Advertisment

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର, କଳାହାଣ୍ଡି ଗସ୍ତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଓ କଳାହାଣ୍ଡି ଗସ୍ତ କରିବେ। ସେହିପରି ୨୧ ତାରିଖରେ ବରଗଡ଼ରେ ଚାଷୀ ସମାବେଶ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ଉଭୟ ବିଜେଡି ଓ ରାଜ୍ୟ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇଯାଇଛି। ଉଭୟ ଦଳ ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରୟାସ ଚାଳାଇଛନ୍ତି। କହିବାକୁ ଗଲେ ପଶ୍ଚିମ ଓଡ଼ିଶାରେ ଦୁଇ ଦଳ ମଧ୍ୟରେ ଚାଷୀଙ୍କୁ ନେଇ ପତିଆର ଦେଖାଇବାକୁ ଲଢେଇ ଲାଗିଛି। ଆଜି ପଶ୍ଚିମ ଓଡ଼ିଶାର ଦୁଇ ଅନୁନ୍ନତ […]

ଅଦ୍ୟତନ ହୋଇଛି
ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର, କଳାହାଣ୍ଡି ଗସ୍ତ

cm

Advertisment

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଓ କଳାହାଣ୍ଡି ଗସ୍ତ କରିବେ। ସେହିପରି ୨୧ ତାରିଖରେ ବରଗଡ଼ରେ ଚାଷୀ ସମାବେଶ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ଉଭୟ ବିଜେଡି ଓ ରାଜ୍ୟ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇଯାଇଛି। ଉଭୟ ଦଳ ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରୟାସ ଚାଳାଇଛନ୍ତି। କହିବାକୁ ଗଲେ ପଶ୍ଚିମ ଓଡ଼ିଶାରେ ଦୁଇ ଦଳ ମଧ୍ୟରେ ଚାଷୀଙ୍କୁ ନେଇ ପତିଆର ଦେଖାଇବାକୁ ଲଢେଇ ଲାଗିଛି।

Advertisment

ଆଜି ପଶ୍ଚିମ ଓଡ଼ିଶାର ଦୁଇ ଅନୁନ୍ନତ ଜିଲ୍ଲା ବଲାଙ୍ଗିର ଓ କଳାହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଉଭୟ ଜିଲ୍ଲାରେ ଛାଇ ଯାଇଛି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଓ ହୋଡିଂ। ବଲାଙ୍ଗିର ଗୁଡ୍‌ଭେଲାରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସହ ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଅନ୍ୟ କିଛି ପ୍ରକଳ୍ପର ମଧ୍ୟ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡି ଜୁନାଗଡ଼ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି। ଉଭୟ ସ୍ଥାନକୁ କେମିତି ଅଧିକରୁ ଅଧିକ ଚାଷୀ ଆସିବେ ସେଥିଲାଗି ଦଳୀୟ ନେତା ଲାଗି ପଡ଼ିଛନ୍ତି। ତେବେ ଏହ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜେଡି ଏହାକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ କରାଯିବା କଥା। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଆସୁଛନ୍ତି, ହେଲେ ସ୍ଥାନୀୟ ବିଧାୟକ ଭାବେ ମୋତେ କିଛି କୁହାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି।

ସେହିପରି ବରଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ଚାଷୀ ସମାବେଶ ପାଇଁ ବିଜେପି କରୁଛି ମହା ଆୟୋଜନ। ରାସ୍ତାରେ ଲାଗିଛି ମୋଦିଙ୍କ ପୋଷ୍ଟର ଓ ବ୍ୟାନର। କିଛି ହେବିୱେଟ୍ ନେତା  ଏଠାରେ ରହି ଆୟୋଜନର ତଦାରଖ କରୁଛନ୍ତି। ଓଡ଼ିଶା ପ୍ରଭାରୀ ଅରୁଣ ସିଂ ନିଜେ ଚାଷୀଙ୍କୁ ଭେଟି ସମାବେଶକୁ ଆସିବା ପାଇଁ ନିମନ୍ତ୍ରଣ କରୁଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ପଶ୍ଚିମ ଓଡ଼ିଶା ରାଜନୀତି ସରଗରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe