Advertisment

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି କଂଗ୍ରେସ ସମନ୍ୱୟ କମିଟି ବୈଠକ

ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କଂଗ୍ରେସର ସମନ୍ୱୟ କମିଟି ବୈଠକ। ସଙ୍ଗଠନକୁ ମଜଭୁତ୍ କରିବା, ରାହୁଲ ଗାନ୍ଧିଙ୍କ ଗସ୍ତ, ଦଳିତ ଓ ଆଦିବାସୀଙ୍କ ଆନ୍ଦୋଳନ ଓ ଚାଷୀ ସମସ୍ୟା ଆଦି ପ୍ରସଙ୍ଗରେ ଦଳର ଅଭିମୁଖ୍ୟ ନେଇ ବୈଠକରେ ଚାଲିଛି ଆଲୋଚନା।   ଏହା ଛଡ଼ା ଗୋଷ୍ଠୀ କନ୍ଦଳ ଦୂର କରି ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ  ଗୁରୁତ୍ୱ ଦିଆଯିବ। ବୈଠକରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି କଂଗ୍ରେସ ସମନ୍ୱୟ କମିଟି ବୈଠକ

congress-

ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ରାଜ୍ୟ କଂଗ୍ରେସର ସମନ୍ୱୟ କମିଟି ବୈଠକ। ସଙ୍ଗଠନକୁ ମଜଭୁତ୍ କରିବା, ରାହୁଲ ଗାନ୍ଧିଙ୍କ ଗସ୍ତ, ଦଳିତ ଓ ଆଦିବାସୀଙ୍କ ଆନ୍ଦୋଳନ ଓ ଚାଷୀ ସମସ୍ୟା ଆଦି ପ୍ରସଙ୍ଗରେ ଦଳର ଅଭିମୁଖ୍ୟ ନେଇ ବୈଠକରେ ଚାଲିଛି ଆଲୋଚନା।   ଏହା ଛଡ଼ା ଗୋଷ୍ଠୀ କନ୍ଦଳ ଦୂର କରି ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ  ଗୁରୁତ୍ୱ ଦିଆଯିବ। ବୈଠକରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦଙ୍କ ସମେତ ସମନ୍ୱୟ କମିଟିର ସଦସ୍ୟମାନେ ଉପସ୍ଥିତ ଅଛନ୍ତି।

Advertisment