ ଥିବା ମାଟ୍ରିକ ପରୀକ୍ଷାକୁ ଶିକ୍ଷକମାନେ ବର୍ଜନ କରିବେ। ଏଥିସହ ଆଗାମୀ ୫ ତାରିଖରେ ସମଗ୍ର ରାଜ୍ୟରେ ହରତାଳ ଓ ଧର୍ମଘଟ କରିବାକୁ ଚେତାବନୀ ଦେଇଛି ସଂଘ। ସରକାରଙ୍କ ନାଲିଆଖିକୁ ଖାତିର କରାଯିବ ନାହିଁ ବୋଲି ସଂଘର ମୁଖ୍ୟ ଆବାହକ କହିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
